ଗଡ଼ରେଜ କମ୍ପାନୀର ଅପ୍ରାଧିକୃତ ରାଜୁ ବୀଜ ଭଣ୍ଡାର ଦ୍ଵାରା ଲାର୍କ ପେଷ୍ଟିସାଇଡ଼ ଔଷଧ ବିକ୍ରି


ସମ୍ବାଦ ସଂଗ୍ରହ କରିବା ସମୟରେ ସାମ୍ବାଦିକଙ୍କ ସହିତ ଦୁର୍ବ୍ୟବହାର
ଉମରକୋଟ (୦୮/୦୯) : ନବରଙ୍ଗପୁର ଜ଼ିଲ୍ଲାର ଉମରକୋଟ ସହର ଏକ ମୁଖ୍ୟ ବ୍ୟବସାୟ କେନ୍ଦ୍ର | ଏହି ଉମରକୋଟ ସବଡିଭିଜନ ଉପରେ ଅଞ୍ଚଳର ସମସ୍ତେ ନିର୍ଭର ଶୀଳ କହିଲେ ଭୁଲ ହେବ ନାହିଁ | କିନ୍ତୁ ଉମରକୋଟ ସବଡିଭିଜନର ବ୍ୟବସାୟୀ ମାନେ ସେମାନଙ୍କର କଳାସାମ୍ରାଜ୍ୟ ବିସ୍ତାର କରି ସାଧାରଣ ଜନତାଙ୍କୁ ଦିନ ଦ୍ୱିପ୍ରହରେ ମନ ମର୍ଜି ଲୁଟୁଛନ୍ତି l କିଛି ଦିନ ପୂର୍ବରେ ନକଲି ଡିଏପି ସାରର ପର୍ଦାଫାସ ହେବା ପରେ ପୁଣି ଦେଖିବାକୁ ମିଳିଛି ଗଡ଼ରେଜ ପ୍ରେଷ୍ଟିସାଇଡ ଔଷଧ କମ୍ପାନୀର ଲାର୍କ ଘୋଟାଲା l ସୂଚନା ଅନୁଯାୟୀ ଗଡ଼ରେଜ ପେଷ୍ଟିସାଇଡ଼ କମ୍ପାନୀର ଉମରକୋଟ ଓ ରାଇଘରରେ ପ୍ରାଧିକୃତ ଡିଷ୍ଟିବୁଟର ମାନଙ୍କୁ ପାଖରେ ପର୍ଯ୍ୟାପ୍ତ ପ୍ରେସ୍ଟିସାଇଡ ଗଡ଼ରେଜ କମ୍ପାନୀର ଔଷଧ ନ ଥିବା ଜାଗାରେ ଜଣେ ଅପ୍ରାଧିକୃତ ୧୪ ନମ୍ବର ଜାମରୁଣ୍ଡା ନିବାସୀ ପ୍ରକାଶ ବେପାରୀ ପାଖରେ ଯଥେଷ୍ଟ ସେହି ଗଡ଼ରେଜ କମ୍ପାନୀର ପେଷ୍ଟିସାଇଡ଼ ଲାର୍କ କେମିତି ବିକ୍ରି ହେଉଛି l

ଏହି ଖବର ପ୍ରକାଶିତ ହେବାପରେ ଡେପୁଟି ଡାଇରେକ୍ଟର ଅଫ ଏଗ୍ରିକଲଚର ଅଫିସର ଓ ସ୍ଥାନୀୟ ମାନନୀୟ ଅତିରିକ୍ତ ତହସିଲଦାର ରାଜୁ ବୀଜ ଭଣ୍ଡାରରେ ପହଁଞ୍ଚି ତଦନ୍ତ କରି ଗଡ଼ରେଜ କମ୍ପାନୀର ଲାର୍କ ନାମକ ଔଷଧ ଜବତ କରିବା ପରେ ଲ୍ୟାବ ଟେଷ୍ଟ ପାଇଁ ପଠାଇଛନ୍ତି ବଳି କହିଲେ ଡେପୁଟି ଡାଇରେକ୍ଟର ଅଫ ଏଗ୍ରିକଲଚର ଅଫିସର ଫୋନ ମାଧ୍ୟମରେ l ଏଠି ପ୍ରଶ୍ନ ଉଠୁଛି ଯେ, ପ୍ରାଧିକୃତ ଡିଷ୍ଟ୍ରିବ୍ୟୁଟର ପାଖରେ ଆନ୍ତଃରାଜ୍ୟ ବଜାରରେ ଗଡ଼ରେଜ କମ୍ପାନୀର ଲାର୍କ ଔଷଧ ପରିଆପ୍ତ ନଥିବା ପାଇଁ ଡିଷ୍ଟିବୁଟର ମାନେ ପାଇଁ ପାରୁ ନାହାନ୍ତି କିନ୍ତୁ ଗୋଟିଏ ଅପ୍ରାଧିକୃତ ରାଜୁ ବୀଜ ଭଣ୍ଡାର ଜାମରୁଣ୍ଡା ୧୪ ନମ୍ବର ଡିଏନକେର ପ୍ରକାଶ ବେପାରୀ ପାଖରେ ବିଗତ ୨୬/୦୮/୨୦୨୩ରିଖରେ (୫,୮୪,୮୦୦,୦୦) ପାଞ୍ଚ ଲକ୍ଷ ଚଉରାଅସି ହଜାର ଆଟ ସହ ଟଙ୍କାର ଗଡ଼ରେଜ କମ୍ପାନୀର ଲାର୍କ ଔଷଧ ଏଗ୍ରିମ ହୋଲସେଲ ପ୍ରାଇଭେଟ ଲିମିଟେଡ଼ ଗୁରୁଗ୍ରାମ ହରିୟାଣାରୁ ଆସିଛି l ଖାଲି ଏତିକି ନାହିଁ ସେହି ପରି ୦୪/୦୮/୨୦୨୩ ରିଖରେ ଦୁଇ ଲକ୍ଷ ତେତିଶ ହଜାର (୨,୩୩,୦୦୦), ଦୁଇ ଲକ୍ଷ ଏକଚାଳିସି ହଜାର (୨,୪୧,୦୦୦),ତିନି ଲକ୍ଷ ଏକା ନବେ ହଜାର ଏକ ସହ ବିୟାନବେ ଟଙ୍କା (୩,୯୧,୧୯୨,) ଓ ୨୮/୦୮/୨୦୨୩ ରିଖରେ ଚାରି ଲକ୍ଷ ଚଉଦୋ ହଜାର ଏକ ସହ କୋଡ଼ିଏ ଟଙ୍କାର (୪,୧୪,୧୨୦) ସମାନ ସେହି ଏଗ୍ରିମ କମ୍ପାନୀର ଆସିଛି l ଏହି ସବୁର ପ୍ରମାଣ ଆମ ନିସର୍ତ୍ତ ପ୍ରତିନିଧି ପାଖରେ ପହଁଞ୍ଚିବା ପରେ ଜାମରୁଣ୍ଡା ଚଉଦୋ ନମ୍ବର ରାଜୁ ବୀଜ ଭଣ୍ଡାରର ମାଲିକ ପ୍ରକାଶ ବେପାରୀଙ୍କୁ ଯାଇ ବିନା ଗଡ଼ରେଜ କମ୍ପାନୀର ଲାଇସେନ୍ସ ନ ଥାଇ ଆପଣ ଏ ଲାର୍କ ଔଷଧ କେମିତି ବିକୁଛନ୍ତି ପଚାରିବାରୁ କହିଲେ ଯେ ମୁଁ ମୋର ଜିଏସଟି ନମ୍ବାରରେ ଆଣିଛି l ଆପଣଙ୍କୁ ପାଖରେ ପ୍ରିନସିପୋଲ ଲାଇସେନ୍ସ ଅଛି କି ପଚାରିବାରୁ ନାହିଁ ବଳି କହିଲେ l ସବୁଠୁ ଆଚାର୍ଯ୍ୟର ବିଷୟ ଲାର୍କ କମ୍ପାନୀର ଔଷଧ ଉପରେ ପ୍ରିଣ୍ଟ ରେଟ ଅଛି (୧୫୫୦)ପନ୍ଦର ସହ ପଚାଶ ଟଙ୍କା କିନ୍ତୁ ବିଲରେ ରେଟ ମେନସନ ଅଛ ପନ୍ଦର ସହ ପଞ୍ଚାନବେ ଟଙ୍କା ଚଉସଠି ପଇସା (୧୫୯୫,୬୪)l ଏହି ସବୁ ବିଷୟରେ ପଚାରିବା ସମୟରେ ପ୍ରକାଶ ବେପାରୀ ଆମ ନିସର୍ତ ପ୍ରତିନିଧି ଉପରେ ଅଯଥା