ପ୍ରଧାନ ଶିକ୍ଷକଙ୍କ ଢିଲା ମନୋବୃତ୍ତି ଓ ସ୍କୁଲକୁ ନିୟମିତ ନ ଆସିବା ଯୋଗୁଁ ସ୍କୁଲ ପିଲାଙ୍କ ଦ୍ଵାରା ଲହୁଲୁହାଣ ହେଲେ ଦଶମ ଶ୍ରେଣୀ ଛାତ୍ର ।

ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ ଅନ୍ତର୍ଗତ ବିଶିପଡ଼ା ଗ୍ରାମର ଶ୍ରୀଦେବୀ ଉଚ୍ଚବିଦ୍ୟାଳୟ ବିଶିପଡ଼ା ସ୍କୁଲରେ ଚାଲିଥିବା କୌଣସି ଏକ ପରୀକ୍ଷାର ପ୍ରଶ୍ନପତ୍ର ଦିଆନିଆକୁ କେନ୍ଦ୍ର କରି ଗୋଟିଏ 10ମ ଶ୍ରେଣୀ ଛାତ୍ରକୁ ଅନ୍ୟ 5 ଜଣ ଛାତ୍ର ସଂଘବଦ୍ଧ ଭାବେ ଆକ୍ରମଣ କରି ଲହୁଲୁହାଣ କରିଥିବା ଦେଖିବାକୁ ମିଳିଛି l ଛାତ୍ର ଗୁରୁତର ଅବସ୍ଥାରେ ଫୁଲବାଣୀ ମୁଖ୍ୟ ଚିକିତ୍ସାଳୟରେ ଭର୍ତି । ଏଭଳି ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ବିଶିପଡ଼ା ଗ୍ରାମରେ,ଶ୍ରୀଦେବୀ ହାଇସ୍କୁଲର 10ମ ଶ୍ରେଣୀରେ ପଢ଼ୁଥିବା ହରିଶ୍ଚନ୍ଦ୍ର ବେହେରାକୁ ଖେଳପଡ଼ିଆରେ ଅନ୍ୟ ଛାତ୍ର ମାନେ ସଂଘବଦ୍ଧ ଭାବେ ଆକ୍ରମଣ କରିବାରୁ ଛାତ୍ରଟି ଗୁରୁତର ଭାବେ ଆହତ ହୋଇ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତି ହୋଇଛି ତାର ଛାତି, ପେଟ ଏବଂ ଶରୀରର ଅନ୍ୟାନ୍ୟ ଜାଗାରେ ମାଡ଼ ହୋଇଛି l

ଯାହା ସୂଚନା ରହିଚି ଗତ ଶୁକ୍ରବାର ଦିନ 3 ଟା ସମୟରେ ବିଶିପଡ଼l ଶ୍ରୀଦେବୀ ହାଇସ୍କୁଲ୍ ରେ କିଛି ଛାତ୍ର ହରିଶଚନ୍ଦ୍ର 10 ମ ଶ୍ରେଣି ଛାତ୍ରକୁ ଫୁଟବଲ୍ ଖେଳିବାକୁ ଡାକି ନେଇ ଅତର୍କିତ ଆକ୍ରମଣ କରିଥିଲେ l ଏହି ଘଟଣା ପରେ ପିଲାଟି ଗୁରୁତର ହେବାରୁ ସ୍କୁଲର ଶିକ୍ଷକମାନେ ଫୁଲବାଣୀ ମୁଖ୍ୟଚିକିତ୍ସାଳୟରେ ଭର୍ତି କରିଥିଲେ l ଆକ୍ରମଣ କରିଥିବା ଛାତ୍ର ମାନେ ନିଶା ଗ୍ରସ୍ତ ଅବସ୍ତାରେ ଥିବା ସହ ମାରଣା ଅସ୍ତ୍ର ଛୁରୀ ଭୁଜାଲି ଏବଂ ଗଞ୍ଜେଇ ସହ ଚିଲମ ଧରିଥିବା ଅଭିଯୋଗ ଆଣିଛନ୍ତି ପରିବାର ଲୋକେ ଏବଂ ଛାତ୍ର ହରିଶ୍ଚନ୍ଦ୍ର ବେହେରା ଏହି ଘଟଣା ଦିନ ସ୍କୁଲ୍ ପ୍ରଧାନ ଶିକ୍ଷକ ସ୍କୁଲରେ ନଥିବା ସହ ପିଲାମାନଙ୍କୁ ଏପରି କାମରେ ଲିପ୍ତ ରହିବା ପାଇଁ ପ୍ରୋତ୍ସାହନ ଦେଉଥିବାର କହିଛନ୍ତି ଛାତ୍ର l ଆହତ ଛାତ୍ରର ଡାକ୍ତର ମାନେ ଚିକିତ୍ସା ଜାରି ରଖିଛନ୍ତି l ଏ ସଂକ୍ରାନ୍ତରେ ଆହତ ଛାତ୍ରର ବାପା ମୁକୁନ୍ଦ ବେହେରା ସଦର ଥାନାରେ ଏତଲା ଦେଇଛନ୍ତି l ଏତଲା ଆଧାରରେ ସଦର ଥାନା ପୋଲିସ 5 ଜଣ ଛାତ୍ରଙ୍କ ନାମରେ ମାମଲା ରୁଜୁ କରିଥିବା ଜଣାପଡ଼ିଛି |

nis-ad
Leave A Reply

Your email address will not be published.