ବିଜୁସ୍ମୃତି କଲ୍ୟାଣ ମଣ୍ଡପଠାରେ ବିଶ୍ୱ ବରିଷ୍ଠ ନାଗରିକ ଦିବସ ପାଳିତ

ଫୁଲବାଣୀ : ଜିଲା ବରିଷ୍ଠ ନାଗରିକ ସଂଘ କନ୍ଧମାଳ ପକ୍ଷରୁ ବିଶ୍ୱ ବରିଷ୍ଠ ନାଗରିକ ଦିବସ ୨୦୨୩ ସଭାପତି କମଳାକାନ୍ତ ପାଣ୍ଡେଙ୍କ ସଭାପତିତ୍ୱରେ ବିଜୁସ୍ମୃତି କଲ୍ୟାଣ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମ ସମ୍ପର୍କରେ ଅଶୋକ ପରିଡା ପ୍ରାରମ୍ଭିକ ସୂଚନା ପ୍ରଦାନ କରିଥିଲେ।ଏହି ଅବସରରେ ଅତିରିକ୍ତ ଜିଲାପାଳ ବସନ୍ତ କୁମାର ସାହୁ ମୁଖ୍ୟ ଅତିଥି ଭାଵେ ଯୋଗଦେଇ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ବରିଷ୍ଠ ନାଗରିକ ମାନେ ଦେଶର ସମ୍ପତ୍ତି।ପରିବାରରେ ବରିଷ୍ଠ ନାଗରିକଙ୍କ ପ୍ରତିସ୍ନେହ ଶ୍ରଦ୍ଧା କମିଯାଉଛି। ପୁତ୍ରମାନଙ୍କୁ ଅତ୍ୟଧିକ ସ୍ନେହ ଓ ଗୁରୁତ୍ୱ ଦେବା ଫଳରେ ବାପାମାଆ ଓ ଜେଜେ ବାପା ଜେଜେମା ମାନଙ୍କୁ ଆବଶ୍ୟକ ସମ୍ମାନ ପ୍ରଦର୍ଶନ କରାଯାଉନାହିଁ।ସମାଜ ରେ ସାମାଜିକ ସମ୍ପର୍କର ଅଧୋଗତି ହେଉଛି। ବହୁ ସମ୍ଭ୍ରାନ୍ତ ଉଚ୍ଚ ଶିକ୍ଷିତ ପରିବାରରେ ଏଭଳି ଅଧିକ ଘଟୁଛି।ବରିଷ୍ଠ ମାନେ ନିଜକୁ ନ୍ୟୁନମନେ ନକରି ନିଜର ଆବଶ୍ୟକତାକୁ ଦେଖିନିଜ ପାଇଁ ଆର୍ଥିକ ଖର୍ଚ୍ଚ କରିବା ସହ ସ୍ୱାସ୍ଥ୍ୟ ରକ୍ଷା ଦିଗରେ ଯତ୍ନବାନ ହେବା ଆବଶ୍ୟକ। ବରିଷ୍ଠମାନଙ୍କ ନିମନ୍ତେ ବିଭିନ୍ନ ସରକାରୀ ସୁବିଧା ସୁଯୋଗରୁ ବଞ୍ଚିତ ନ ହେବାଭଳି ପ୍ରଶାସନିକ ସହଯୋଗ ରହିବା ଆବଶ୍ୟକ।ନିଜକୁ କର୍ମତତ୍ପର ରଖିବା ଆବଶ୍ୟକ। ଯେତେ ସମ୍ଭବ ନିଜର ସକ୍ଷମ ମୁତାବକ ଅନ୍ୟକୁ ସାହାଯ୍ୟ କରି ସଂଗଠନ ମାଧ୍ୟମରେ ଗଠନ ମୂଳକ କାର୍ଯ୍ୟ କରି ଆତ୍ମସନ୍ତୋଷ ଲାଭ କରିବାକୁ ମଞ୍ଚାସୀନ ଅତିଥିମାନେ ପରାମର୍ଶ ଦେଇଥିଲେ।

