ମୁଖ୍ୟମନ୍ତ୍ରୀ ଥାଉ ଥାଉ ସୁପର ଚିଫ୍ ମିନିଷ୍ଟର ପାଲଟିଛନ୍ତି – ୫ ଟି ସଚିବ…

ଭୟ ର ବତାବାରଣ ରେ ଚାଲିଛି ଜନ ଶୁଣାଣି…!

ବ୍ରହ୍ମପୁର : ସାରା ରାଜ୍ୟ ରେ ଏବେ ତାନାସାହା ଶାସନ ଚାଲିଛି ବୋଲି ରାଜନୈତିକ ଦଳ ଓ ବୁଦ୍ଧିଜୀବୀଙ୍କ ମଧ୍ୟରେ ଜୋର ଦାର ଚର୍ଚ୍ଚା ହେଉଛି। ମନ୍ତ୍ରୀ-ବିଧାୟକ- କର୍ମୀ- ମହିଳା – ଅମଲା-ସ୍କୁଲ ଛାତ୍ର ଛାତ୍ରୀ ଙ୍କୁ ଚାକର ଭଳି ବ୍ୟବହାର କରୁଛନ୍ତି ଏହି ତାମିଲ ସଚିବ ବୋଲି ରାଜନୈତିକ ମୋହଲ ରେ ଚର୍ଚ୍ଚା ହେଉଛି। ଆଗକୁ ସାଧରଣ ନିର୍ବାଚନ ର ଆଭାସ ମିଳିବା ପରେ ୫ଟି ସଚିବ ସାରା ରାଜ୍ୟର ବିଭିନ୍ନ ଜିଲ୍ଲାକୁ ତୁଫାନି ଗସ୍ତ କରି ମନ୍ତ୍ରୀ, ବିଧାୟକ ଓ ବିଭଗୀୟ ସଚିବ ମାନଙ୍କୁ ଓଭେର ଟେକ କରି ସମସ୍ତ କାର୍ଯ୍ୟ ରେ ମୁଣ୍ଡ ପୁରାଇ ମୁଖ୍ୟମନ୍ତ୍ରୀ ଙ୍କୁ ଢାଲ କରି ବିଭିନ୍ନ ପ୍ରକଳ୍ପ,ମନ୍ଦିର ଗୁଡିକୁ ସୌନ୍ଦର୍ଯ୍ୟ କରଣ ଓ ବିଭିନ୍ନ ଉନୟନ୍ନ କାର୍ଯ୍ୟ ଗୁଡିକୁ ଜନ ଶୁଣାଣି କରି ତତ୍କାଳୀନ ଅର୍ଥ ଦେଉଥିବା ଦେଖିବାକୁ ମିଳୁଛି। ଏହିସବୁ ଜନ ଶୁଣାଣି ବେଳେ ବିଦ୍ୟାଳୟ ର ଶିକ୍ଷକ ମାନଙ୍କୁ ଢାଲ ଛାତ୍ର ଛାତ୍ରୀ ମାନଙ୍କୁ କୁଆଡେ ପରୀକ୍ଷା ରେ ମାର୍କ ର ଭୟ ଦେଖାଇ ୫ଟି ସଚିବଙ୍କ କାର୍ଯ୍ୟକ୍ରମ ରେ ଖରାରେ ଦୀର୍ଘ ଘଣ୍ଟା ଠିଆ କରି ରଖୁଥିବା ଦେଖିବାକୁ ମିଳୁଛି। ଆଜି ଗଞ୍ଜାମ ଜିଲ୍ଲା କୁ ତିନି ଦିନିଆ ଗସ୍ତରେ ଆସିଛନ୍ତି,୫ ଟି ସଚିବ ଆଜି ପ୍ରଥମ ଦିବସରେ କବିସୂର୍ଯ୍ୟନଗର,ବ୍ରହ୍ମପୁର, ଖଲ୍ଲିକୋଟ ଓ ଗୋପାଳପୁର

