“ମାଲକାନଗିରି ସଦର ମହକୁମାର ଜୀବନରେଖା” ବାଲିସାଗର ବନ୍ଧର ଉନ୍ନୟନ ମୂଳକ କାର୍ଯ୍ୟ ଓ ପୁନଃ ଉଦ୍ଧାର କାର୍ଯ୍ୟର ସମୀକ୍ଷା କଲେ ସାଂସଦ…

ମାଲକାନଗିରି,୨୨।୮ : ମାଲକାନଗିରି ଜିଲ୍ଲା ସଦରରେ ଥିବା ବହୁ ପୁରାତନ ଓ ପୌରଣିକ ବାଲିସାଗର ବନ୍ଧକୁ ଗସ୍ତ କରି ଏହାର ଉନ୍ନତିକରଣ ନେଇ ସମୀକ୍ଷା କରିଛନ୍ତି ନବରଙ୍ଗପୁର ସାଂସଦ ସାଂସଦ ରମେଶ ଚନ୍ଦ୍ର ମାଝି । ଦୀର୍ଘ ଦିନରୁ ସଦର ମହକୁମାବାସୀଙ୍କୁ ପାନୀୟ ଜଳ,ନିତ୍ୟ ବ୍ୟବହାର ରେ ଜୀବନ ରେଖା ସାଜିଥିବା ଜଳାଶୟ (ବାଲିସାଗର) କିଛିବର୍ଷ ହେବ ଅବହେଳିତ ଅବସ୍ଥାରେ ରହିଥିଲା । ଏହାର ରକ୍ଷଣାବେକ୍ଷଣ ସଠିକ ଭାବେ ନକରି ଏହାକୁ ପୂର୍ବତନ ପୋୖର ଅଧଖ୍ୟା ମାଛ ଚାଷ ନିମନ୍ତେ ଏହାକୁ ନିଲାମ ଡକାଇ ଥିଲେ ଯାଦ୍ୱାରା ନିଲାମ ଧାରୀଙ୍କ କବଜା ରେ ବାଲିସାଗର ବନ୍ଧ ରହିବା ଯୋଗୁଁ ଏହା ଅତ୍ୟନ୍ତ ଅପରିସ୍କାର ହେବା ସହ ପାଣିରେ ଔଷଧ ବ୍ୟବହାର ଯୋଗୁଁ ଏହା ବ୍ୟବହାର ଅନୁପଯୋଗୀ ହୋଇଥିଲା । ଯାଫଳରେ ଏହା ଉପରେ ନିର୍ଭର କରୁଥିବା ୱାର୍ଡ ନଂ,୭,୮,୬,୫ ପ୍ରାୟ ଏକ ହଜାରରୁ ଅଧିକ ଲୋକ ଚିନ୍ତାରେ ରହିଥିଲେ ।

ଆଜି ଶ୍ରୀ ମାଝି ବାଲିସାଗର ବନ୍ଧନିକଟକୁ ଯାଇ ସେଠାରେ ଏହାର ପୁନଃ ଉଧାର ପାଇଁ ନିଆଯାଇଥିବା ପଦକ୍ଷେପ ବିଷୟରେ ସ୍ଥାନୀୟ ଅଧିକାରୀଙ୍କ ସହ ଆଲୋଚନା କରିବା ସହ ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ଅନେକ ମହିଳା ସ୍ୱୟଂ ସହାୟକ ଗୋଷ୍ଠୀକୁ କାର୍ଯ୍ୟ ଦିଆଯାଇଥିବା ବେଳେ ସେହି ମହିଳା ମାନଙ୍କ ସହ ମଧ୍ୟ କାର୍ଯ୍ୟକୁ ନେଇ ବିଭିନ୍ନ ବିଷୟରେ ଆଲୋଚନା କରିଥିଲେ । ଏହି ଅବସରରେ ମାଲକାନଗିରି ଜିଲ୍ଲା ପରିଷଦ ଅଧକ୍ଷ୍ୟା ସମାରି ତାଙ୍ଗୁଲ, ପୂର୍ବତନ ବିଧାୟକ ମାନସ ମାଡକାମୀ, ପୌର ଅଧକ୍ଷ ମନୋଜକୁମାର ବାରିକ, ଉପ ପୌର ଅଧକ୍ଷ୍ୟା କବିତା ମହନ୍ତ, ପୌର କାର୍ଯ୍ୟନିର୍ବାହୀ ଅଧିକାରୀ କାହୁଁ ଚରଣ ପଟ୍ଟନାୟକ, ବରିଷ୍ଟ ବିଜେଡି ନେତା ଗୋପାଳ ପଣ୍ଡା, ନୃଶିଙ୍ଘ ଚରଣ ମହାନ୍ତିଙ୍କ ସମେତ ବହୁ ସ୍ଵୟଙ୍ଗ ସହାୟକ ଗୋଷ୍ଟିର ମହିଳା ମାନେ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.