ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନା ସମ୍ପର୍କରେ କର୍ମଶାଳା

ଚିକିଟୀ : ମୁଖ୍ୟମନ୍ତ୍ରୀ ଶିକ୍ଷା ଯୋଜନା ସମ୍ପର୍କିତ ଏକ କର୍ମଶାଳା ବ୍ଲକ୍ ର ସମସ୍ତ ସରକାରୀ ପ୍ରାଥମିକ ବିଦ୍ୟାଳୟ ବେସରକାରୀ ଓ ସରକାରୀ ଅନୁଦାନପ୍ରାପ୍ତ ଉଚ୍ଚ ବିଦ୍ୟାଳୟର ପ୍ରଧାନଶିକ୍ଷକଙ୍କୁ ନେଇ ଗୋଷ୍ଠୀ ଶିକ୍ଷା ଅଧିକାରୀ ବସନ୍ତ କୁମାର ପଣ୍ଡାଙ୍କ ଅଧ୍ୟକ୍ଷତାରେ ଚିକିଟି ପେଣ୍ଠ ନୋଡାଲ ଉଚ୍ଚ ବିଦ୍ୟାଳୟରେ ଅନୁଷ୍ଠିତ ହୋଇଅଛି। ଏହି ଅବସରରେ ବ୍ରହ୍ମପୁର ଗିରିରୋଡ ସ୍ଥିତ ପ୍ରାଥମିକ ଶିକ୍ଷକ ତାଲିମ ଅନୁଷ୍ଠାନ ର ଶିକ୍ଷକ ପ୍ରଶିକ୍ଷିକା ଡା. ସୁଚିତ୍ରା ମହାପାତ୍ର ଓ ବଡ କେଳlଝୁରି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ମଞ୍ଜୁଳା ପାଣିଗ୍ରାହୀ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନା ସମ୍ପର୍କରେ ଅବତାରଣା କରାଇଥିଲେ। ଏହି ଯୋଜନାରେ ପ୍ରlଥମିକ ବିଦ୍ୟାଳୟ, ଉଚ୍ଚ ବିଦ୍ୟାଳୟ ଓ ୫- ଟି ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଓ ଉଲ୍ଲେଖନୀୟ କାର୍ଯ କରିଥିବା ଶିକ୍ଷକ,ଶିକ୍ଷୟିତ୍ରି, ପରିଚାଳନା କମିଟି, ପୁରୁଣା ଛାତ୍ରଛାତ୍ରୀ, ଶିକ୍ଷା ପ୍ରଶାସକ,ଶିକ୍ଷା ବ୍ୟବସ୍ଥା ସହିତ ଜଡିତ ଉଲ୍ଲେଖନୀୟ ବ୍ୟକ୍ତି ବିଶେଷ ଓ ଅନୁଷ୍ଠାନ କୁ ପୁରସ୍କୃତ କରାଯିବ। ଏହା ମାଧ୍ୟମରେ ଏକ ସୁସ୍ଥ ଶୈକ୍ଷିକ ପ୍ରତିଯୋଗିାମୂଳକ ପରିବେଶ ସୃଷ୍ଟି କରିବା ସରକାରଙ୍କ ମହତ ଲକ୍ଷ୍ୟ ରହିଛି।ଏହି ଅବସର ରେ ବ୍ଲକର ସମସ୍ତ ସି ଆର୍ ସି ସି ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.