ଗୋପାଳପୁର ବିଜେଡି ଦୁଇ ଫାଳ : ପ୍ରଦୀପ ପାଣିଗ୍ରାହୀ ଙ୍କୁ ଅଣ୍ଡା ମାଡ଼, ବର୍ତିଲେନି ସାମ୍ବାଦିକ…


ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ ଙ୍କ ଖୋଲା ଚ୍ୟାଲେଞ୍ଜ କୁ ଭୟ କରି ଶେଷରେ ତାଙ୍କ ଉପରକୁ ଅଣ୍ଡା ମାଡ଼ କରିବାରେ ସଫଳ ହେଲେ ବିରୋଧୀ। ବର୍ତ୍ତମାନ ଶାସକ ଦଳ ଏବେ ଗଞ୍ଜାମ ଜିଲ୍ଲାରେ ଦୁଇ ଭାଗରେ ବିଭକ୍ତ ହୋଇଥିବାର ଉଦାହରଣ ଆଜିର ଅଣ୍ଡା ମାଡ଼ ବୋଲି ଚର୍ଚ୍ଚା ହେଉଛି। ପ୍ରଦୀପ ପାଣିଗ୍ରାହୀ ଙ୍କୁ ବିଜେଡି ର ଗୋଟିଏ ଗୋଷ୍ଟି ଭିତିରିଆ ସହଯୋଗ କରୁଥିବା ବେଳେ ଶାସକ ଦଳର କେତେକ ଗୁଣ୍ଡା, ପ୍ରଶାସନ ଓ ପୋଲିସ ଆଶ୍ରୟ ନେଇ ଆଜି ଯେଉଁଭଳି ଅଣ୍ଡା ମାଡ଼ କରାଯାଇଛି, ତାହା ଗଣତନ୍ତ୍ର ପାଇଁ ସୁଭାଙ୍କର ନୁହେଁ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମୋହଲ ରେ ଚର୍ଚ୍ଚା ହେଉଛି।ପ୍ରଦୀପ ପାଣିଗ୍ରାହୀ ଙ୍କ ସହ କିଛି ସାମ୍ବାଦିକ ମାନଙ୍କୁ ମଧ୍ୟ ଅଣ୍ଡା ମାଡ ହୋଇଛି ଯାହା ଅତି ଲଜ୍ୟା ଜନକ ବୋଲି ଅଞ୍ଚଳ ର ବୁଦ୍ଧି ଜୀବି ଓ ସାଧାରଣ ନିନ୍ଦା କରିଛନ୍ତି l ରାଜ୍ୟର ବିରୋଧୀ ଦଳ ଭାବେ ବିଜେପି ହେଉକି କଂଗ୍ରେସ ଦଳର କର୍ମୀ ମାନେ ଶାସକ ଦଳର ମନ୍ତ୍ରୀ,ନେତା ମାନଙ୍କ ର ଜନବିରୋଧୀ କାର୍ଯ୍ୟକୁ ବିରୋଧ କରି ଯେବେ ଅଣ୍ଡା ମାଡ଼ କରନ୍ତି,ସେତେବେଳେ ଶାସକ ଦଳର ପୋଷା ଗୁଣ୍ଡା ଭାବେ ପୋଲିସକୁ ବ୍ୟବହାର କରିବାକୁ ଯେପରି ପଛାଉ ନାହାନ୍ତି, ଆଜି ସେପରି ନିଜ ନିର୍ବାଚନ ମଣ୍ଡଳୀ କୁ ଯିବା ବେଳେ ପ୍ରଶାସନ କୁ ହାତ ବାରିସି ସାଜି ଜଣେ ବିଧାୟକ ଉପରେ ଅଣ୍ଡା ମାଡ଼ ଘଟଣା ଏକ ନିନ୍ଦନୀୟ ବୋଲି ସବୁ ଆଡେ ଚର୍ଚ୍ଚା ର ବିଷୟ ହୋଇଛି। ଦିନ ଥିଲା ପ୍ରଦୀପ ପାଣିଗ୍ରାହୀ ମଧ୍ୟ ମୁଖ୍ୟମନ୍ତ୍ରୀ ଙ୍କ ପ୍ରତିନିଧି ସହ ଗଞ୍ଜାମ ଜିଲ୍ଲାର ସବୁ ନିର୍ବାଚନ ମଣ୍ଡଳୀ ରେ ନିଜର ସ୍ଥିତି ଜାହିର କରିବା ସହ ତାଙ୍କର ଦବ ଦବା ରହିଥିଲା ସେବେ ପ୍ରଶାସନ ତାଙ୍କୁ ସଲାମ କରୁଥିଲା ଆଜି କେତେକ କୁ ଚକ୍ରି କ ଯୋଗୁଁ ଆଜି ପ୍ରଶାସନ ବାଧ୍ୟ ହେଉଛି,ଏହି କାର୍ଯ୍ୟକୁ ସହଯୋଗ କରିବାକୁ ବୋଲି ଚର୍ଚ୍ଚା ହେଉଛି। ଏହାକୁ ବୁଦ୍ଧିଜୀବୀ ଗଣତନ୍ତ୍ର ର ହତ୍ୟା ବୋଲି ସମାଲୋଚନା କରିବା ଆରମ୍ଭ କଲେଣି ଯାହାକି ଆଗାମୀ ନିର୍ବାଚନ ରେ ଏହା ଭାରି ପଡିବ ବୋଲି ଚର୍ଚ୍ଚା ହେଲାଣି

nis-ad
Leave A Reply

Your email address will not be published.