ଅଭଦ୍ରାମି ଭାବରେ କହିଲେ ଯେ ମୁଁ ତହସିଲଦାର ଓ ଏଗ୍ରିକଲଚର ଅଫିସର ସହିତ ବୁଝିବି ଏବଂ ଆମ ନିସର୍ତ ନିୟୁଜର ବୁମ ଆଗରେ କିଛି କହିଁବି ନାହିଁ କହିଲେ ତମେ ଯାହା କରୁଛ କର l ଏହି ବିଷୟକୁ ନେଇ ଏଗ୍ରିକଲଚର ଫିଲଡ ଅଫିସରଙ୍କୁ ପଚାରିବାରୁ କହିଲେ ଯେ ଏହି ପରି ବାହାର ରାଜ୍ୟରୁ ଆସିବାର କୌଣସି ନିୟମ ନାହିଁ ଯଦି ଆସିବ ତାହେଲେ ପ୍ରପୋର ଚାଁନେଲ ମାଧ୍ୟମରେ ଆସିବ l ପ୍ରକାଶ ବେପାରୀ ଗଡ଼ରେଜ କମ୍ପାନୀର ନା ଅଛି ଡୀଲର ନା ଅଛି ସାବ ଡୀଲର ନା ଅଛି ତାଙ୍କର ପାଖରେ ପ୍ରିନସିପୋଲ ଲାଇସେନ୍ସ l ଏହିପରି ଅପ୍ରାଧିକୃତ କଲା ବ୍ୟାପାରିର “ଲାର୍କ ଔଷଧ” ଲ୍ୟାବ ଟେଷ୍ଟ କଣ ପାଇଁ ? ଚଉଦୋ ନମ୍ବର ବୁଦ୍ଧି ଜିବି ମାନଙ୍କ କହିବା କଥା l ଗଡ଼ରେଜ କମ୍ପାନୀର ପ୍ରାଧିକୃତ ଲାଇସେନ୍ସ ଡିଷ୍ଟିବୁଟର ପାଖରେ ଲାର୍କ ଔଷଧ ନାହିଁ କିନ୍ତୁ ଜଣେ ଅପ୍ରାଧିକୃତ ଲାଇସେନ୍ସ ନ ଥାଇ ଏତେ ଗୁଡ଼ିକ ଗଡ଼ରେଜ କମ୍ପାନୀର ” ଲାର୍କ ଔଷଧ ” ଡେପୁଟି ଡାଇରେକ୍ଟର ଅଫ ଏଗ୍ରିକଲଚର ଅଫିସର ଓ ମାନନୀୟ ଅତିରିକ୍ତ ତହସିଲଦାର ମହାଶୟ ସମାନ ଯାକ ସିଜ ନ କରି ଓ ଏହି ରାଜୁ ବୀଜ ଭଣ୍ଡାର ଉପରେ କାନୁନି କାରବାଇ ନ କରି ଲ୍ୟାବ ଟେଷ୍ଟ ପାଇଁ ପଠେଇବାର କାରଣ କଣ କହି ବୁଦ୍ଧି ଜିବି ଓ ଆଖ ପାଖ ଅଞ୍ଚଳର ସାଧାରଣ ଜନତାଙ୍କ ଭିତରେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି l ଏବେ ଦେଖିବାକୁ ବାକି ରହିଲା ଡେପୁଟି ଡାଇରେକ୍ଟର ଅଫ ଏଗ୍ରୀକଳଚର ଅଫିସର ଓ ମାନନିୟ ଅତିରିକ୍ତ ତହସିଲଦାର ମହାଶୟ ଗଡ଼ରେଜ କମ୍ପାନୀର ” ଲାର୍କ ଔଷଧ ” ଲ୍ୟାବ ଟେଷ୍ଟ ପରେ କଣ ପଦକ୍ଷେପ ନେଉଛନ୍ତି l

nis-ad
Leave A Reply

Your email address will not be published.