ଓଡିଶା – ଆନ୍ଧ୍ର ସୀମାନ୍ତରେ ରାସ୍ତାରେ ଦନ୍ତାହାତୀ ଆତଙ୍କ


ରାୟଗଡା : ଓଡ଼ିଶା-ଆନ୍ଧ୍ରସୀମାନ୍ତରେ ଗଜରାଜଙ୍କର ଆତଙ୍କରାଜ। ଏଭଳିଘଟଣା ଦେଖିବାକୁ ମିଳିଛି ଓଡିଶା ଆନ୍ଧ୍ର ସୀମା ଠାରୁପ୍ରାୟ ୧୦ କିଲୋମିଟର ଦୂର ଅର୍ତମ ଗାଁ ନିକଟରେ । ଏକ ଚଳନ୍ତି ଘରୋଇ ବସକୁ ଅଟକାଇ ତା ଉପରେ ଆକ୍ରମଣ କରୁଛି ଗଜରାଜ। ରାୟଗଡ଼ାଠାରୁ ବିଜୟଦୁର୍ଗା ନାମକ ଘରୋଇ ବସ୍ ଆନ୍ଧ୍ର ପ୍ରଦେଶ ରାଜ୍ୟ ପାର୍ବତୀପୁରମ ଯାଉଥିବା ବେଳେ ହଠାତଏକ ଦନ୍ତାହାତୀ ରାସ୍ତା ଉପରକୁ ମାଡିଆସିଥିଲା।
ଏହାପରେ ବସ୍ ଅଟକି ରହିଥିଲା।ସେହି ସମୟରେ ଦନ୍ତା ହାତୀଟି ଆକ୍ରମଣ କରିଥିଲା ବସ ଉପରକୁ। କେବଳ ସେତିକି ନୁହେଁ ହାତୀ ଉଗ୍ର ରୂପ ଧାରଣ
କରି ବସର କାଚ ଭାଙ୍ଗିବା ସହ ବଳ ଲଗାଇ କିଛି ବାଟ ପଛକୁ ଠେଲି ଦେଇଥିଲା। ତେବେ ଡ୍ରାଇଭରର ପ୍ରତିତପନ୍ନ ବୁଦ୍ଧି ଯୋଗୁଁ ବସରେ ଥିବା ପ୍ରାୟ ୩୦
ଜଣ ଯାତ୍ରୀ ଅଳ୍ପକେ ବର୍ତ୍ତିଯାଇଛନ୍ତି। ଏହି ଦନ୍ତାହାତୀ ସହିତ ୫ଟି ହାତୀ ରହିଥିବା ସୂଚନା ମିଳୁଛି। ଏହି ଛୋଟିଆ ହାତୀପଲ ଦଳଟି ଆନ୍ଧ୍ରପ୍ରଦେଶର
ମାନ୍ୟମ ଜିଲ୍ଲା ଅନ୍ତର୍ଗତ ତୋଟାପେଲି ଜଳଭଣ୍ଡାର କୁଳେ ନାଗାବଳୀ ନଦୀର ଆରପଟେ ଚଳପ୍ରଚଳ ଓଡ଼ିଶା ସୀମାର ଅନିଜା, କରୁଥିବାବେଳେ
ଆମ୍ପଲୱାଲସା, କେରେଡା କୁନେରୁ ଅଞ୍ଚଳରେ ଚଳପ୍ରଚଳ କରୁଛନ୍ତି। ଆଜିର ଘଟଣା ପରେ ଓଡିଶା- ଆନ୍ଧ୍ର ସୀମାରେ ଭୟର ବାତାବରଣ ଦେଖାଦେଇଛି।
ଏହି ଘଟଣା ପରେ ସମ୍ପୃକ୍ତ ଅଞ୍ଚଳକୁ ଆନ୍ଧ୍ର ଏବଂ ଓଡ଼ିଶାର ଜଙ୍ଗଲ ବିଭାଗର ଅଧିକାରୀଙ୍କ ସମେତ ହାତୀ ବିଶେଷଜ୍ଞ ଦଳ ଯାଇଥିବା ଜଣାପଡିଛି।

nis-ad
Leave A Reply

Your email address will not be published.