ବଡ଼ ବାବୁ ଖୁସ୍ ମଦ ମାଫିଆ ମଧ୍ୟ ଖୁସ୍…!!
ବ୍ରହ୍ମପୁର (୧୧/୯) : ଗଞ୍ଜାମ ଜିଲ୍ଲାରେ ଥିବା କେତେକ ସରକାରୀ ମଦ ଭାଟି ରେ ପୋଚ ରେ ମହୁଲ ସ୍ଥାନରେ ୟୁରିଆ ଓ ଇଷ୍ଟ ବ୍ୟବହାର ହେଉଥିବା ଖବର ଗଣମାଧ୍ୟମ ରେ ରୀତି ମତ ପ୍ରକାଶ ହେଉଛି। ଖବର ପ୍ରକାଶ ହେବା ପରେ ଅବକାରୀ ବିଭାଗର ଜିଲ୍ଲା ମୁଖିଆ ଧର୍ମକୁ ଆଖିଠାର ଭଳି କେବଳ ଆସିକା ରେ ଥିବା କିଛି ଛୋଟ ମୋଟ ଏରୋଗୋଲା କ୍ୟାମ୍ପ ଉପରେ ଚଢ଼ାଉ କରି ବାହାବା ନେଉଥିବା ଦେଖିବାକୁ ମିଳୁଛି। ଆଜି ଆସିକା ଅବକାରୀ ବିଭାଗର ପକ୍ଷରୁ ଗଣ୍ଡପଲ୍ଲୀ,ଠେଙ୍ଗା ପଲ୍ଲୀ, ଜଗନ୍ନାଥ ପାଲ୍ଲୀ ରେ ଏରୋଗୋଲା କ୍ୟାମ୍ପ ଉପରେ ଚଢ଼ାଉ କରି ୩୨୦ ଲିଟର ମଦ ୬୦୦୦ ଲିଟର ପୋଚ ନଷ୍ଟ କରି ୪ଟି କେଶ ରୁଜୁ କରି ୪ ଜଣ ମହିଳାଙ୍କୁ ଗିରଫ କରିଛନ୍ତି।
ଚଢ଼ାଉ ହେଉଛି,କେବଳ କୋଚିଆ ମାନଙ୍କ ଉପରେ ଯେଉଁ ସବୁ ସରକାରୀ ମଦ ଭାଟିରେ ମହୁଲ ସ୍ଥାନରେ ପୋଚ ରେ ୟୁରିଆ ଓ ଇଷ୍ଟ ବ୍ୟବହାର କରାଯାଉଛି, ସେହି ପୋଚ କୁ ଆଜି ପର୍ଯ୍ୟନ୍ତ ଯାଞ୍ଚ କରାଯାଉ ନାହିଁ। ଏହି ସବୁ ମଦ ଭାଟିକୁ ଜିଲ୍ଲା ଅବକାରୀ ବିଭାଗ ର ଆଶିର୍ବାଦ ରହିଥିବା ଚର୍ଚ୍ଚା ହେଉଛି। ଆଶିର୍ବାଦ ରହୁ ବାବୁମାନେ ଜଣେ ଜଣେ କୁବେର ହୁଅନ୍ତୁ, ଗଞ୍ଜାମ ଜିଲ୍ଲାରେ ଥିବା ଯେଉଁ ମଦ ଭାଟିରେ ବିଷାକ୍ତ ମଦ ପ୍ରସ୍ତୁତ ହୋଇ ଚାଲାଣ ହେଉଛି ,ପୁଣି ମଦ ମୃତ୍ୟୁ କୁ କିଭଳି ସାମ୍ନା କରିବ ଅବକାରୀ ବିଭାଗ ବୋଲି ଚାର୍ଚ୍ଚା ହେଉଛି। ଆଗକୁ ଦଶହରା ମାମୁଲି ପାଇଁ ଅପମିଶ୍ରଣ କାରୀ ମଦମାଫିଆ ଙ୍କ ନିର୍ଦ୍ଦେଶ ରେ ଏହି ଗରିବ ଶ୍ରେଣୀର କୋଚିଆ ମାନଙ୍କୁ ଅବକାରୀ ବିଭାଗ ଧରୁଥିବା ଏବେ ଚାର୍ଚ୍ଚା ହେଉଛି।