ବିଏସଏଫ ୱେଷ୍ଟର୍ଣ୍ଣ କମାଣ୍ଡ ଦାୟତ୍ୱ ନେଲେ ଓଡ଼ିଶା କ୍ୟାଡର ଆଇପିଏସ ଯୋଗେଶ ବାହାଦୂର ଖୁରାନିଆ

khur

ଭୁବନେଶ୍ୱର: ୧୯୯୦ ବ୍ୟାଚର ଓଡ଼ିଶା କ୍ୟାଡର ଆଇପିଏସ ଅଫିସର ଯୋଗେଶ ବାହାଦୂର ଖୁରାନିଆ ହେଲେ ବର୍ଡର ସିକ୍ୟୁରିଟି ଫୋର୍ସ (ବିଏସଏଫ) ଚଣ୍ଡିଗଡର ସ୍ପେଶାଲ ଡାଇରେକ୍ଟର ଜେନେରାଲ  ।

ବିଏସଏଫ ୱେଷ୍ଟର୍ଣ୍ଣ ସେକ୍ଟରର ପରିଚାଳନା, ପ୍ରଶାସନିକ ତଥା ବିଏସଏଫରେ ମାନବ ସମ୍ବଳ ନିଯୁକ୍ତି ଦାୟିତ୍ୱ ଏବେ  ଓଡ଼ିଶା କ୍ୟାଡର ଆଇପିଏସ ଖୁରାନିଆଙ୍କ ହାତରେ ।  ଏହା ପୂର୍ବରୁ ସେ ନୂଆଦିଲ୍ଲୀ ବିଏସଏଫ ମୁଖ୍ୟାଳୟରେ ସ୍ପେଶିଆଲ ଡାଇରେକ୍ଟର ଜେନେରାଲ (ଅପରେସନ) ଦାୟିତ୍ୱରେ ଥିଲେ ।

ଓଡ଼ିଶା କ୍ୟାଡର ଅଫିସର ଯୋଗେଶ ବାହାଦୂର ଖୁରାନିଆ ପୂର୍ବରୁ ରାଉରକେଲା ଏସପି, ମୟୂରଭଞ୍ଜ, ଗଞ୍ଜାମ ଏବଂ ଅନ୍ୟ ଜିଲ୍ଲାରେ କାମ କରିଛନ୍ତି।   ପଦୋନ୍ନତି ପାଇ ସେ ଭୁବନେଶ୍ୱର ରେଞ୍ଜ, ସାଉଥ ରେଞ୍ଜ ବ୍ରହ୍ମପୁର ଏବଂ ନର୍ଥ ରେଞ୍ଜ ସମ୍ବଲପୁର ଡିଆଇଜି/ଆଇଜି ଭାବେ ନିଯୁକ୍ତି ପାଇଥିଲେ ।

ଏହା ବ୍ୟତୀତ ଖୁରାନିଆ ତାଙ୍କର ସାହାସ, ସେବା ଓ କର୍ତ୍ତବ୍ୟ ପାଇଁ ରାଜ୍ୟପାଳ, ରାଷ୍ଟ୍ରପତିଙ୍କ ଦ୍ୱାରା ପୁରସ୍କୃତ ହୋଇଥିଲେ ।


Post Views: 8

nis-ad
Leave A Reply

Your email address will not be published.