ପିଭିଟିଜି ଭୋଟରଙ୍କୁ ସଚେତନ କରିବା ନେଇ ମୁଦୁଲିପଡା ଓ ଅନ୍ଦ୍ରାହାଲରେ ସ୍ୱତନ୍ତ୍ର ଶିବିର :ସଂଗ୍ରହ ହେଲା ୨୧୪ ଫର୍ମ…

ମାଲକାନଗିରି : ଭୋଟର ସଚେତନତା (ସ୍ଵିପ୍) କାର୍ଯ୍ୟକ୍ରମ ଅଧିନରେ ପିଭିଟିଜି ଯୁବଗୋଷ୍ଠୀଙ୍କୁ ସଚେତନ କରିବା ନେଇ ଖଇରପୁଟ ବ୍ଲକ ମୁଦୁଲିପଡା ଏବଂ ଅନ୍ଦ୍ରାହାଲ ଗ୍ରାମ ପଞ୍ଚାୟତରେ ସ୍ୱତନ୍ତ୍ର ଶିବିର ଆୟୋଜନ କରାଯାଇଛି। ନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଉପଜିଲ୍ଲାପାଳ ଡ଼ଃ ଅକ୍ଷୟ କୁମାର ଖେମୁଣ୍ଡୁ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ଶିବିରକୁ ଉଦ୍ଘାଟନ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ ଭୋଟ ଦେବାର ମୌଳିକ ଅଧିକାର ସମସ୍ତଙ୍କର ରହିଛି । ଯାହା ଗଣତନ୍ତ୍ରକୁ ସୁଦୃଢ କରିବାରେ ସହାୟକ ହୋଇଥାଏ। ସେ ଆହୁରି ମଧ୍ୟ କହିଛନ୍ତି ଯେ ରାଜ୍ୟ ସରକାର ଆଦିମ ଜନଜାତିଙ୍କ ସର୍ବାଙ୍ଗୀନ ଉନ୍ନତି ନିମନ୍ତେ ଅନେକ ପଦକ୍ଷେପ ନେଇଛନ୍ତି। ତେଣୁ ଯେପରି ଅଧିକରୁ ଅଧିକ ପିଭିଟିଜି ଯୁବକ ଯୁବତୀ ଭୋଟର ତାଲିକାରେ ନାମ ପଞ୍ଜୀକରଣ କରିବେ ସେଥି ନିମନ୍ତେ ପ୍ରଶାସନ ପକ୍ଷରୁ ସମସ୍ତ ପଦକ୍ଷେପ ଗ୍ରହଣ କରାଯାଉଛି । ଫର୍ମ-୬ ମାଧ୍ୟମରେ ଯୋଗ, ଫର୍ମ-୭ ମାଧ୍ୟମରେ ଆବେଦନ ଓ ତ୍ରୁଟି ସଂଶୋଧନ ଓ ଫର୍ମ-୮ ମାଧ୍ୟମରେ ସ୍ଥାନାନ୍ତରଣ ଓ ଭୋଟର ପରିଚୟ ପତ୍ର ସଂଶୋଧନ ନିମନ୍ତେ ଆବେଦନ କରିପାରିବେ ବୋଲି ସେ ଏଠାରେ ସୂଚନା ଦେଇଥିଲେ।
ଏହି ଶିବିରରେ ଫର୍ମ-୬ ମାଧ୍ୟମରେ ୧୭୯ ଜଣ ବ୍ୟକ୍ତି ଯୋଗ ନିମନ୍ତେ ଆବେଦନ କରିଛନ୍ତି। ସେହିପରି ଫର୍ମ-୮ ରେ ୩୫ ଜଣ ସ୍ଥାନାନ୍ତରଣ ଓ ଭୋଟର ପରିଚୟ ପତ୍ର ସଂଶୋଧନ ନିମନ୍ତେ ଆବେଦନ କରିଛନ୍ତି। ସର୍ବମୋଟ ଏହି ଶିବିରରେ ୨୧୪ ଟି ଫର୍ମ ସଂଗ୍ରହ କରାଯାଇଥିଲା । ସୂଚନା ଥାଉ କି ୯ ଟି ବୁଥର ଭୋଟର ମାନେ ଏଥିରେ ଯୋଗ ଦେଇଥିଲେ।

ଏହି ଶିବିରରେ ଉପନିର୍ବାଚନ ପଞ୍ଜୀକରଣ ଅଧିକାରୀ ତଥା ଗୋଷ୍ଠୀ ଉନ୍ନୟନ ଅଧିକାରୀ , ଖଇରପୁଟ, ଶ୍ରୀ ଉମାଶଙ୍କର କୋୟା, ଗୋଷ୍ଠୀ ଉନ୍ନୟନ ଅଧିକାରୀ, ମାଲକାନଗିରି, ପ୍ରଭାତୀ ଝଡିଆ, ସହାୟକ ଜିଲ୍ଲାପାଳ, ଆଶୋକ ଚକ୍ରବର୍ତ୍ତୀ, ବଣ୍ଡା ଉନ୍ନୟନ କର୍ତ୍ତୃପକ୍ଷ (ବିଡ଼ିଏ) , ପ୍ରୋଜେକ୍ଟ ଲିଡର, ସଲମାନ୍ ରାଇକା, ଜିପିଇଓ ତଥା ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ, ଜ୍ୟୋତି ରଞ୍ଜନ ସେଠୀ, ବୁଥ ଲେବଲ୍ ଅଧିକାରୀ, ବୁଥ ଲେବଲ ସୁପର ଭାଇଜର ଏବଂ ବିଡ଼ିଏ କର୍ମଚାରୀ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.