ଏମକେଏସପିର ନୂତନ କର୍ମକର୍ତ୍ତା ଚୟନ

ଫୁଲବାଣୀ : 1961ମସିହା ଅକ୍ଟୋବର ଦୁଇ ତାରିଖର ଏକ ଶୁଭ ବେଳାରେ ଅବିଭକ୍ତ ବୌଦ୍ଧ ଓ କନ୍ଧମାଳ ଜିଲ୍ଳାରେ ଜନ୍ମ ନେଇଥିଲା ମୋହନଦାସ କରମଚାନ୍ଦ ସାଂସ୍କୃତିକ ଅନୁଷ୍ଠାନ। କନ୍ଧମାଳ ଜିଲ୍ଲାରେ ସାମାଜିକ, ସାଂସ୍କୃତିକ କାର୍ଯ୍ୟ ପରିଚାଳନା କରିବାରେ ଏହା ଏକ ପ୍ରମୁଖ ଅନୁଷ୍ଠାନ ।ସାହିତ୍ୟ, ସଙ୍ଗୀତ,ନୃତ୍ୟ, ଶିକ୍ଷା ର ବିକାଶ ଏହାର ମୂଳ ଲକ୍ଷ୍ୟ ।ଏହି ଅନୁଷ୍ଠାନ ଦ୍ୱାରା କରା ଯାଉଥିବା ଓଡିଶୀ ନୃତ୍ୟ ,ବାଦ୍ୟ, ସଙ୍ଗୀତ ପରୀକ୍ଷାରେ ବହୁ ଛାତ୍ର ଛାତ୍ରୀ ପାସ କରି ବିଭିନ୍ନ ବିଦ୍ୟାଳୟରେ ସଙ୍ଗୀତ ଶିକ୍ଷକ ରୂପେ ନିଯୁକ୍ତି ପାଇଛନ୍ତି ।ନିଜସ୍ୱ ନୃତ୍ୟ ସ୍କୁଲ ମଧ୍ୟ ପରିଚାଳନା କରୁଛନ୍ତି ।ବହୁ ଛାତ୍ର ଛାତ୍ରୀ ଏହାର ସୁଯୋଗ ନେଉଛନ୍ତି ।ଏହି ଅନୁଷ୍ଠାନ ଦ୍ୱାରା ଦୀର୍ଘ ବର୍ଷ ହେବ ଆୟୋଜନ କରାଯାଉଥିବା ଶିଶୁ କ୍ରୀଡା ଉତ୍ସବ ଦ୍ୱାରା ବହୁ କ୍ରୀଡା ବିତ ଉପକୃତ ହୋଇଛନ୍ତି ।ଜାତୀୟ ଓ ଆନ୍ତର୍ଜାତିକ ସ୍ତରରେ କନ୍ଧମାଳର ଗୌରବ ବଢ଼ାଇଛନ୍ତି ।କନ୍ଧମାଳର ଏହି ସର୍ବପୁରାତନ ମୋହନଦାସ କରମଚାନ୍ଦ ସାଂସ୍କୃତିକ ପରିଷଦର ନିର୍ବାଚନ ଅନୁଷ୍ଠିତ ହୋଇଥିଲା ।ବରିଷ୍ଠ ସଭ୍ୟ ପ୍ରତାପ କୁମାର ପାତ୍ର ନିର୍ବାଚନ ପରିଚାଳନା କରିଥିଲେ । ସଭାପତି ରୂପେ ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ, ଉପସଭାପତି ରୂପେ ବନ ବିହାରୀ ନନ୍ଦ, ଅଶୋକ କୁମାର ମିଶ୍ର , ସାଧାରଣ ସମ୍ପାଦକ ରୂପେ ଶରତ ଚନ୍ଦ୍ର ସାହୁ ସହ ସାଧାରଣ ସମ୍ପାଦକ ରୂପେ ସତ୍ୟବ୍ରତ ପାତ୍ର, କୋଷାଧ୍ୟକ୍ଷ ରୂପେ କିଶୋର ମିଶ୍ର ନିର୍ବାଚିତ ହୋଇଛନ୍ତି ।

ପାଠାଗାର ସମ୍ପାଦକ ରୂପେ ବିପିନ ବିହାରୀ ପଟ୍ଟନାୟକ, ପାଠାଗାର ସହାୟକ ରୂପେ ରମାକାନ୍ତ ମାଝୀ,କଳା ସାହିତ୍ୟ ସମ୍ପାଦକ ରୂପେ ଅଧ୍ୟାପିକା ହରପ୍ରିୟା ମିଶ୍ର,ନାଟ୍ୟ ସଂସ୍କୃତି ସମ୍ପାଦକ ରୂପେ ସଚିଦାନନ୍ଦ ମହାପାତ୍ର, କ୍ରୀଡା ସମ୍ପାଦକ ରୂପେ ଦିଲ୍ଲୀପ କୁମାର ବାଘ, ସମାଜସେବା ସମ୍ପାଦକ ରୂପେ ଶଶୀଭୂଷଣ ପ୍ରଧାନ, ମହିଳା ସମ୍ପାଦିକା ରୂପେ ବିରାଜିନୀ ମହାପାତ୍ର ନିର୍ବାଚିତ ହୋଇଛନ୍ତି ।କାର୍ଯ୍ୟ କାରିଣୀ ସଦସ୍ୟ ଭାବେ ଗୌରୀ ଶଙ୍କର ବେହେରା, ସୂର୍ଯ୍ୟ ନାରାୟଣ ମହାନ୍ତି, ମୋଚିରାମ ମିଶ୍ର,ଶରତ ଚନ୍ଦ୍ର ପଟ୍ଟନାୟକ,ପ୍ରସନ୍ନ ବିଷୋୟୀ, ସୁବଳ ଚନ୍ଦ୍ର ନାୟକ,ବୈଜୟନ୍ତୀବାଳା ମହାପାତ୍ର ଙ୍କୁ ମନୋନୀତ କରାଯାଇଅଛି ।ଶରତ ଚନ୍ଦ୍ର ମହାନ୍ତି ଙ୍କୁ ସ୍ୱତନ୍ତ୍ର କାର୍ଯ୍ୟ କାରିଣୀ ସଭ୍ୟ ରୂପେ ମଧ୍ୟ ମନୋନୀତ କରାଯାଇଅଛି । କିଶୋର ଚନ୍ଦ୍ର ବେହେରା, ବିଶ୍ୱ ବିହାରୀ କର, ମହମ୍ମଦ ନାଜିର ଆକତାର, ବିଜୟ କୁମାର ମହାନ୍ତି,ପ୍ରତାପ କୁମାର ପାତ୍ର,ନାରାୟଣ ସାହୁ,ଓ ହୃଦୟ ରଞ୍ଜନ ପାଣିଗ୍ରାହୀ ଙ୍କୁ ଉପଦେଷ୍ଟା ରୂପେ ସର୍ବସମ୍ମତି କ୍ରମେ ଚୟନ କରାଗଲା । ଶେଷରେ ନବ ନିର୍ବାଚିତ ସାଧାରଣ ସମ୍ପାଦକ ଶରତ ଚନ୍ଦ୍ର ସାହୁ ସମସ୍ତ ନୁତନ କର୍ମକର୍ତ୍ତା ମାନଙ୍କୁ ସ୍ୱାଗତ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.