ଏକାଧିକ ମାସ ହେଲା ଭତା ପାଇବାରୁ ବଞ୍ଚିତ ହିତାଧୀକାରୀ : ପ୍ରଶାସନ ନିରବ…

ଦାରିଙ୍ଗବାଡି,: ବୃଦ୍ଧ ବୃଦ୍ଧା, ଦିବ୍ୟାଙ୍ଗ ମାନଙ୍କ ନିମନ୍ତେ ରାଜ୍ୟ ଓ କେନ୍ଦ୍ର ସରକାର ପେନସନ ଯୋଜନା କରିଛନ୍ତି ସତ ହେଲେ ହିତାଧୀକାରୀ ମାନେ ସଠିକ୍ ସମୟରେ ଏହି ଯୋଜନାରେ ପେନସନ ପାଉ ନଥିବା ଦେଖିବାକୁ ମିଳିଛି । ଏକାଧିକ ମାସ ହେବ ଶତାଧିକ ହିତାଧୀକାରୀ ଭତା ପାଇ ନଥିବା ଅଭିଯୋଗ ହୋଇଛି । ଦାରିଙ୍ଗବାଡି ବ୍ଲକ ଅଞ୍ଚଳରୁ ଆସିଛି କିଛି ଏଭଳି ଅଭିଯୋଗ । ଭତା ଟିକକ ପାଇବା ପାଇଁ ବ୍ଲକ କାର୍ଯ୍ୟାଳୟ କୁ ବାରମ୍ବାର ଦୌଡୁଛନ୍ତି ହିତାଧୀକାରୀ । ହେଲେ ଭତା ମିଳିବା ବଦଳରେ ହେଉଛନ୍ତି ଅଯଥା ଖର୍ଚ୍ଚାନ୍ତ । ସେଥି ମଧ୍ୟରୁ ଅନେକ ବୃଦ୍ଧ ବୃଦ୍ଧା ସଠିକ୍ ଭାବେ ଚାଲି ପାରୁ ନାହାନ୍ତି । ଏଭଳି ସ୍ଥିତିରେ ସରକାରୀ ଯୋଜନା ରୁ ଅର୍ଥ ପାଇବା ପାଇଁ ବୃଦ୍ଧ ବୃଦ୍ଧା ଓ ଦିବ୍ୟାଙ୍ଗ ମାନେ ବହୁ ହଇରାଣ ହରକତ ହେଉଥିବା ଦେଖିବାକୁ ମିଳିଛି । ଏନେଇ ଏକାଧିକ ହିତାଧୀକାରୀ ଗତ କାଲି ବ୍ଲକ କାର୍ଯ୍ୟଳୟରେ ପହଞ୍ଚି ବ୍ଲକ ସାମାଜିକ ଓ ସୁରକ୍ଷା ଅଧିକାରୀ ଙ୍କୁ ଭେଟି ନିଜର ଅଭିଯୋଗ ଜଣାଇଛନ୍ତି । କେନ୍ଦ୍ରୀୟ ପେନସନ ଯୋଜନାରେ ହିତାଧୀକାରୀ ଆକାଉଣ୍ଟ ମାଧ୍ୟମରେ ଭତା ଟଙ୍କା ପାଉ ଛନ୍ତି। ହେଲେ ତାହା ସଠିକ୍ ସମୟରେ ପାଇ ପାରୁ ନାହାଁନ୍ତି । ପୂର୍ବ ରୁ ପଞ୍ଚାୟତ କାର୍ଯ୍ୟାଳୟରେ ହାତାହାତୀ ଭତା ଟଙ୍କା ପାଉ ଥିବା ବେଳେ ବର୍ତମାନ ଆକାଉଣ୍ଟ ଜରିଆରେ ଟଙ୍କା ପ୍ରଦାନ କରାଯାଉଥିବା ଯୋଗୁଁ ହିତାଧୀକାରୀ ମାନେ ସଠିକ୍ ସମୟରେ ଭତା ଟଙ୍କା ପାଇପାରୁ ନାହାନ୍ତି । ଶତାଧିକ ହିତାଧୀକାରୀ ଏକାଉଣ୍ଟ୍ ରେ ଭତା ପାଇବାରୁ ବଞ୍ଚିତ ଅଛନ୍ତି । ଏଣୁ ପୂର୍ବ ଭଳି ହାତାହାତି ଭତା ଟଙ୍କା ପ୍ରଦାନ କରିବା ପାଇଁ ହିତାଧୀକାରୀ ମାନେ ଦାବି କରିଛନ୍ତି ।

nis-ad
Leave A Reply

Your email address will not be published.