ସୂର୍ଯ୍ୟ ପାତ୍ରଙ୍କ ସ୍ମୃତିରେ ଶ୍ରଦ୍ଧାଞ୍ଜଳୀ ସଭା…


ଫୁଲବାଣୀ : କନ୍ଧମାଳ ଜିଲ୍ଲା ବିଜେଡି କାର୍ଯ୍ୟାଳୟ, ଫୁଲବାଣୀ ଠାରେ ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ସ୍ମୃତିରେ ଜିଲ୍ଲା ସଭାପତି ସରୋଜ କର୍ଣ୍ଣଙ୍କ ସଭାପତିତ୍ବରେ ଏକ ଶ୍ରଦ୍ଧାଞ୍ଜଳୀ ସଭା ଅନୁଷ୍ଠିତ ହୋଇଯାଇଛି l ପ୍ରକାଶ ଥାଉ କି ପୂର୍ବତନ ବାଚସ୍ପତି ସୂର୍ଯ୍ୟନାରାୟଣ ପାତ୍ରଙ୍କ ଶନିବାର ପରଲୋକ ଘଟିଛି । ସେ ଅସୁସ୍ଥ ଥ‌ିବାରୁ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡ଼ିଛି । ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ହୋଇଥିଲା । ସେ ଗଞ୍ଜାମ ଜିଲା ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିନିଧିତ୍ଵ କରୁଥିଲେ । ସୂର୍ଯ୍ୟ ଜଣେ ଦକ୍ଷ ରାଜନୀତିଜ୍ଞ ଥିଲେ । ସେ ଓଡ଼ିଶା ବିଧାନସଭାରେ ଜଣେ ବିଧାୟକ ତଥା ୧୬ ତମ ଓଡ଼ିଶା ବିଧାନସଭାର ବାଚସ୍ପତି ଥିଲେ । ୧୯୯୦, ୧୯୯୫, ୨୦୦୦, ୨୦୦୪, ୨୦୦୯, ୨୦୧୪ ଓ ୨୦୧୯ରେ ହୋଇଥିବା ବିଧାନସଭା ନିର୍ବାଚନରେ ସେ ମୋହନା ଓ ଦିଗପହଣ୍ଡି ବିଧାନସଭା ନିର୍ବାଚନ ମଣ୍ଡଳୀରୁ ଯଥାକ୍ରମେ ୧୦ମ, ୧୧ତମ, ୧୨ତମ, ୧୩ତମ, ୧୪ତମ, ୧୫ତମ ଓ ୧୬ତମ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ ତେଣୁ ତାଙ୍କର ଆଦର୍ଶ ଗୁଣ ଆଚରଣକୁ ନିଷ୍ଠା ର ସହ ଆପଣେଇବା ପାଇଁ ଉପସ୍ଥିତ କର୍ମୀ ମାନ ଙ୍କୁ ଜିଲ୍ଲା ସଭାପତି ଶ୍ରୀ କର୍ଣ୍ଣ ପରାମର୍ଶ ଦେଇଥିଲେ । ସୂର୍ଯ୍ୟ ଓଡ଼ିଶା ରାଜନୀତିରେ ବିଜୁ ଜନତା ଦଳର ରାଜନେତା ଭାବରେ କାର୍ଯ୍ୟ କରୁଥିଲେ । ପୂର୍ବରୁ ସେ ଜନତା ଦଳର କର୍ମକର୍ତ୍ତା ଭାବରେ କାର୍ଯ୍ୟ କରୁଥିଲେ । ସେ ଓଡ଼ିଶା ବିଧାନସଭାରେ ଜଣେ ବିଧାୟକ ଭାବରେ କାର୍ଯ୍ୟ କରୁଥିଲେ। ପୂର୍ବରୁ ସେ ଓଡ଼ିଶା ବିଧାନସଭାରେ ମନ୍ତ୍ରୀ ଭାବରେ କାର୍ଯ୍ୟ କରିଥିଲେ ଏବଂ ପରେ ବାଚସ୍ପତି ଭାବରେ କାର୍ଯ୍ୟ କରିଥିଲେ ବୋଲି ଉପସ୍ଥିତ ଅନ୍ୟ କର୍ମୀ ମାନେ ବକ୍ତବ୍ୟ ରଖିଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ନଗର ସଭାପତି ବିମଳ ପାଢୀ, ମହିଳା ସଭାନେତ୍ରୀ ପୁନମ କହଁର, ସୁଧୀର କହଁର, ଛାତ୍ର ସଭପତି ସୁନୀଲ ସେଠୀ, ଦାରୁଣ ବେହେରା, ମହମ୍ମଦ ୟାସିନ୍ ବେଗ, ସରୋଜ ମୁନି, ରବିନ୍ଦ୍ର ଷଡଙ୍ଗୀ, ଠୁକୁନ୍ଦର ସେଠୀ ପାର୍ଥ ବିଶ୍ଵାଳ, ବାବୁ ଜାନ ମିଡିଆ ସମ୍ପାଦକ ରାଜେନ୍ଦ୍ର ପାଢୀଙ୍କ, ସମେତ ବହୁ ବିଜେଡି କର୍ମୀ ଉପସ୍ଥିତ ଥିଲେ l

nis-ad
Leave A Reply

Your email address will not be published.