ଟଙ୍କିକିଆ ଚାଉଳ ଏବଂ ମଧ୍ୟାହ୍ନଭୋଜନ ଚାଉଳ ବଜାରରେ ବିକ୍ରି.. ! କୁବେର ପାଲଟିଛନ୍ତି- ଅଧିକାରୀ ଓ ଠିକାଦାର…

ବ୍ରହ୍ମପୁର (୨୦-୮) : ଯୋଗାଣ ବିଭାଗ-ମିଲ ମାଲିକ-ଏଲ ଟୁ ଠିକାଦାର ଙ୍କ ମିଲି ଭଗତ ଯୋଗୁଁ ଗଞ୍ଜାମ ଜିଲ୍ଲାରେ ଲକ୍ଷ ଲକ୍ଷ ଟଙ୍କାର ଚାଉଳ ହରିଲୁଟ ହେଉଥିବା ମୁଖ୍ୟ ଚର୍ଚ୍ଚାର ବିଷୟ ହୋଇଛି। ସରକାର ଙ୍କ ପକ୍ଷରୁ ଗଞ୍ଜାମ ଜିଲ୍ଲାରେ ଥିବା କେତେକ ବ୍ଲକ ଗୁଡିକରେ ଏଲ ଟୁ ଠିକାଦାର ମାନଙ୍କୁ ଟଙ୍କିକିଆ ଚାଉଳ ଓ ବିଦ୍ୟାଳୟ ଗୁଡିକୁ ମଧ୍ୟାହ୍ନ ଭୋଜନ ପାଇଁ ଚାଉଳ ଯୋଗାଣ ପାଇଁ ନିଯୁକ୍ତି ଦିଆଯାଇଛି। ଏଲ ଟୁ ଠିକାଦାର ମାନେ ଗଞ୍ଜାମ ଜିଲ୍ଲାର ୨୨ ଟି ବ୍ଲକ ଥିବା ନିକଟସ୍ଥ ଗୋଦାମ ରୁ ଏବଂ ବ୍ରହ୍ମପୁର ର ଏଲ ଟୁ ଠିକାଦାର ବ୍ରହ୍ମପୁର ସ୍ଥିତ ଗୋଦାମରୁ ଚାଉଳ ନେଇ ଡିଲେର ଓ ବିଦ୍ୟାଳୟ ଗୁଡ଼ିକୁ ଦେବାର ନିୟମ ରହିଛି। ଗଞ୍ଜାମ ଜିଲ୍ଲାର କେତେକ ବ୍ଲକ ରେ ଥିବା ଏଲ ଟୁ ଠିକାଦାର- ମିଲ ମାଲିକ ମାନଙ୍କୁ ଯୋଗାଣ ବିଭାଗର ଆଶୀର୍ବାଦ ଥିବା ଯୋଗୁଁ ସରକାରଙ୍କ ଚାଉଳ ବାଟମାରଣା ହେଉଥିବା ଘଟଣା ଏବେ ଚର୍ଚ୍ଚା ହେଉଛି। କେତେକ ବ୍ଲକ ର ଏଲ ଟୁ ଠିକାଦାର ମାନେ ଏଫ ସି ଆଇ ଗୋଦାମରୁ ଚାଉଳ ଉଠାଇ ଡିଲେର ଓ ବିଦ୍ୟାଳୟ ମାନଙ୍କୁ ନଦେଇ ନିଜ ନିଜର ଗୁପ୍ତ ଗୋଦାମ କୁ ନେଇ ସେଠାରେ ପ୍ରତି ପେକେଟ ରୁ ପାଞ୍ଚ ସାତ କିଲୋ ଚାଉଳ ହରିଲୁଟ କରି ପୁଣି ରିପେକ କରୁଥିବା ଅଭିଯୋଗ ହେଉଛି।କେତେକ ଏଲ ଟୁ ଠିକାଦାର ନିଜର ମହିଳା ଗ୍ରୁପ ଗଢ଼ି ସେମାନଙ୍କ ଦ୍ବାରା ଚାଷୀ ମାନଙ୍କ ଠାରୁ ଧାନ କ୍ରୟ କରି ସେମାନଙ୍କୁ ପୁଣି ତା ବଦଳ ରେ ଚାଉଳ ଦେଉଥିବା ଘଟଣା କେବଳ କାଗଜ କଲମ ରେ ସିମିତ ରଖି ସରକାରୀ ଚାଉଳ ବାଟମାରଣା କରି ରାତା ରାତି ମୁଠା ମୁଠା ଟଙ୍କାର ମାଲିକ ହୋଇଥିବା ଚର୍ଚ୍ଚା ହେଉଛି। ଗଞ୍ଜାମ ଜିଲ୍ଲାର ହଜାର ହଜାର ଶ୍ରମିକ ମାନେ ଦାଦନ ଖଟିବାକୁ ଅନ୍ୟ ରାଜ୍ୟକୁ ଯାଇଥିବା ଯୋଗୁଁ ସେମାନଙ୍କ ଚାଉଳ ନୂଆ ତରିକାରେ ବାଟମାଣାରଣହେଉଛି।ଏଲ ଟୁ ଠିକାଦାର ଓ ଡିଲେର ର ଙ୍କ ମଧ୍ୟରେ ବୁଝାମଣା ହୋଇ କୁଆଡେ ଦାଦନ ର ପରିବାରକୁ କିଲୋ ପ୍ରତି ୧୦/୧୫ ଟଙ୍କା ଦେଇ ସେହି ଚାଉଳ କୁ ପୁଣି ମିଲମାଲିକ ପାଖକୁ ଯାଏ ମିଲର ମାନେ ସେହି ଚାଉଳକୁ ପାଲିସ କରି ଜାକଜମକ ଜରି ରେ ନୂଆ ପ୍ୟାକେଟ ରେ ପ୍ୟାକ କରି ଚଢ଼ା ଦରରେ ବଜାର ରେ ବିକ୍ରି କରୁଛନ୍ତି ବୋଲି ଚର୍ଚ୍ଚା ହେଉଛି।ଏହି ସବୁ ଘୋଟାଲା ରେ ରାଜନୈତିକ ବ୍ୟକ୍ତି ବିଶେଷ ସମ୍ପୃକ୍ତ ରହୁଥିବା ଯୋଗୁଁ ଏହି ଘଟଣା ସରକାର ଙ୍କ ନିକଟ ରେ ପହଞ୍ଚି ପାରୁନାହିଁ, ଯାହା ଫଳରେ ସରକାରଙ୍କ ଏହି ଯୋଜନା ରୁ ଗରିବ ଶ୍ରେଣୀର ଲୋକେ ଅଧିକ କ୍ଷତିଗ୍ରସ୍ତ ହେଉଥିବା ଚର୍ଚ୍ଚା ହେଉଛି।

