ଜାତୀୟ ସ୍ତରିୟ ଟାଇକୋଣ୍ଡ ପ୍ରତିଯୋଗିତା ରେ କନ୍ଧମାଳ ଜିଲ୍ଲାର କୃତିତ୍ୱ…

ଫୁଲବାଣୀ : ଚଳିତ ସେପ୍ଟେମ୍ବର ମାସ 2ତାରିଖରୁ 4 ତାରିଖ ମଧ୍ୟରେ ଝାଡଖଣ୍ଡର ରାଞ୍ଚି ଠାରେ ଦିତୀୟ ଭଗବାନ ବିର୍ସା ମୁଣ୍ଡା ଏବଂ 14 ତମ ଓପେନ ଜାତୀୟ ସ୍ତର ଟାଇକୋଣ୍ଡ ପ୍ରତିଯୋଗିତା ଅନୁଷ୍ଠିତ ହୋଇ ଯାଇଛି l ଏହି ପ୍ରତିଯୋଗିତାରେ କନ୍ଧମାଳ ଜିଲ୍ଲା ଟାଇକୋଣ୍ଡ ସଙ୍ଘ ତରଫରୁ 8 ଜଣ ପ୍ରତିଯୋଗିତାରେ ଅଂଶ ଗ୍ରହଣ କରିଥିଲେ, ସେଥି ମଧ୍ୟରୁ ଫୁଲବାଣୀ ମାର୍ଶାଲାଟ ଏକାଡେମୀର ଛାତ୍ରୀ ସବ ଜୁନିଅର ବାଳିକା ବିଭାଗରୁ ଅଣ୍ଡର 41 କେଜି ମଧ୍ୟରେ ଶ୍ରେଷ୍ଠା ବେହରା ରୋପ୍ୟ ପଦକ ଓ ବାଳକ ବିଭାଗରୁ ଅଣ୍ଡର 35 କେଜି ମଧ୍ୟରେ ଅମିତ କୁମାର ସାହୁଙ୍କୁ କାଂସ୍ୟ ପଦକ ହାସଲ କରିଛନ୍ତି l ଅନୁଷ୍ଠାନର ଖେଳାଳି ମାନେ ତଥା ଅଭିଭାବକ ଓ ଫୁଲବାଣୀ ମାର୍ଶାଲାଟ ଏକାଡେମୀର ମୁଖ୍ୟ ପ୍ରଭାତ କୁମାର ସାହୁ ଏବଂ କୋଚ ରମାକାନ୍ତ ବେହେରା ପ୍ରିତମ ଚନ୍ଦ୍ର ପ୍ରଧାନ ଓ ମଦନ ଦଳବେହେରା ତା ସଙ୍ଗେସଙ୍ଗେ ଜିଲ୍ଲା ସଙ୍ଘର ସଭାପତି ଶ୍ରୀଯୁକ୍ତ ପ୍ରତାପ କୁମାର ମୁଖୀ ଏବଂ ରାଜ୍ୟ ସଙ୍ଘର ସମ୍ପାଦକ ଶ୍ରୀଯୁକ୍ତ ମନମୋହନ ଭଞ୍ଜ ସମସ୍ତ ଙ୍କୁ ସୂଭେଚ୍ଛା ଜଣାଇବା ସହିତ ଶୁଭ କାମନା କରିଛନ୍ତି l

nis-ad
Leave A Reply

Your email address will not be published.