ଦାରିଙ୍ଗବାଡ଼ି,: ଦାରିଙ୍ଗବାଡ଼ି ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଅଭିଭାବକ ଆମର ଅଂଶୀଦାର (ଆମେ ଜାଣିବା ଆମେ ଜିଣିବା) ବୈଠକ ବିଦ୍ୟାଳୟ ପରିସରରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଭିଭାବକ,ଛାତ୍ରଛାତ୍ରୀ ଓ ଶିକ୍ଷକ ଶିକ୍ଷୟିତ୍ରୀ ଉପସ୍ଥିତ ଥିଲେ । ପ୍ରଧାନ ଶିକ୍ଷୟିତ୍ରୀ ଝୁନୁରାଣୀ ପ୍ରଧାନଙ୍କ ଅଧ୍ୟକ୍ଷତାରେ ମୁଖ୍ୟ ଅତିଥି ଭାବେ ବ୍ଳକ ସାମାଜିକ ସୁରକ୍ଷା ଅଧିକାରୀ କ୍ଷିତିସ ପ୍ରିୟଦର୍ଶୀ ସାହୁ ସରକାରଙ୍କ ଦ୍ୱାରା ଛାତ୍ରଛାତ୍ରୀଙ୍କୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ସୁବିଧା, ଯୋଜନା ସମ୍ପର୍କରେ ଆଲୋଚନା କରି ସୂଚନା ଦେଇଥିଲେ । କାର୍ଯ୍ୟକ୍ରମକୁ ରମାକାନ୍ତ ଦେଶୀନାୟକ ସଂଯୋଜନା କରିଥିଲା ବେଳେ ଶିକ୍ଷକ ନରେନ୍ଦ୍ର ବେହେରା, କୁଞ୍ଜବନ ପ୍ରଧାନ, ଆନନ୍ଦ ରଣା, ସମୀର କୁମାର ନାୟକ, ଶିକ୍ଷୟିତ୍ରୀ ବିନିତା ମଲିକ ବିଦ୍ୟାଳୟରେ ଛାତ୍ରଛାତ୍ରୀଙ୍କୁ ସରକାର ଯୋଗାଇ ଦେଉଥିବା ବିଭିନ୍ନ ସୁବିଧା ସମ୍ପର୍କରେ ସୂଚନା ଅଭିଭାବକଙ୍କୁ ଦେଇଥିଲେ । ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ ଭଲ ପ୍ରଦର୍ଶନ କରିଥିବା ଛାତ୍ରଛାତ୍ରୀଙ୍କୁ ଓ ଅଭିଭାବକଙ୍କ ମଧ୍ୟରେ ହୋଇଥିବା ଖେଳରେ, ଭଲ କରିଥିବା ବ୍ୟକ୍ତିଙ୍କୁ ଅତିଥି ପୁରସ୍କୃତ କରିଥିଲେ । ଛାତ୍ରଛାତ୍ରୀଙ୍କ ପକ୍ଷରୁ ସାଂସ୍କୃତିକ କାର୍ଯ୍ୟକ୍ରମ କରି ଅଭିଭାବକ ଓ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ନିଜର ଦକ୍ଷତା ପ୍ରଦର୍ଶନ କରିଥିଲେ । ଏହା ସହିତ ବିଭିନ୍ନ ଷ୍ଟଲ କରାଯାଇ ସରକାରଙ୍କ ଯୋଜନା ସମ୍ପର୍କରେ ସୂଚନା ଓ ସୁବିଧା ପ୍ରଦର୍ଶନ କରିଥିଲେ ।
Sign in
Sign in
Recover your password.
A password will be e-mailed to you.