ଛତ୍ରପୁରଠାରେ ଓଡ଼ିଶା ଲଳିତକଳା ଏକାଡେମୀର ସମସାମୟୀକ ଚିତ୍ରକଳା ପ୍ରଦର୍ଶନୀଉଦଘାଟିତ: ପ୍ରଦର୍ଶିତ ହେଲା ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୨୮ ଟି କଳାକୃତି

ଛତ୍ରପୁର : ଓଡ଼ିଶା ଲଳିତ କଳା ଏକାଡେମୀ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଦ୍ୱାରା ଛତ୍ରପୁର ଠାରେ ଏକାଡେମୀର ଆଞ୍ଚଳିକ ଆର୍ଟ ଗ୍ୟାଲେରୀରେ ଉଦଘାଟିତ ହାଇଯାଇଛି ଏକ ସମସାମୟିକ ଚିତ୍ରକଳା ପ୍ରଦର୍ଶନି I ପ୍ରଦର୍ଶନିକୁ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଲୀନା
କୁମାରୀ ଖେସ୍ , ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ପ୍ରଦୀପ ପ୍ରଜ୍ଵଳନ ପୂର୍ବକ ଉଦଘାଟନ କରିଥିଲେ ଏବଂ ପ୍ରଦଶିତ ଚିତ୍ରକଳା ଗୁଡିକର ଭୂୟସୀ ପ୍ରଶଂସା କରିଥିଲେ I ପ୍ରାରମ୍ଭରେ ଏକାଡେମୀର ସଚିବ ପଞ୍ଚାନନ ସାମଲ ଅତିଥି ପରିଚୟ ପୂର୍ବକ ପୁଷ୍ପଗୁଚ୍ଛ ପ୍ରଦାନ କରି ଅତିଥିଙ୍କୁ ସ୍ଵାଗତ କରିବା ସହ ପ୍ରଦର୍ଶନି ର ଆଭିମୁଖ୍ୟ ସମ୍ପର୍କ ରେ କହିଥିଲେ I ପ୍ରଦର୍ଶନି ଅବସରରେ ଜିଲ୍ଲା ସଂସ୍କୃତି ଅଧିକାରୀ ରାଧାକୃଷ୍ଣ ରାମ,ଖଲିକୋଟ କଳା ମହାବିଦ୍ୟାଳୟ ର ଅଧ୍ୟକ୍ଷ ସୁବ୍ରତ କୁମାର ମଲିକ , ଅଧ୍ୟାପକ ପ୍ରମୋଦ କୁମାର ମଲିକ , ପୂର୍ଣ୍ଟଚନ୍ଦ୍ର ଦାଶ ଓ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରବି ନାରାୟଣ ବେହେରା ପ୍ରମୁଖ ଉପସ୍ଥିତ ଥିଲେ I ପ୍ରଦର୍ଶନିରେ ଓଡ଼ିଶାର ୨୮ଜଣ ବରିଷ୍ଠ ଓ ଯୁବ ଶିଳ୍ପୀଙ୍କ ଦ୍ୱାରା ଅଙ୍କିତ ସୁନ୍ଦର ସୁନ୍ଦର ଚିତ୍ର ଗୁଡିକ ସ୍ଥାନ ପାଇଛି I ଯାହା ସ୍ଥାନୀୟ କଳାପ୍ରେମୀ ଙ୍କୁ ବେଶ ଉତ୍ସାହିତ କରିବ I ଏହି ପ୍ରଦର୍ଶନିର ଜଗନ୍ନାଥ ଓ ରଥଯାତ୍ରା ଉପରେ ଆଧାରିତ ଛବି ସହ ଓଡ଼ିଶାର ମନ୍ଦିର ଭାସ୍କର୍ଯ୍ୟ ମନ୍ଦିର ଚିତ୍ର, ସ୍ଵାଧିନତା ସଂଗ୍ରାମୀଙ୍କ ବୀରତ୍ଵର ଚିତ୍ର, ଓଡ଼ିଶାର ସଂସ୍କୃତି, ପରମ୍ପରା, ଆଦିବାସୀ ସଂସ୍କୃତି ସହ ଅନେକ ସୃଜନଶୀଳ ଚିତ୍ରକଳା ଗୁଡିକ ଦର୍ଶକ ଙ୍କ ମନକୁ ବେଶ ଆକର୍ଷିତ କରିଛି I ଏହି ପ୍ରଦର୍ଶନି ଅଗଷ୍ଟ ୨୧ ରୁ ସେପ୍ଟେମ୍ବର ୧୫ ସକାଳ ୧୧ ରୁ ସନ୍ଧ୍ୟା ୭ ପର୍ଯ୍ୟନ୍ତ ସାଧାରଣ ଦର୍ଶକଙ୍କ ପାଇ ଖୋଲା ରହିବ I

nis-ad
Leave A Reply

Your email address will not be published.