ଏମ ଭି ଆଇ ଙ୍କ ଆଶ୍ରିବାଦ ରେ ଦଲାଲ କରୁଛନ୍ତି ଫିଟନେସ ତଦାରଖ… !

ଜିଲ୍ଲାପାଳ ଦେଇଛନ୍ତି ନିର୍ଦେଶ..: ଏମ ଭି ଆଇ


ବ୍ରହ୍ମପୁର: ୪-୯ ଗଞ୍ଜାମ ଏମ ଭି ଆଇ ଙ୍କ ଆଶିର୍ବାଦରେ ବାହାର ଜିଲ୍ଲାର ଦୁଇ ଯୁବକ ଦଲାଲ ସାଜି ଫିଟନେସ ସମୟରେ ନାଲି ଆଖି ଦେଖାଇ ବଟି ଆଦାୟ କରୁଥିବା ଅଭିଯୋଗ ହେଉଛି। ପ୍ରତେକ ଗୁରୁବାର ଦିନ ବ୍ରହ୍ମପୁର ସ୍ଥିତ ହଳଦିଆ ପଦର ଅଟୋ ନଗର ଠାରେ ଯାନବାହନ ଗୁଡ଼ିକର ଫିଟନେସ କରାଯାଏ। ଗୁରୁବାର ଦିନ ଏଠାରେ ନରେଶ ଓ ବିଶ୍ୱ ନାମକ ଦୁଇ ଯୁବକ ଅନ- ଲାଇନ ରେ ଫିଟନେସ ପାଇଁ ଆବେଦନ କରିଥିବା ବ୍ୟକ୍ତିଙ୍କୁ କୁଆଡେ ଏମ ଭି ଆଇ ଙ୍କ ଇସାରା ରେ ବିଭିନ୍ନ ଆଳ ଦେଖାଇ ପ୍ରତ୍ୟେକ ଗାଡିରୁ ହଜାରେ ଟଙ୍କା ଆଦାୟ କରୁଥିବା ନେଇ ଚର୍ଚ୍ଚା ହେବା ପରେ। ଏମ ଭି ଆଇ ମହାଶୟ ଙ୍କୁ ଏହି ଦୁଇ ଯୁବକ ନରେଶ ଓ ବିଶ୍ୱ କିଏ ବୋଲି ପ୍ରଶ୍ନ କରିବାରୁ ହଡ଼ବଡେଇ କହିଥିଲେ ମୁଁ ଜାଣିନି ସେମାନେ କିଏ। ଆମକୁ ଗଞ୍ଜାମ ଜିଲ୍ଲାପାଳ ନିର୍ଦ୍ଧେଶ ଦେଇଛନ୍ତି। ଜିଲ୍ଲାପାଳ ଏହି ଦଲାଲ ମାନଙ୍କୁ ରଖିବାକୁ ନିର୍ଦେଶ ଦେଇଛନ୍ତି କହିବା ଅତି ଦୁର୍ଭାଗ୍ୟ ବିଷୟ କାରଣ ତଳ ଦିନେ ସରକାର କଡା ନିର୍ଦେଶ ଦେଇଥିଲେ ଆର. ଟି. ଓ କାର୍ଯ୍ୟାଳୟ କୁ ଦଲାଲ ମୁକ୍ତ ରଖିବାକୁ, କଣ ସତରେ ଜିଲ୍ଲାପାଳ ଏହି ନିର୍ଦେଶ ଦେଇଛନ୍ତି ଏହା ଅନୁସନ୍ଧାନ ସଫେକ୍ଷ l ଯଦି ଏହା ମିଛ ତେବେ ଜିଲ୍ଲାପାଳ ଙ୍କ ନା ନେଇଥିବା ଏମ. ଭି. ଆଇ ଙ୍କ ବିରୋଧ ରେ କଠୋର କାର୍ଯ୍ୟାନୁଷ୍ଠାନ ନିହାତି ଜରୁରୀ l ବ୍ରହ୍ମପୁର ବାସୀଙ୍କ ସୁବିଧା ସକାଶେ ଗୁରୁବାର ଦିନ ହଳଦିଆ ପଦର ଠାରେ ଓ ଅନ୍ୟ ଦିନ ରେ ଅଗସସ୍ଥି ନୂଆଗାଁ ରେ ଫିଟନେସ କରାଯାଉଛି।