ଛତ୍ରପୁର ନୂତନ ଥାନାଧିକାରୀଙ୍କ ଦାୟିତ୍ୱ ଗ୍ରହଣ…

ଛତ୍ରପୁର :ଗଞ୍ଜାମ ପୋଲିସଜିଲ୍ଲା ମୁଖ୍ୟାଳୟ ଛତ୍ରପୁର ସଦର ଆଦର୍ଶ ଥାନାର ନୂତନ ଥାନା ଅଧିକାରୀ ଭାବେ ନିରୋଦ କୁମାର ଦାସ ଅବସ୍ଥାପିତ ହୋଇ ବୁଧବାର ତାଙ୍କ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହି ସ୍ଥାନରେ ଥିବା ଆଇ.ଆଇ.ସି. ସତ୍ୟରଞ୍ଜନ ପ୍ରଧାନ ଭୁବନେଶ୍ୱର କମିଶନରରେଟ୍ ପୋଲିସ ମୁଖ୍ୟାଳୟକୁ ସ୍ଥାନାନ୍ତର ହୋଇଯାଇଛନ୍ତି । ଏଠାରେ ଅବସ୍ଥାପିତ ହୋଇଥିବା ଆଇ.ଆଇ.ସି. ଶ୍ରୀ ଦାସ ୨୦୧୧ ବେଚ୍ ଆଇ.ଆଇ.ସି. ଅଟନ୍ତି ।ସେ ଏଥିପୂର୍ବରୁ ଅନୁଗୁଳ ଜିଲ୍ଲା ପୋଲିସ ମୁଖ୍ୟାଳୟରେ କାର୍ଯ୍ୟରତ ଥିଲେ ।
୨୦୧୯- ୨୦୨୧ରେ ଆଇ.ଆଇ.ସି. ଅନୁଗୁଳ ଜିଲ୍ଲାର ଖମାର, ୨୦୨୧-୨୩ ମଧ୍ୟରେ ଆଠମଲ୍ଲିକ, ୨୦୨୩ ଜୁନ ମାସରୁ ଅଦ୍ୟାବଧି ଅନୁଗୁଳ ଜିଲ୍ଲାର ବନ୍ତଳା ଥାନାରେ ଅବସ୍ଥାପିତ ଥିଲେ । ସେ ଜଣେ କର୍ତ୍ତବ୍ୟନିଷ୍ଠ ପୋଲିସ ଅଫିସର ଭାବେ ଓଡ଼ିଶା ପୋଲିସରେ ଆଇ.ଆଇ.ସି. ପଦବୀରେ ନିଜର ଦକ୍ଷତା ପ୍ରତିପାଦନ କରିଆସିଛନ୍ତି ବୋଲି ଜଣାଯାଏ । ତାଙ୍କର ଯୋଗଦାନ ପରେ ଆଜି ବିଭିନ୍ନ ମହଲରେ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରି ଶୁଭେଚ୍ଛା ଜ୍ଞାପନ କରାଯାଇଥିଲା ।

nis-ad
Leave A Reply

Your email address will not be published.