ଫୁଲବାଣୀ : କନ୍ଧମାଳ ଜିଲ୍ଲା ବିଜୁ ଯୁବ ଜନତା ଦଳ ଜିଲ୍ଲା ସଭାପତି ଵିଷ୍ଣୁ ଚରଣ ମଲ୍ଲିକଙ୍କ ନେତୃତ୍ୱରେ ବିଜୁ ଯୁବ ଜନତା ଦଳର କର୍ମକର୍ତ୍ତା ଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ଏହି ବୈଠକରେ ମୁଖ୍ୟ ଅତିଥି ଭାବେ କନ୍ଧମାଳ ଜିଲ୍ଲା ପର୍ଯ୍ୟବେକ୍ଷକ ବିଜୟ ନାୟକ ଓ ସଂମ୍ମାନିତ ଅତିଥି ଭାବେ ଫୁଲବାଣୀ ବିଧାୟକ ଅଙ୍ଗଦ କଂହର, ଜିଲ୍ଲା ସଭାପତି ସରୋଜ କର୍ଣ୍ଣ, ଜିଲ୍ଲା ମହିଳା ସଭାନେତ୍ରୀ ପୁନମ କହଁର, ଜିଲ୍ଲା ଛାତ୍ର ସଭାପତି ସୁନୀଲ ସେଠି ପ୍ରମୁଖଙ୍କ ସମେତ ସମସ୍ତ ବିଜୁ ଯୁବ ଜନତା ଦଳର ଜିଲ୍ଲା କର୍ମକର୍ତ୍ତା ଓ ସମସ୍ତ ବ୍ଲକ, ଏନ ଏ ସି ସଭାପତି ଉପସ୍ଥିତ ଥିଲେ । ଏହି ବୈଠକରେ ତୃଣମୁଳସ୍ତର ରେ ସଙ୍ଗଠନ କିପରି ସୁଦୃଢ ହେଇପାରିବ ଏଵଂ ଜନ ସାଧାରଣଙ୍କୁ ବିଭିନ୍ନ ମାଧ୍ୟମରେ ସେବା ଯୋଗାଇଦେବା ପାଇଁ ସମସ୍ତଙ୍କୁ କହିଥିଲେ । କନ୍ଧମାଳରେ ରକ୍ତର ଅଭାବରୁ କେହି ମୃତ୍ୟୁ ବରଣ ନକରୁ ସେଥିପାଇଁ ଜିବନ ବିନ୍ଦୁ କାର୍ଯ୍ୟକ୍ରମକୁ ପ୍ରତ୍ୟେକ ଗ୍ରାମ ପଞ୍ଚାୟତ ରେ କରିବା ପାଇଁ ପରାମର୍ଶ ଦେଇଥିଲେ।
Sign in
Sign in
Recover your password.
A password will be e-mailed to you.