ମିଳିଥିବା ସୂଚନା ଅନୁଯାୟୀ, ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ଥାନା ମାଟିଖାଇରେ ଏକ ଭଡ଼ା ଘରେ ଜାଲ୍ ନୋଟ ଛପା ଯାଉଥିଲା । ୫୦୦ ଟଙ୍କିଆ ଜାଲ୍ ନୋଟ ଛପାଯାଇ ସୁବର୍ଣ୍ଣପୁର ସମେତ ରାଜ୍ୟର ବିଭିନ୍ନ ସହରକୁ ପଠାଯାଉଥିଲା । ବିଶେଷକରି ସୁବର୍ଣ୍ଣପୁର ମାର୍କେଟକୁ ଅଧିକ ପରିମାଣର ଜାଲ୍ ନୋଟ୍ ଛଡ଼ା ଯାଇଥିବା ସୂଚନା ମିଳିଛି । ୨୫ ହଜାର ଟଙ୍କାର ଅସଲି ନୋଟ୍ ବଦଳରେ ୧ ଲକ୍ଷ ଟଙ୍କାର ଜାଲ୍ ନୋଟ ଯୋଗାଇ ଦିଆଯାଉଥିଲା । ବିଶେଷ ସୂତ୍ରରୁ ଖବରପାଇ ଗତକାଲି ଏସ୍ଟିଏଫର ଏକ ଟିମ୍ ମାଟିଖାଲରେ ଉକ୍ତ ଭଡ଼ା ଘରେ ଚଢ଼ଉ କରି ୪୧ ଲକ୍ଷ ୧୬ ହଜାର ଟଙ୍କାର ନକଲି ୫୦୦ ଟଙ୍କିଆ ନୋଟ ଜବତ କରିବା ସହ ଜଣଙ୍କୁ ଗିରଫ କରିଛି । ଏହି ଜାଲ୍ ନୋଟ କାରବାର ରାକେଟ୍ରେ କେତେ ଜଣ ସାମିଲ୍ ଅଛନ୍ତି? ଜାଲ୍ ନୋଟ ନେଟୱର୍କ କେତେବାଟ ଲମ୍ବିଛି? କେଉଁ କେଉଁ ଜିଲ୍ଲାକୁ ବ୍ୟାପିଛି? ସେନେଇ ଏସ୍ଟିଏଫ୍ ଛାନଭିନ୍ କରୁଛି । ତେବେ ଜବତ ନୋଟଗୁଡିକ ଯାଂଚ ପାଇଁ ପଶ୍ଚିମବଙ୍ଗ ରିଜର୍ଭ ବ୍ୟାଙ୍କ ମୁଦ୍ରଣ ପ୍ରେସକୁ ପଠାଯାଇଥିବା ସୂଚନା ମିଳିଛି ।
Post Views: 7