ବିଧାନସଭା ନିର୍ବାଚନ ମଣ୍ଡଳୀ ରେ ଗସ୍ତ କରିଛନ୍ତି। ବ୍ରହ୍ମପୁର ଶଶୀ ଭୂଷଣ ରଥ ସରକାରୀ ମହିଳା ମହାବିଦ୍ୟାଳୟ ର ଯୁକ୍ତ ଦୁଇ ଛାତ୍ରୀ ସନ୍ଧ୍ୟା ରାଣୀ ସେଠୀ ୫ ଟିସଚିବ ଙ୍କ କାର୍ଯ୍ୟକ୍ରମ ରେ ଯୋଗ ଦେବାକୁ ଯାଉଥିବା ବେଳେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଗୁରୁତର ଆହତ ହୋଇଛନ୍ତି,ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କୁ ଜନ ଶୁଣାଣୀ କାର୍ଯ୍ୟରେ ନିୟୋଜିତ କରୁଥିବା ର ନଗ୍ନ ନମୁନା ଦେଖିବାକୁ ମିଳିଛି। ଏବେ ବିଜୁ ଜନତା ଦଳରେ ରାଜତନ୍ତ୍ର ନୁହେଁ ଅମଲା ତନ୍ତ୍ର ରାଜୁତି ଚାଲୁଛି ବୋଲି ମନ୍ତ୍ରୀ ଠାରୁ ବିଧାୟକ ପର୍ଯ୍ୟନ୍ତ ସମସ୍ତେ ଜାଣିଥିଲେ ମଧ୍ୟ ଟିକେଟ ଭୟ ରେ କେହି ହେଲେ ଭଗ୍ୟ କୁ ଆଦରି ଚୁପ ରହିବାକୁ ବାଧ୍ୟ ହେଉଛନ୍ତି ବୋଲି କିଛି ଦଳର ବହିସ୍କୃତ ବିଧାୟାକ ଖୁଲାମ ଖୁଲା ମତ ପ୍ରକାଶ କରୁଛନ୍ତି। ଏହି ତାନାସାହି ଶାସନ ସମ୍ପର୍କରେ ବିରୋଧୀ ଦଳ ର ନାଟକ ବାଜି କରୁଥିବା ଦଳ ଯେମିତି ଅନ୍ୟ ରାଜ୍ୟ ରେ ଇଡି,ଆଇଡ଼ି ଓ ସି ବି ଆଇ ଭୟ ଦେଖାଇ ବିରୋଧୀ ମାନଙ୍କ ଭିତରେ ଭୟ ସଂଚାର କରୁଛି ଏଠି ଏହି ତିନୋଟି ବିଭାଗର ମନ୍ତ୍ର କାମ ଦେଉନାହିଁ। କାରଣ ଓଡ଼ିଶା ରେ ଯେଉଁ ଦିନ ଠାରୁ ବିଜେଡି ଶାସନ କରୁଛି ସେହିଦିନ ଠାରୁ ଏଠାରେ ବିରୋଧୀ ଦଳ ମାନଙ୍କ ମନ୍ତ୍ର କାମ ଦେଉନାହିଁ। ଦର କର ବେଳେ କେନ୍ଦ୍ର ସରକାର ଙ୍କ ସମସ୍ତ କାର୍ଯ୍ୟ ରେ ସାନ ଭାଇ ର ଦାୟିତ୍ୱ ତୁଲାଉଛି ବୋଲି ଏପଟେ ଚର୍ଚ୍ଚା ହେଉଛି। ଏହି ସୁପର ମିନିଷ୍ଟର ର ତାନାସାହି ରାଜ୍ୟ ପାଇଁ ଶୁଭଙ୍କର ନୁହେଁ ବୋଲି ରାଜନୈତିକ ପଣ୍ଡିତ ମାନେ ମତ ପ୍ରକାଶ କରୁଛନ୍ତି। ଆଜି ଗଞ୍ଜାମ ଜିଲ୍ଲା କୁ ଆସିଥିବା ୫ ଟି ସଚିବ ଓ ପ୍ରଶାସନ ଅଧିକାରୀ ମାନଙ୍କ ମଧ୍ୟରେ ଏତେ ମାତ୍ରାରେ ଭୟର ବାତାବରଣ ଦେଖା ଦେଇଛି, ଯେ କେବଳ ଗୋଦି ମିଡ଼ିଆ କୁ ହିଁ ସଚିବ ଙ୍କ ସଭା ସ୍ଥଳକୁ ଯିବାକୁ ସୁଯୋଗ ଦିଆ ଯାଇଛି। ଗଞ୍ଜାମ ଜିଲ୍ଲାରେ ଏବେ ବିଜେଡି ଦଳ ରେ ଲାଗି ରହିଥିବା ଗୋଷ୍ଟି କନ୍ଦଳ ଚରମ ସୀମାରେ ପହଞ୍ଚିଛି।ପୂର୍ବରୁ ମଧ୍ୟ ବିଜେଡି ରେ ଅମଲାତନ୍ତ୍ର ରାଜ ରହିଆସିଛି,ବିଜେଡି ର ଚାଣକ୍ୟ ସ୍ୱର୍ଗୀୟ ପ୍ୟାରୀମୋହନ ମହାପାତ୍ରଙ୍କ ମଧ୍ୟ ଦବଦବା ରହିଥିଲା, କିନ୍ତୁ ଏହି ତାମିଲ ସଚିବ ଙ୍କ ର ଶାସନ ତାନାସାହି ଠାରୁ ବଳି ଗଲାଣି ବୋଲି ବିଭିନ୍ନ ମୋହଲରେ ଚର୍ଚ୍ଚା ହେଉଛି।

nis-ad
Leave A Reply

Your email address will not be published.