କନ୍ଧମାଳ ରେ ଜାତୀୟ କ୍ରୀଡ଼ା ଦିବସ ପାଳିତ…


ଫୁଲବାଣୀ : ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ତରଫରୁ ଟିକାବାଲି ବ୍ଲକ୍ ର ଗୁଟିଙ୍ଗିଆ ପଂଚାୟତର ଗୁଟିଙ୍ଗିଆ ଠାରେ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀ ଓ ବାଣୀ ଶ୍ରୀ ଯୁବକ ସଂଘ ଗୁଟିଙ୍ଗିଆ ତରଫରୁ ଜାତୀୟ କ୍ରୀଡ଼ା ଦିବସ ପାଳିତ ହୋଇଯାଇଛି l ଅନୁଷ୍ଠିତ କାର୍ଯ୍ୟକ୍ରମକୁ ମୂଖ୍ୟ ଅତିଥି ଭାବରେ ଗୁ ଟିଙ୍ଗିଆ ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ଅର୍ଚ୍ଚନା ଭୋଇ ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବରେ ଗୁଟିଙ୍ଗୀଆ କମଳା ନେହେରୁ ହାଇ ସ୍କୁଲର ପ୍ରଧାନ ଶିକ୍ଷକ ନିତ୍ୟ ରଞ୍ଜନ ମିଶ୍ର, ସହାୟକ ଶିକ୍ଷକ ଶୈଳ ଚନ୍ଦ୍ର ବେହେରା, ପୂର୍ଣ୍ଣ ଚନ୍ଦ୍ର ଦିଗାଲ ,ବରିଷ୍ଟ କ୍ରୀଡ଼ାବିତ୍ କମାକ୍ଷ ପ୍ରସାଦ ପ୍ରଧାନ ଏବଂ ନେହେରୁ ଯୁବ କେନ୍ଦ୍ର ଫୁଲବାଣୀର ସହ କର୍ମୀ ସତ୍ୟବାନ ଦଳବେହେରା , ସ୍ଵେଚ୍ଛାସେବୀ ଦିଗବିଜୟ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ l ଏହି ଦିବସ ରେ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ସଙ୍ଗୀତ ପ୍ରତିଯୋଗୀତା ଅନୁଷ୍ଟିତ ହୋଇଥିଲା ଏଥିରେ ମହାଲକ୍ଷ୍ମୀ ପ୍ରଧାନ, ପ୍ରଥମ,ପ୍ରଣୀତା ବିନ୍ଧାଣୀ ଦ୍ୱିତୀୟ ଏବଂ ଅନିତା ପ୍ରଧାନ ତୃତୀୟ ହୋଇ ଥିଲେ l ତା ସହ ଏକ ବନ୍ଧୁତା ପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍ ଗୁଟିଙ୍ଗିଆ ଫୁଟବଲ୍ ଟିମ୍ ଓ ମଲ୍ଲିକ ପଡା

ଫୁଟବଲ୍ ଟିମ୍ ମଧ୍ଯରେ ଅନୁଷ୍ଠିତ ହୋଇଥିଲା l ଏଥିରେ ମଲ୍ଲିକ ପଡ଼ l ଫୁଟବଲ୍ ଟିମ୍ ଗୁଟିଙ୍ଗିଆ ଫୁଟବଲ୍ ଟିମ୍ 2-0 ଗୋଲ ରେ ପରାସ୍ତ୍ କରି ଚମ୍ପି ୟାନ ହୋଇଥିଲେ lଏଥିରେ ମ୍ୟାଚ୍ ଟିକୁ ରେଫରି ଭାବରେ ସସାନସୁ ଶେଖର ପ୍ରଧାନ ପରି ଚାଳନା କରିଥିବା ବେଳେ ଲାଇନ ମ୍ୟାନ ଭାବରେ ଶୁଭଙ୍କର ବେହେରା ଓ ରାହୁଲ ଦେହୁରୀ ସହ ଯୋଗ କରି ଥିଲେ l ବିଭିନ୍ନ ପ୍ରତିଯୋଗି ତାରେ ବିଜୟୀ ଓ ଉପ ବିଜେତା ପ୍ରତି ଯୋଗି ଓ ଟିମକୁ ମୁଖ୍ୟ ଅତିଥିଙ୍କ ଦ୍ଵାରା ଟ୍ରଫି ଓ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା l ବୈଠକରେ ବାଣୀଶ୍ରୀ ଯୁବକ ସଂଘ ଗୁଟିଙ୍ଗିଆର ସଭାପତି ଦୀପକ କୁମାର ଦଳବେହେରା ମୁଖ୍ୟ ଅତିଥି ସମ୍ମାନୀତ ଅତିଥି ଓ ଉପସ୍ଥିତ କ୍ରୀଡ଼ା ପ୍ରେମୀ ମାନଙ୍କୁ ସ୍ଵାଗତ କରିଥିବା ବେଳେ ସମ୍ପାଦକ ଜିତେନ୍ଦ୍ର କୁମାର ଭୋଇ ଧନ୍ୟବାଦ ଅର୍ପଣ କରି ସଭାସାଙ୍ଗ କରିଥିଲେ l

nis-ad
Leave A Reply

Your email address will not be published.