ସୁନ୍ଦରଗଡ଼, (୨୧/୦୮) : ଜିଲ୍ଲା ପ୍ରଶାସନ ପକ୍ଷରୁ ଆଜି ରାଜଗାଙ୍ଗପୁର ବ୍ଲକ ପରିସର ଠାରେ ଜିଲ୍ଲାପାଳ ଡ଼ା. ପରାଗ ଗଭାଲି ଏବଂ ଆରକ୍ଷୀ ଅଧିକ୍ଷକ ଶ୍ରୀ ପ୍ରତ୍ୟୁଷ ଦିବାକର ଙ୍କ ଦ୍ଵାରା ଯୁଗ୍ମ ଜନଅଭିଯୋଗ ଶୁଣାଣି ଅନୁଷ୍ଠିତ ହୋଇଛି।
ଏଥିରେ ମୋଟ ୬୯ ଗୋଟି ଅଭିଯୋଗ ଆସିଥିଲା। ତନ୍ମଧ୍ୟରୁ ୫୧ ଗୋଟି ବ୍ୟକ୍ତିଗତ ସମସ୍ୟା ଜନିତ ଥିବାବେଳେ ୧୮ ଗୋଟି ଅଭିଯୋଗ ସାମୂହିକ ସମସ୍ୟା ଜନିତ ଅଭିଯୋଗ ଗୁଡ଼ିକ ରହିଥିଲା। ଏହି ଅଭିଯୋଗ ଗୁଡ଼ିକ ମଧ୍ୟରୁ ଆବାସ ଯୋଜନା, ସ୍ବାସ୍ଥ୍ୟ ସେବା, ରାସନ୍ କାର୍ଡ, ଭତ୍ତା, ରାସ୍ତା ଘାଟ ମରାମତି, ଡ୍ରେନେଜ୍ ସମସ୍ୟା ଆଦି ରହିଥିଲା। ଏହି ଅଭିଯୋଗ ଗୁଡ଼ିକ ମଧ୍ୟରୁ ୨ ଗୋଟିକର ତତ୍ କ୍ଷଣାତ ସମାଧାନ କରାଯାଇଥିଲା। ସେହିପରି ରେଡ୍ କ୍ରସ ରୁ ଆର୍ଥିକ ସହାୟତା ନିମନ୍ତେ ୧ ଗୋଟି ଆବେଦନ ରହିଥିଲା। ବାକି ରହିଥିବା ସମସ୍ତ ଅଭିଯୋଗ ଗୁଡ଼ିକର ତ୍ୱରିତ ସମାଧାନ କରିବା ନିମନ୍ତେ ବିଭାଗୀୟ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା।
ଆଜିର ଏହି ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ରେ ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା ନିର୍ବାହୀ ଅଧିକାରୀ ମନୋଜ ମହାଜନ, ସଦର ଉପଜିଲ୍ଲାପାଳ ଦାଶରଥି ସରାବୁ, ରାଉରକେଲା ବନଖଣ୍ଡ ଅଧିକାରୀ ଯଶବନ୍ତ ସେଠୀ, ଆଇ.ଏ.ଏସ. ଶିକ୍ଷାନବିଶ ପ୍ରହଲ୍ଲାଦ ଶର୍ମା, ରାଜଗାଙ୍ଗପୁର ଗୋଷ୍ଠି ଉନ୍ନୟନ ଅଧିକାରୀ ପିଉସ ଲୋହର ତଥା ସମସ୍ତ ବିଭାଗୀୟ ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ।
Sign in
Sign in
Recover your password.
A password will be e-mailed to you.
Next Post