ଏହାର ସୁଯୋଗ ନେଇ ଏମ ଭି ଆଇ ବାବୁ ଏହି ଦୁଇ ଜଣ ଯୁବକଙ୍କ ସହଯୋଗ ଓ ଅନ୍ୟ କିଛି ଯୁବକଙ୍କୁ ମଧ୍ୟ ଡ଼ି ଏ ଲ କରିବାକୁ ନିର୍ଦ୍ଧେଶ ଦେବାସହ ଏହି କାରନାମା କରିବା କୁ ମଧ୍ୟ ଏହି ମାନଙ୍କୁ ନିୟୋଜିତ କରିଥିବା ଚାର୍ଚ୍ଚା ହେଉଛି। ଅନ୍ୟ ଦିନ ମାନଙ୍କ ରେ ଛତ୍ରପୁର ନିକଟସ୍ଥ ଅଗସ୍ଥି ନୂଆ ଗାଁ ରେ ମଧ୍ୟ ଏହି ଦୁଇ ଯୁବକ ମାନଙ୍କୁ ସେଠାରେ ମଧ୍ୟ ଦେଖିବାକୁ ମିଳୁଛି।ଏହି ଦୁଇ ଯୁବକ ଙ୍କୁ ଫିଟନେସ ସମୟରେ ଓ ଡ଼ି ଏଲ କରିବାକକୁ ଗୁଣ୍ଡା ଭାବେ ରଖା ଯାଇଛି ନା କଣ ବୋଲି ବିଭିନ୍ନ ମହଲରେ ଚର୍ଚ୍ଚା ହେଉଛି। ପ୍ରଶାସନ ସବୁ ଜାଣି ସୁଦ୍ଧା ନିରବ ରହିବା ଦୁର୍ନୀତି ର ଗନ୍ଧ ବାରି ହେଉଛି, ଏଠାରେ ସୂଚନା ଥାଉକି ଯେଉଁଦିନ ଏମ ଭି ଆଇ ବାବୁ ଛତ୍ରପୁର ରେ ରୁହନ୍ତି ସେଦିନ ବାବୁଙ୍କ କାର୍ଯ୍ୟଳୟ ରେ କିଛି ଅବସର ପ୍ରାପ୍ତ କର୍ମଚାରୀ ଓ ଅନ୍ୟ ଦଲାଲ ମାନଙ୍କ ଆଡ୍ଡା ଜମାଉଥିବା ଦେଖିବାକୁ ମିଳୁଛି। କିଛି ଅବସର ପ୍ରାପ୍ତ କର୍ମଚାରୀ ମଧ୍ୟ ବାବୁ ଙ୍କ ଆଶ୍ରିବାଦ ପାଇଁ ଚୌକି ଲୋଭ ଯାଉନି, ଏହି ଅବସର କର୍ମଚାରୀ ଓ ଭଡାଟିଆ ଗୁଣ୍ଡା ମାନଙ୍କୁ ନେଇ ଚାଲିଛି ଏମଭି. ଆଇ କାର୍ଯ୍ୟାଳୟ ତେଣୁ ଦୁର୍ନୀତି ନିବାରଣ ଅଧିକାରୀ ହଳଦିଆ ପଦର ଓ ଅଗସ୍ଥି ନୂଆଗାଁ ରେ ଯେଉଁ ଦିନ ଫିଟନେସ ଓ ଡ଼ି ଏଲ ତଦାରଖ ହେଉଥିବା ସେହିଦିନ ଅତର୍କିତ ଚଢ଼ାଉ କରିଲେ ଅସଲ ମୁଖା ଖୋଲିଯିବ ସେହି ଯୁବକଙ୍କ ମୋବାଇଲ ଟ୍ରାକିଙ୍ଗ କରିଲେ ଘଟଣାର ପର୍ଦାଫାସ ହେବ।ଏହି ଦୁର୍ନୀତି ସମ୍ପର୍କରେ ବିଭାଗୀୟ କମିଶନର ତୁରନ୍ତ ଦୃଷ୍ଟି ଦେଲେ ସରକାର କରିଥିବା ଅନ ଲାଇନ ସୁବିଧା ଲୋକ ମାନେ ପାଇ ପାରିବେ। ଏବଂ ସ୍ଥାନୀୟ ଏମ. ଭି. ଆଇ ଏବଂ କାର୍ଯ୍ୟାଳୟ ର କର୍ମଚାରୀ ମାନଙ୍କୁ ଯଦି ଭିଜିଲାନ୍ସ ତଦନ୍ତ ପରିସର ଭୁକ୍ତ କରାଯାଏ ତେବେ ଏମାନଙ୍କ ଅସଲି ମୁଖା ଖୋଲିଯିବ ବୋଲି ସାଧାରଣ ଓ ବୁଦ୍ଧିଜୀବୀ ମହଲ ରେ ଦାବୀ ହେଉଛି l

nis-ad
Leave A Reply

Your email address will not be published.