ସମାଜ ସୁଧାର କ୍ଷେତ୍ରରେ ସାଂସ୍କୃତିକ ଗୁରୁମାନଙ୍କ ଭୂମିକା ଅତୀବ ଗୁରୁତ୍ବପୂର୍ଣ୍ଣ : ମହାସଂଘ

ବ୍ରହ୍ମପୁର, ତା. ୦୫/୦୯ : କଳା ଓ କଳାକାର ହିତୈଷୀ ମହାମଞ୍ଚ ‘ନିଖିଳ ଓଡିଶା ବରିଷ୍ଠ କଳାକାର ମହାସଂଘ’ ପକ୍ଷରୁ ପବିତ୍ର ଗୁରୁ ପୂଜନ ମହୋତ୍ସବ ସ୍ଥାନୀୟ ଗିରି ମାର୍କେଟ୍ ଛକ ସ୍ଥିତ ପ୍ରକାଶମ୍ ହଲ୍ ଆନ୍ଧ୍ର ଭାଷା ବିବର୍ଦ୍ଧନୀ ସମାଜ ସଭା ପ୍ରକୋଷ୍ଠ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି। ସୀମାନ୍ତ ନଟରାଜ ଡା ତିରୁପତି ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଗୁରୁ ପୂଜନ ଉତ୍ସବରେ ପ୍ରାଜ୍ଞ ମଞ୍ଚ ମଣିଷ ମେଜର୍ ରମାରମଣ ପାଢୀ, ପ୍ରଥିତ୍ ଯଶା ସାରସ୍ବତ ସାଧକ ତଥା ଅଭିନେତା ମୋତିଲାଲ ପତି, ନାଟ୍ୟଶ୍ରୀ ଫାଉଣ୍ଡେସନ୍ ଅଧ୍ୟକ୍ଷ ଭବାନୀ ଶଙ୍କର ମିଶ୍ର, ଗଞ୍ଜାମ ଜିଲ୍ଲା ବରିଷ୍ଠ କଳାକାର ସଂଘ କାର୍ଯ୍ୟକାରୀ ସଭାପତି ଦୂର୍ଗା ପ୍ରସାଦ ଆଚାର୍ଯ୍ୟ, ନାଟ୍ୟ-ବିଦ୍ୟା-ବୁଦ୍ଧ ପ୍ରଫୁଲ୍ଲ ବେହେରା, ନାଟ୍ୟକାର ଉମାଶଙ୍କର ଦାଶ, ଗଞ୍ଜାମ ଜିଲ୍ଲା ମଞ୍ଚ କଳାକାର ସମ୍ମିଳନୀ ସଭାପତି କେ. ବଳରାମ ଦାସ, କଳାପ୍ରାଣ କୈଳାସ ପାଣିଗ୍ରାହୀ ପ୍ରମୁଖ ଅତିଥି ଭାବରେ ଯୋଗ ଦେଇ ଯେହେତୁ ସମାଜ ପ୍ରବର୍ତ୍ତନ କ୍ଷେତ୍ରରେ କଳାର ଗୁରୁତ୍ବ ପରିଲକ୍ଷିତ, ସେହେତୁ ସେହି ସାଂସ୍କୃତିକ ଗୁରୁମାନଙ୍କ ଭୂମିକା ବିଶେଷ ଗୁରୁତ୍ବପୂର୍ଣ୍ଣ ବୋଲି ମତବ୍ୟକ୍ତ କରିଥିଲେ। ସଂଘ ମହାସଚିବ ସୁବାସ ଚନ୍ଦ୍ର ସାହୁ ରୋଶନ୍ ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ଭିତରେ ବିଭିନ୍ନ ଅଞ୍ଚଳରୁ ନିମନ୍ତ୍ରିତ ଅନ୍ୟୁନ ତିରିଶି ଜଣ ଲୋକ ନାଟକ ଗୁରୁଙ୍କୁ ବିଧିବତ୍ ପାଦପୂଜା ସହ ସମ୍ବର୍ଦ୍ଧିତ କରାଯାଇଥିଲା।ଚଳଚ୍ଚିତ୍ର ଅଭିନେତ୍ରୀ ଗୀତା ସ୍ବାଇଁ ଗୁରୁ ପୂଜନ ସମ୍ପାଦିତ କରିଥିଲେ। ନନ୍ଦିକ ଭାରତ ଲୀଳା ଦଳ ସୁନ୍ଦର ପ୍ରଦର୍ଶନ ସହ କାର୍ଯ୍ୟକ୍ରମର ଶୋଭାବିବର୍ଦ୍ଧନ କରିଥିଲେ। ସର୍ବଶ୍ରୀ ସୁଦାମ ପଟ୍ଟନାୟକ, ହ୍ରୁଷୀକେଶ ହୋତା, ପ୍ରଦୀପ କୁମାର ସାହୁ, କୁନୁ ବେହେରା, ମହେନ୍ଦ୍ର କୁମାର ସାହୁ, ପ୍ରଫୁଲ୍ଲ ନାୟକ, ମ୍ରୁତ୍ୟୁଞ୍ଜୟ ତ୍ରିପାଠୀ
ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ପରିଶେଷରେ ନାଟ୍ୟ-ସୂର୍ଯ୍ୟ ଦେବେନ୍ଦ୍ର ପ୍ରସାଦ ଶର୍ମା ଆନୁଷ୍ଠାନିକ ଧନ୍ୟବାଦ ଅର୍ପଣ କରିଥିଲେ।

nis-ad
Leave A Reply

Your email address will not be published.