ଗଞ୍ଜାମ ଜିଲ୍ଲାରେ ଘରେ ଘରେ ମାଉଜର…!!

ମାଉଜର ପାହାଡ଼ରେ ଗଞ୍ଜାମ ର ୨ ପୋଲିସ ଜିଲ୍ଲା..! ପୋଲିସ କୁ ଭାରିପଡିବ ଆଗାମୀ ନିର୍ବାଚନ..

ଦୁଇ ମୁଣ୍ଡ ଗଡ଼ିଲା -ଫାଙ୍କା ଗୁଳି ଚାଲଣା ଧମକ ଦେବା ପଡ଼ିଲାମହଙ୍ଗା


ବ୍ରହ୍ମପୁର:୫-୯ ଗଞ୍ଜାମ ପୋଲିସ ଜିଲ୍ଲା କୁ ବ୍ରହ୍ମପୁର ଓ ଗଞ୍ଜାମ କୁ ନେଇ ଗଠିତ ଏହି ଦୁଇ ଜିଲାରେ ଦୁଇଟି ଏସ ପି ଙ୍କୁ ନିଯୁକ୍ତି ଦିଆଯାଇଛି। ଆଗକୁ ସାଧରଣ ନିର୍ବାଚନ ଗାଁ ଗାଁ ରେ ରାଜନୈତିକ ଦଳ ମାନଙ୍କ ଭିତରେ ଦିନକୁ ଦିନ ତିକ୍ତତା ଏବେ ଠାରୁ ଆରମ୍ଭ ହୋଇଗଲାଣି। ଗତ ପଞ୍ଚାୟତ ନିର୍ବାଚନ ଠାରୁ ବିଜେଡି ଓ ବିଜେପି ମଧ୍ୟ ରେ ବିଭିନ୍ନ ସ୍ଥାନରେ ରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି।ଗତ କିଛି ଦିନ ତଳେ ଦିଗପହଣ୍ଡି ଅଞ୍ଚଳ ରେ ରାଜନୈତିକ ଗୋଷ୍ଟି ସଂଘର୍ଷ ଘଟି ମୁଣ୍ଡ ଗଡିଥିଲ। ସେହିପରି କବିସୂର୍ଯ୍ୟନଗର ନିର୍ଵାଚନ ମଣ୍ଡଳୀ ରେ ପୂର୍ବରୁ ମୁଣ୍ଡ ଗଡିଥିବା ବେଳେ ସୋମ ବାର ଦିନ ପୁଣି ସାନ ପଙ୍କଳ ବାଡ଼ି ଗ୍ରାମରେ ଦୁଇ ଗୋଷ୍ଟି ମଧ୍ୟରେ ଗୋଷ୍ଟି ସଂଘର୍ଷ ଘଟି ପୁଣି ଦୁଇ ମୁଣ୍ଡ ଗଡିଥିବା ବେଳେ ଦୁଇଜଣ ଆହତ ହୋଇଛନ୍ତି। ଲିପୁ ସ୍ୱାଇଁ ଓ ମିଥୁନ ଭୂୟାଁ ଙ୍କ ମୃତ୍ୟୁ ଘଟିଛି। ମୃତକ ମାନେ ପ୍ରଥମେ ଯାଇ ତିନିରାଉଣ୍ଡ ଫାଙ୍କା ଗୁଳି ଚାଲଣା କରି ଧମକ ଦେଇଥିଲେ।ତାପରେ ସଂଘର୍ଷ ଘଟିଥିଲା । ଗଞ୍ଜାମ ଜିଲ୍ଲାରେ ରୀତିମତ ମାଉଜର ଜବତ ହେଉଥିଲେ ମଧ୍ୟ ଏବେ ବି ଘରେ ଘରେ ମାଉଜର ରହିଥିବା ଯୋଗୁଁ ଆଗକୁ ଆହୁରି ରାଜନୈତିକ ଶତ୍ରୁତା ଯୋଗୁଁ ମୁଣ୍ଡ ଗଡ଼ିବାର ସମ୍ଭାବନା ରହିଛି, ବୋଲି ବୁଦ୍ଧିଜୀବୀଙ୍କ ମଧ୍ୟ ରେ ଚାର୍ଚ୍ଚା ହେଉଛି। ତତ୍କାଳୀନ ଗଞ୍ଜାମ ଏସ ପି ଆଶିଷ ସିଂ ଥିବା ସମୟ ରେ ଅପରାଧତତ୍ତ୍ୱ ମାନଙ୍କ ଠାରୁ ଶହ ଶହ ମାଉଜର ଜବତ ହେବା ସହ ଅପରାଧୀ ମାନଙ୍କୁଏନ କାଉଣ୍ଟର କରାଯାଇଥିଲା। ଗଞ୍ଜାମ ଜିଲ୍ଲା କୁ ଏତେ ମାତ୍ରାରେ ମାଉଜର କେଉଁଠାରୁ ଆସୁଛି ତାହାର ଚେର ପର୍ଯ୍ୟନ୍ତ ଆଜି ସୁଧା ପୋଲିସ ପହଞ୍ଚି ପାରିନାହିଁ। ଯେବେବି ଅପରାଧ ଘଟିଲେ ମାଉଜର ଜବତ ହେଲେ ଗଣମାଧ୍ୟମ ଆଗରେ ପୋଲିସ ର ଗୋଟିଏ ଡାଇଲେକ ରେ ସଫେଇ ଦିଆ ଯାଏ ମାଉଜର କେଉଁଠାରୁ ଆସୁଛି ତଦନ୍ତ ଚାଲିଛି ବୋଲି।ଆଜି ପର୍ଯ୍ୟନ୍ତ ଯେତେବି ଅପରାଧତତ୍ତ୍ୱ ମାନଙ୍କ ଠାରୁ ମାଉଜର ଜବତ ହୋଇଛି, ସେମାନେ କେଉଁ ଠାରୁ ମାଉଜର ଆଣିଥିଲେ ଓ କେତୋଟି ମାଉଜର ବ୍ୟବସାୟ କୁ ପୋଲିସ ଗିରଫ କରିଛି, ତାହା କେବଳ ପୋଲିସ ବିଭାଗ ମଧ୍ୟ ରେ ସିମିତ ଅଛି।ଗଞ୍ଜାମ ଜିଲ୍ଲାରେ ଏବେ ବହୁ ଅପରାଧତତ୍ତ୍ୱ ମାନେ ବାଲି ଓ ମଦ ବ୍ୟବସାୟ ରେ ସମ୍ପୃକ୍ତ ରହି ମୁଠା ମୁଠା ଟଙ୍କା ଆଦାୟ କରି ରାଜନୈତିକ ଦଳ ରେ ମୁଣ୍ଡ ଗୁଞ୍ଜି ଆଶ୍ରୟ ନେଇଛନ୍ତି। ଏହି ଅପରାଧ ତତ୍ତ୍ୱ ମାନେ ଯେଉଁ ଦଳରେ ଆଶ୍ରୟ ନେଇଛନ୍ତି,ଆଗାମୀ ନିର୍ବାଚନ ରେ ସେହି ଦଳ ପାଇଁ କାର୍ଯ୍ୟ କରିବେ ସେତେବେଳେ ପୋଲିସ ବିଭାଗ କିପରି ସାମ୍ନା କରିବ ସମୟ କହିବ ବୋଲି ରାଜନୈତିକ ସମୀକ୍ଷକ ମାନଙ୍କ ମଧ୍ୟରେ ଚର୍ଚ୍ଚା ହେଉଛି। ଆଗାମୀ ନିର୍ବାଚନ ପୂର୍ବରୁ ଯଦି ମାଉଜର ଜବତ ଅଭିଯାନ ଆରମ୍ଭ ନହୁଏ ତାହା ହେଲେ ମାଉଜର ମୁନରେ ଭୟର ବାତାବରଣ କରି ଅପରାଧତତ୍ତ୍ୱ ମାନେ ଖେଳ ଆରମ୍ଭ କରିବେ ଆଉ ମୁଣ୍ଡ ଗଡେଇବେ ବୋଲି ଆଲୋଚନା ହେଉଛି। ଘରେ ଘରେ ମାଉଜର ଏବେ ପୋଲିସ ପାଇଁ ଚ୍ୟାଲେଞ୍ଜ ସୃଷ୍ଟି କରିଛି। ଉଭୟ ଗଞ୍ଜାମ ଜିଲ୍ଲାର ୨ ପୋଲିସ ଜିଲ୍ଲା ଆଗାମୀ ନିର୍ବାଚନ ଅଗ୍ନି ପରୀକ୍ଷା ହେବ l କିନ୍ତୁ ଏହି ବାତାବରଣ ରେ ସାଧାରଣ ଜନତା ଗହଣ ରେ ଭୟର ବାତାବରଣ ସୃଷ୍ଟି ହେଉଛି l ଆଗକୁ ଦଶହରା ଓ କୁମାରୀ ପୁର୍ଣିମା ଜିଲ୍ଲାର ଆଇନ ଶୃଙ୍ଖଳା ବିପର୍ଯ୍ୟସ୍ତ ଏହିଭଳି ସମୟରେ ପୋଲିସ ଅଫିସର ମାନଙ୍କ ବଦଳି ଓ ନୂତନ ଅଫିସରଙ୍କ ଯୋଗଦାନ ଅପରାଧୀ ମାନଙ୍କ ପାଇଁ ପୁଷ ମାସ ହେବନି ତ…?

nis-ad
Leave A Reply

Your email address will not be published.