ମୋଟର ସାଇକେଲରୁ ଖସିପଡ଼ି ମହିଳା ମୃତ

ହିଞ୍ଜିଳିକାଟୁ (୨୦/୮) : ରବିବାର ସକାଳେ ହିଞ୍ଜିଳି ଥାନା ପୋଚିଲିମା ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ମୋଟର ସାଇକେଲରୁ ଖସି ପଡି ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ମୃତକା ଜଣଙ୍କ ହେଲେ ପୋଚିଲିମାର ସୁଦେଷ୍ଣା ମୁନି (୬୫) । ପ୍ରକାଶ ଯେ, ରବିବାର ସକାଳେ ପୋଚିଲିମା ଗ୍ରାମର ରଞ୍ଜନ ମୁନି ଓ ତାଙ୍କ ମା’ ସୁଦେଷ୍ଣା ବାଇକ୍ ଯୋଗେ ନିକଟସ୍ଥ ଗ୍ରାମ ରୁ କାମ ସାରି ଘରକୁ ଫେରୁଥିବା ବେଳେ ଗ୍ରାମ ପଞ୍ଚାୟତ କାର୍ଯ୍ୟାଳୟ ନିକଟରେ ଅସାବଧାନତା ବଶତଃ ମହିଳା ଜଣଙ୍କ ବାଇକରୁ ଖସିପଡି ଥିଲେ ।

ସ୍ଥାନୀୟ ଲୋକେ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ସେଠାରେ ଡାକ୍ତର ମହିଳାଙ୍କୁ ମୃତ ଘୋଷଣା କରିଥିଲେ । ଖବର ଲେଖା ହେବା ସୁଦ୍ଧା ଘଟଣା ନେଇ ଥାନାରେ କୌଣସି ଅଭିଯୋଗ ହୋଇନଥିବା ଥାନା ଭାରପ୍ରାପ୍ତ ଅଧିକାରୀ ଅଭିମନ୍ୟୁ ଦାସଙ୍କ ସୂତ୍ରରୁ ପ୍ରକାଶ ।

nis-ad
Leave A Reply

Your email address will not be published.