ଏପଟେ କେତେକ ମିଲର ମାନେ ଚାଷୀ ମାନଙ୍କ ପାଖରୁ ଧାନ ଓଦା ହୋଇଛି ଓ ବିଭିନ୍ନ ଆଳ ଦେଖାଇ କୁଇଣ୍ଟାଲ ପିଛା ଦଶ କିଲୋ କମ ଓଜନ ରେ ଧାନ କ୍ରୟ କରନ୍ତି। ଏହି ଘୋଟାଲା କୁ ପ୍ରଶୟ ଦେଇ ଶୀତତାପ ନିୟନ୍ତ୍ରଣ କକ୍ଷ ରେ ଯୋଗାଣ ବିଭାଗ ଅଧିକାରୀ ବସି ରହିବା ଯୋଗୁଁ ଗଂଜାମ ଜିଲ୍ଲାର ଅଧିକାଂଶ ବ୍ଲକ ରେ ସୁଷମ ବଣ୍ଟନ ରେ ଅବ୍ୟବସ୍ଥା ଏବେ ଚରମ ସୀମାରେ ପହଞ୍ଚିଛି ବୋଲି ବୁଦ୍ଧି ଜୀବୀ ମୋହଲ ରେ ଚର୍ଚ୍ଚ ହେଉଛି। ରାଜ୍ୟ ସରକାର ଏକ ସ୍ୱତନ୍ତ୍ର ସ୍କ୍ୱାର୍ଡ ଗଠନ କରି ରି – ପ୍ୟାକ ହେଉଥିବା ମିଲ ,ଏଫ ସି ଆଇ ଗୋଦାମରୁ ଚାଉଳ ଚାଲାଣ କିପରି ହେଉଛି,ଡିଲେର ଓ ଠିକାଦାର ମାନେ କିପରି ଗରିବ ଏବଂ ପିଲା ମାନଙ୍କ ଚାଉଳ ହଡପ କରୁଛନ୍ତି, ପ୍ୟାକେଟ ରୁ ରି- ପ୍ୟାକ କରି ଚାଉଳ ଚୋରି ଓ ଯୋଗାଇ ଦିଆଯାଉ ଥିବା ଚାଉଳ କୁ ଓଜନ କରିଲେ ଏହି ଘଟଣା ପର୍ଦ୍ଧାଫାସ ହେବ ବୋଲି ସାଧରଣ ରେ ଚର୍ଚ୍ଚା ହେଉଛି।

nis-ad
Leave A Reply

Your email address will not be published.