ଏହି ଅବସରରେ ଫୁଲବାଣୀ ପୌରାଧ୍ୟକ୍ଷା ସ୍ମିତାରାଣୀ ମହାନ୍ତି ସମ୍ମାନୀତ ଅତିଥି ଭାବେ ଯୋଗଦେଇ ଥିବାବେଳେ, ଭାରତୀୟ ଷ୍ଟେଟ ବ୍ୟାଙ୍କ ମୁଖ୍ୟ ପରିଚାଳକ ଯତୀଶ କୁମାର ସେଠୀ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ବ୍ୟାଙ୍କ ବିଭିନ୍ନ ସ୍କିମ ବିଷୟରେ ସୂଚନା ଦେଇଥିଲେ।ସରକାରୀ ମହାବିଦ୍ୟାଳୟ ଅଧ୍ୟାପକ ଡ ସୁଜିତ କୁମାର ପଣ୍ଡା ମୁଖ୍ୟବକ୍ତା ଭାବେ ଯୋଗଦେଇ ବରିଷ୍ଠ ମାନଙ୍କ ପରାମର୍ଶ ମାନିବା ଆବଶ୍ୟକ କହିଥିଲେ।ଅର୍ଥ ଓ ବଡଚାକିରୀପାଇଁ ସନ୍ତାନ ମାନଙ୍କୁ ବିଦେଶ ପଠାଇ ବହୁ ବରିଷ୍ଠ ଶେଷ ସମୟରେ ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସାଧାରଣ ସମ୍ପାଦକ ପ୍ରଣବ ମଣ୍ଡଳ ଗତ ଏକ ବର୍ଷ କାର୍ଯ୍ୟକ୍ରମର ବିବରଣୀ ପାଠ କରିଥିଲେ। ସଂଗଠନ ସମ୍ପାଦକ ରାଜ କିଶୋର ପାଢ଼ୀ ଅତିଥି ପରିଚୟ ପ୍ରଦାନ କରିଥିଲେ।ସହ ସମ୍ପାଦକ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ।କୋଷାଧ୍ୟକ୍ଷ ଏକ ବର୍ଷର ଆୟବ୍ୟୟ ବିବରଣୀ ପ୍ରଦାନ କରିଥିଲେ। ଫୁଟବଲ ଖେଳାଳୀ ଓ କ୍ରୀଡାବିତ ବରିଷ୍ଠ ନାଗରିକ ପ୍ରଭାତ ଦାସଙ୍କୁ ଅତିଥିମାନେ ମଞ୍ଚରେ ସମ୍ବର୍ଦ୍ଧିତ କରିଥିଲେ।ଉପସଭାପତି କେ ଞାନ ଦୋରା ମଞ୍ଚାସୀନ ଥିବାବେଳେ ପଦ୍ମଚରଣ ସ୍ୱାଇଁଙ୍କୁ ସର୍ବ ସମ୍ମତିକ୍ରମେ କାର୍ଯ୍ୟକାରୀ ସଭାପତି ଓ ଅମୀୟ ଦାସଙ୍କୁ କାର୍ଯ୍ୟକାରୀ ସଦସ୍ୟ ଭାବେ ମନୋନୀତ କରାଯାଇଥିଲା।ବିକାଶ ମହାନ୍ତି, ପ୍ରମୋଦ ସାହୁ, ମଧୁସୂଦନ ସାହୁ, ଅମିୟ ଦାସ ପ୍ରମୁଖ ସହଯୋଗ କରିଥିବା ବେଳେ ଉପ ସଭାପତି ନବ କିଶୋର ରଥ ଧନ୍ୟବାଦ ଅର୍ପଣ କରିଥିଲେ।ବରିଷ୍ଠ ନାଗରିକ ସଂଘର ଦୁଇଶହ ସଦସ୍ୟ ଏଥିରେ ଯୋଗଦେଇ ଥିଲେ।

nis-ad
Leave A Reply

Your email address will not be published.