ଶିଶୁ ସୁରକ୍ଷା ଚାଇଲଡ ଲାଇନ କେନ୍ଦ୍ର ଓ ଟୋଲଫ୍ରି ନମ୍ବର ୧୦୯୮ବନ୍ଦ

ଫୁଲବାଣୀ : ବିପଦରେ ପଡି ସୁରକ୍ଷା ଓ ଯତ୍ନ ଲୋଡୁଥିବା ଶିଶୁ ମାନଙ୍କୁ ତୁରନ୍ତ ଉଦ୍ଧାର କରି ଥାଇଥାନ କରାଉଥିଲା ଚାଇଲଡ ଲାଇନ।ଚାଇଲଡ ଲାଇନ ଟୋଲ ଫ୍ରି ନମ୍ବର ୧୦୯୮ଏକ ଭରସାଯୋଗ୍ୟ ଅତି ପରିଚିତ ଟୋଲ ଫ୍ରି ନମ୍ବର। ଅଣକୁଶଳୀ ଶ୍ରମିକ ମାନଙ୍କ ଠାରୁ ଅତି କମ ପାରିଶ୍ରମିକ ପାଉଥିବା ଏହାର ସ୍ୱଛାସେବୀ ମାନଙ୍କ ନିଷ୍ଠାପର ଉଦ୍ୟମ ଫଳରେ ଚାଇଲଡ ଲାଇନ ସେବା ଦେଶରେ ସଫଳତା ହାସଲ କରି ପାରିଥିଲା। ସରକାର ଏହାର ସଫଳତାକୁ ଦେଖି ଜରୁରୀ କାଳୀନସେବା ୧୧୨ରେ ସାମିଲ କରିଛନ୍ତି।ଏବଂ ୧୦୯୮ଟୋଲ ଫ୍ରି ନମ୍ବରକୁ ବନ୍ଦ କରିଦେଇଛନ୍ତି।କିନ୍ତୁ ଜରୁରୀ କାଳୀନ ସବୁସେବା ପାଇଁ ୧୧୨କୁ ଫୋନ କଲେ ତତକ୍ଷଣାତ୍ ଲାଗିବ ତ? ଚାଇଲଡ କନ୍ଧମାଳରେ କାର୍ଯ୍ୟ କରୁଥିବା ୮ଜଣ ସ୍ୱଛାସେବୀ ଏହି ସେବା ବନ୍ଦ ହୋଇଯାଇଥିବାରୁ ଦୁଃଖରେ ମିୟମାଣ ହୋଇ ପଡିଛନ୍ତି।ସେପ୍ଟେମ୍ବର ୧ତାରିଖରେ ଆଉ ୧୦୯୮ରିଙ୍ଗ ହେଉନାହିଁ। ଗତ ୨୦ବର୍ଷ ଧରି ଏହି ନମ୍ବରଟି ସେମାନଙ୍କ ଜୀବନ ସହ ଜଡିତ ହୋଇଯାଇଥିଲା।ଯେଉଁମାନଙ୍କ ନିଷ୍ଠାପର ସେବା ପାଇଁ ଚାଇଲଡ ଲାଇନର ସୁନାମ ଦେଶରେ ବୃଦ୍ଧି ପାଇଥିଲା ସରକାର ସେମାନଙ୍କ ଥଇଥାନ ପାଇଁ କୌଣସି ପଦକ୍ଷେପ ନେଇନାହାଁନ୍ତି।୧୫/୨୦ ବର୍ଷ କାମ କରିବା ପରେ ଅନ୍ୟତ୍ର ଚାକିରୀ ପାଇଁ ସେମାନଙ୍କ ବୟସ ଅତିକ୍ରାନ୍ତ ହୋଇଯାଇଛି।ପ୍ରତିଥାନାରେ ମହିଳା ଶିଶୁଡେସ୍କ ରହିଛି ,କିନ୍ତୁ କେତେ ତ୍ୱରିତ ସେବା ମିଳୁଛି ସମସ୍ତେ ଅବଗତ?କିନ୍ତୁ ଚାଇଲଡ ଲାଇନର ୧୦୯୮ରେ ଫୋନଟିଏ ଆସିଲେ ମିଶନ ଭିତିରେ ୨୪ଘଣ୍ଟା ମଧ୍ୟରେ ଉଦ୍ଧାର କରି ଥାଇଥାନ ଶେଷ ହୋଇଥାଏ।ବାଲ୍ୟବିବାହ, ଶିଶୁଶ୍ରମିକ,ଅନୈତିକ ଶିଶୁ ଚାଲାଣ, ଭିକ୍ଷାବୃତ୍ତି,ଶିକ୍ଷାରୁ ବଞ୍ଚିତ, ଘରୋଇ ହିଂସା, ହୋଟେଲ ଗ୍ୟାରେଜରେ କାମ କରିବା ଖବର ପହଞ୍ଚିଲେ ବା ଦୃଷ୍ଟିକୁ ଆସିଲେ ପୋଲିସ, ଓ ଆଇସିଡିଏସ ସହଯୋଗରେ ତୁରନ୍ତ ଉଦ୍ଧାର କରାଯାଉଥିଲା।ସରକାର ଚାଇଲଡ କର୍ମଚାରୀଙ୍କୁ ଥାଇଥାନ କରିବା ସହ ନୂଆ ଯୋଜନାରେ ନିଯୁକ୍ତି ଦେଲେ ନୂତନ ଯୋଜନା ମିଶନ ବାତ୍ସଲ୍ୟ ସଫଳତା ପାଇ ପାରିବ।ତେଣୁ ରାଜ୍ୟ ସରକାର ସେମାନଙ୍କ ନିଷ୍ଠାପର ସେବାକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାରଙ୍କ ସହଯୋଗ କ୍ରମେ କନ୍ଧମାଳ ଜିଲ୍ଲାର ୮ଜଣ ସ୍ୱଛାସେବୀଙ୍କ ସମେତ ରାଜ୍ୟର ବିଭିନ୍ନ ଜିଲାରେ କାର୍ଯ୍ୟରତ ଚାଇଲଡ ଲାଇନ କର୍ମଚାରୀଙ୍କୁ ନିଯୁକ୍ତି ଦେଲେ ସେମାନଙ୍କ ପରିବାର ପ୍ରତିପୋଷଣ ହେବା ସହ ମିଶନ ବାତ୍ସଲ୍ୟ ପ୍ରକଳ୍ପ ନୂଆ ଉତ୍ସାହ ଓ ଉଦ୍ଦୀପନାରେ ଆଗେଇ ଯାଇ ପାରିବ।

nis-ad
Leave A Reply

Your email address will not be published.