ରାଜ୍ୟପାଳଙ୍କ ଦ୍ବାରା ଡଃ . ନୃସିଂହାନନ୍ଦ ମହାପାତ୍ରଙ୍କ ପୁସ୍ତକ ଉନ୍ମୋଚିତ…

ଫୁଲବାଣୀ : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ବାରା ‘ଭାରତର ଅମୃତ କୁମ୍ଭମେଳା’ ଓ ‘ତତ୍ତ୍ବବୋଧ, ଆତ୍ମବୋଧ ଓ ବାହ୍ୟବୋଧ’ ନାମକ ଦୁଇଟି ଆଧ୍ୟାତ୍ମିକ ପୁସ୍ତକ ଉନ୍ମୋଚିତ ହୋଇଯାଇଛି। କନ୍ଧମାଳ ଜିଲ୍ଲା ମାଷ୍ଟରପଡ଼ା ସାହିର ଡଃ . ନୃସିଂହାନନ୍ଦ ମହାପାତ୍ର ଏହି ପୁସ୍ତକ ଦୁଇଟିର ଲେଖକ ଅଟନ୍ତି। କମଳା ପ୍ରକାଶନୀ ସଂସ୍ଥା ଦ୍ଵାରା ପ୍ରକାଶିତ ଏହି ଦୁଇଟି ପୁସ୍ତକକୁ ସୋମବାର ରାଜଭବନଠାରେ ଲେଖକ ଡଃ . ମହାପାତ୍ର ରାଜ୍ୟପାଳ ପ୍ରଫେସର ଲାଲଙ୍କ କରକମଳରେ ଉନ୍ମୋଚିତ କରିବା ସହିତ କବିତା, ଗଳ୍ପ ଏବଂ ସନାତନ ସଂସ୍କୃତିର ବେଦ ବେଦାନ୍ତ, ଉପନିଷଦ ଓ ବୈଦିକ ଆଚାର୍ଯ୍ୟଗଣ ମାନଙ୍କ ଜୀବନୀ ସମ୍ପର୍କିତ ୨୫ଖଣ୍ଡ ପୁସ୍ତକ ମଧ୍ୟ ଉପହାର ସ୍ବରୂପ ପ୍ରଦାନ କରିଥିଲେ। ଡଃ . ନୃସିଂହାନନ୍ଦ ମହାପାତ୍ରଙ୍କ ଦ୍ବାରା ଲିଖତ ପୁସ୍ତକଗୁଡ଼ିକ ଦେଖି ରାଜ୍ୟପାଳ ତାଙ୍କୁ ଭୂୟସୀ ପ୍ରଶଂସା କରିବା ସହିତ ଆଶ୍ଚର୍ଯ୍ୟ ପ୍ରକଟ କରିଥିଲେ। ଏହି ପୁସ୍ତକଗୁଡ଼ିକ ଓଡ଼ିଆ ସାହିତ୍ୟ ବାଣୀଭଣ୍ଡାରକୁ ସୁସମୃଦ୍ଧ କରିବ ବୋଲି କହିଥିଲେ। ଏତଦଭିନ୍ନ ବୈଦିକ ସଂସ୍କୃତିର ଏକ ନୂତନ ଜାଗରଣ ଭବିଷ୍ୟତ ଯୁବପିଢ଼ିଙ୍କୁ ଜ୍ଞାନର ସତମାର୍ଗରେ ନିଶ୍ଚିତ ଭାବେ ପ୍ରେରଣା ଯୋଗାଇବ ବୋଲି ପ୍ରକଟ କରିଥିଲେ। ଏହି ଅବସରରେ ରାଜ୍ୟପାଳ ପ୍ରଫେସର ଲାଲଙ୍କୁ କମଳା ପ୍ରକାଶନୀ ସଂସ୍ଥା ତରଫରୁ ଉପଢୌକନ ଓ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସମ୍ବଦ୍ଧିତ କରାଯାଇଥିଲା। ଏହି ପୁସ୍ତକ ଉନ୍ମୋଚନ ସମୟରେ ରାଜ୍ୟପାଳଙ୍କ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରକ୍ଷକ ନାୟକ, ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ କୁମାର ମହାନ୍ତି, କମଳା ପ୍ରକାଶନୀର ସଭାପତି ରାମକୃଷ୍ଣ ବେହେରା, ଉପଦେଷ୍ଟା ପ୍ରମୋଦ କୁମାର ମହାପାତ୍ର ଓ କୋଷାଧ୍ୟକ୍ଷା ଜୟଲକ୍ଷ୍ମୀ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ଏ ନେଇ ବିଭିନ୍ନ ମହଲରୁ ଶ୍ରୀ ମହାପାତ୍ରଙ୍କୁ ଶୁଭେଚ୍ଛାର ସୁଅ ଛୁଟିଛି l

nis-ad
Leave A Reply

Your email address will not be published.