ମହୁରୀ କାଳୁଆ ନିକଟ ଗ୍ରାନାଇଟ  କମ୍ପାନୀ ରେ ଅଘଟଣ : ପଥର ଫୁଟାଇ ନା ପଥର ଧସି ଦୁଇ ମୃତ ଦୁଇ ଆହତ ସନ୍ଦେହ…

ଶ୍ରମିକଙ୍କ ଜୀବନ ସହ ଚାଲିଛି ଖେଳ ତଦନ୍ତ ସାପେକ୍ଷ…

ବ୍ରହ୍ମପୁର : କୁକୁଡ଼ାଖଣ୍ଡି ତହସିଲ ର ଆଙ୍କୁଶପୁର ମୌଜା ର ମହୁରୀ କାଳୁଆ ନିକଟସ୍ଥ ଏକ ଗ୍ରାନାଇଟ କମ୍ପାନୀରେ ପଥର ଖନନ ବେଳେ ଅଘଟଣ।ପଥର ତଳେ ଚାପିହୋଇ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ଦୁଇଜଣ ହେଲେ ଦିଗପହଣ୍ଡି ଥାନା ଅନ୍ତର୍ଗତ ପିଲିଗଡ଼ିଆ ଗ୍ରାମର ଜଗା ଲାଲ୍ଲିକ ଓ ଗୋବିନ୍ଦ ମଲ୍ଲିକ ବୋଲି ଜଣାପଡିଛି।ଆହତ ଦୁଇଜଣ ହେଲେ କୃଷ୍ଣ ବେହେରା,ସୁଦର୍ଶନ ବଡ଼ ରଇତ ବୋଲି ଜଣାପଡିଛି।ଏପଟେ ଏହି ଘଟଣା କୁ ପ୍ରଶାସନ କହୁଛି ଗ୍ରାନାଇଟ ରେ ପଥର ଧସିଗଲା ବୋଲି କିନ୍ତୁ ଅଞ୍ଚଳ ବାସୀ କହୁଛନ୍ତି ପାହାଡ଼ ଫୁଟାଉ ଥିବା ବେଳେ ଏହି ଅଘଟଣ ଘଟିଛି ବୋଲି। ଯଦି

ଗ୍ରାନାଇଟ ପଥର ଧସିଲା ତାହା ହେଲେ ରାତ୍ର ସମୟ ପୁଣି ପ୍ରବଳ ବର୍ଷା ରେ କିପରି ଶ୍ରମିକ ମାନେ କୌଣସି ସୁରକ୍ଷା ନଥାଇ କାର୍ଯ୍ୟ କରୁଥିଲେ ବୋଲି ପ୍ରଶ୍ନ ଉଠୁଛି। ଗଞ୍ଜାମ ଜିଲ୍ଲାରେ ରୀତିମତ ଜନବସତି ଅଞ୍ଚଳରେ ପାହାଡ଼ ଫୁଟୁଥିବାର ନଜିର ରହିଛି। ଏହି ଅଘଟଣ ଯଦି ଗ୍ରାନାଇଟ ପଥର ଧସି ହୋଇଛି ।ତାହା ହେଲେ ବ୍ରହ୍ମପୁର ମାଇନିଙ୍ଗ ଅଫିସର ଙ୍କ ଜାଣତରେ ଏହି ଗ୍ରାନାଇଟ କମ୍ପାନୀ ଚାଲିଥିଲା ନା ବାବୁ ଶୀତତାପ ନିୟନ୍ତ୍ରଣ କକ୍ଷରେ ବସି ଦାଇତ୍ୱ ତୁଲାଉଥିଲେ ବୋଲି ଚାର୍ଚ୍ଚା ହେଉଛି। ଏହି ପଥର ଖଦାନ ହେଉକି ଗ୍ରାନାଇଟ ଫେକ୍ଟ୍ରି ହେଉ ଏହି ଗରିବ ଶ୍ରେଣୀର ଶ୍ରମିକ ମାନଙ୍କ ମୃତ୍ୟୁ ପାଇଁ ଦାୟୀ କିଏ..? ଗଞ୍ଜାମ ଜିଲ୍ଲାରେ ଅନେକ ଜନ ବସତି ଅଞ୍ଚଳରେ ଥିବା ପାହାଡ଼ ଗୁଡିକୁ କିପରି ଫୁଟାଇ ବାକୁ ଅନୁମତି ଦିଆଯାଉଛି। ପ୍ରଶାସନିକ ଅଧିକାରୀ ଙ୍କ ଇଶାରା ଓ ଆଶିର୍ବାଦରେ ପଥର ଖଦାନ ଓ ବାଲି ଗୁତା ଶାଗ ମାଛ ଦରରେ ଲିଜ ଦିଯାଉଛି ବୋଲି ଅଭିଯୋଗ ହେଉଛି। ଏପଟେ ସରକାର ରାଜସ୍ୱ ହରାଉଥିବା ଥିବା ବେଳେ ବାବୁ ମାନେ ଜଣେ ଜଣେ କୁବେର ପାଲଟୁଛନ୍ତି ବୋଲି ଚାର୍ଚ୍ଚା ହେଉଛି। ଏହି ଅଘଟଣ ଉଚ୍ଚସ୍ତରୀୟ ତଦନ୍ତ କରିବାକୁ ଦାବୀ ହେଉଛି। ରାଜ୍ୟ ପ୍ରଶାସନ ଏହାକୁ ଗଭୀରତା ନେଇ ତଦନ୍ତ ନେବାକୁ ଅଞ୍ଚଳର ବୁଦ୍ଧିଜୀବୀ ଦାବୀ କରିଛନ୍ତି l ମାଇନ୍ସ ହେଉକି ପଥର କୁଆରୀ ଶ୍ରମିକ ମାନଙ୍କ ସୁରକ୍ଷା ଦିଗରେ ଧ୍ୟାନ ଦେବା ଜରୁରୀ କିନ୍ତୁ ଜିଲ୍ଲାର ଅନେକ ମାଇନ୍ସ ବିନା ଭିତ୍ତି ଭୂମିରେ ଚାଲୁଥିବା କୁ ନେଇ ଅଭିଯୋଗ ହେଉଛି, ସରକାରୀ ବାବୁ ମାନେ ଲକ୍ଷ ଲକ୍ଷ ଟଙ୍କା ପାଉଣା ନେଇ ନିଜ ବ୍ୟାଙ୍କ ଜମା ବୃଦ୍ଧି କରିବାରେ ଲାଗିଛନ୍ତି l ତେଣୁ ଏହି ଶ୍ରମିକ ମାନେ କି ଭଳି ମୃତ୍ୟୁ ହେଲେ ତାହା ତଦନ୍ତ ସାପେକ୍ଷ ନଚେତ ଏପରି ଅନେକ ଶ୍ରମିକ ଙ୍କ ମୃତ୍ୟୁ ସରକାରୀ ନାଲି ଫିତା ତଳେ ଦାବି ଦିଆଯିବା ନଜିର ବି ରହିଛି…

nis-ad
Leave A Reply

Your email address will not be published.