ଟ୍ରେନ ଯୋଗେ ରାଜ୍ୟ ବାହାରକୁ ଗଞ୍ଜେଇ ଚାଲାଣ ବେଳେ ଧରିଲା ଅବକାରୀ ଭ୍ରାମ୍ୟମାଣ ସଂସ୍ଥା, ବାଇକ ସହ ଜଣେ ଗିରଫ…

ଛତ୍ରପୁର. : ଟ୍ରେନ ଯୋଗେ ମୁମ୍ବାଇ ଗଞ୍ଜେଇ ଚାଲାଣ ବେଳେ ଧରିଲେ ଛତ୍ରପୁର ଅବକାରୀ ଭ୍ରାମ୍ୟମାଣ ସଂସ୍ଥା । ଜଣକୁ ଗିରଫ ସହ ତାଙ୍କ ଠାରୁ ୧୦.୫ କେଜି ଗଞ୍ଜେଇ ଜବତ ସହ ଗୋଟେ ମୋଟର ସାଇକେଲକୁ ଜବତ କରିଛି ଅବକାରୀ ବିଭାଗ । ଗରିଫ ଜଣକ ହେଲେ ଗୋଳନ୍ଥରା ଥାନା ଅଧିନ ମାନହାର ଗ୍ରାମର ସିଏଚ୍‌.ପାପେୟା ପାତ୍ର । ସୂଚନା ଥାଉକି ଅବକାରୀ ଭ୍ରାମ୍ୟମାଣ ସଂସ୍ଥା କୈାଣସି ପ୍ରକାରେ ସୂଚନା ପାଇଁ ଅବକାରୀ ଅଧିକ୍ଷିକ ଦେବୀପ୍ରସାଦ ଦାଶଙ୍କ ନିର୍ଦେଶ କ୍ରମେ ଛତ୍ରପୁର ରେଳ ଷ୍ଟେସନ ଉପରେ ଅବକାରୀ ଭ୍ରାମ୍ୟମାଣ ସଂସ୍ଥାପକ୍ଷରୁ ଚଢାଉ କରାଯାଇଥିଲା । ଏହି ସମୟରେ ଉକ୍ତ ବ୍ୟକ୍ତିଜଣକ ଷ୍ଟେସନ ନିକଟରେ ଛିଡା ହୋଇଥିବା ବେଳେ ଅବକାରୀ ବିଭାଗ ତାକୁ କାବୁ କରିବାରେ ସଫଳ ହୋଇଥିଲେ । ଏହି ଗଞ୍ଜେଇ ଫୁଲବାଣି ଓ ଗଜପତି ଜିଲାରୁ ଆସୁଥିବା କହିଥିଲେ । ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୧ଲକ୍ଷ ୫ହଜାର ଟଙ୍କା ହେବ ବୋଲି କୁହାଯାଇଛି । ଏନେଇ ଏକ ମାମଲା ରୁଜୁ ହୋଇ ଉକ୍ତ ବ୍ୟକ୍ତିକୁ ଗିରଫ କରାଯାଇଛି । ଏହି ଚଢାଉ ବେଳେ ଛତ୍ରପୁର ଅବକାରୀ ଭ୍ରାମ୍ୟମାଣ ସଂସ୍ଥାର ସବ ଇନିସପେକ୍ଟର ସୂର୍ଯ୍ୟନାରାୟଣ ରଥ, ରବିନ୍ଦ୍ରନାଥ ବିଶ୍ୱାଳ,କୁମୁଦ ଚନ୍ଦ୍ର ନାୟକ, କେ.ହୈମବତୀ ରେଡ୍ଡି, ସୁରଜିତ ପ୍ରଧାନ, ଧନଞ୍ଜୟ ଦାଶ,ପବିତ୍ର ସାହୁ ପ୍ରମୁଖ ଚଢାଉରେ ସାମିଲ ହୋଇଥିଲେ ।

nis-ad
Leave A Reply

Your email address will not be published.