ବିଏମସି ର ଆରମ୍ଭ ହେଲା ଡେଙ୍ଗୁ ଡ୍ରାଇଭ୍, ଆଦାୟ ହେବ ଫାଇନ

ଭୁବନେଶ୍ବର: ଡେଙ୍ଗୁ ରୋକିବାକୁ ଆକ୍ସନ ମୋଡରେ ବିଏମସି । ବିଭିନ୍ନ ସ୍ଥାନରେ ଡେଙ୍ଗୁ ଦମନ ପାଇଁ ଅଭିଯାନ ଆରମ୍ଭ ହୋଇଛି  । ଆଜିଠାରୁ ରାଜଧାନୀ ଭୁବନେଶ୍ବରରେ ଆରମ୍ଭ ହୋଇଛି ବିଏମସିର ଡେଙ୍ଗୁ ଅଡିଟ୍ ଡ୍ରାଇଭ୍  । ମଶା ଅନୁକୁଳ ପରିବେଶ ସୃଷ୍ଟି କରିଥିଲେ ଫାଇନ ଆଦାୟ କରିବ ବିଏମସି । ଘରକୁ ଘର ବୁଲି ଡେଙ୍ଗୁ ଫାଇନ୍ ଆଦାୟ କରିବ ବିଏମସି । ଏଥିପାଇଁ ୧୦ରୁ ଅଧିକ ଟିମ୍ ମୁତୟନ ହୋଇଛନ୍ତି । ଏହାସହ ସବୁ ଓ୍ବାର୍ଡରେ ମଶା ତେଲ ପକାଯିବାର ବ୍ୟବସ୍ଥା ହୋଇଛି । ଏଥିପାଇଁ ରାଜଧାନୀବାସୀଙ୍କ ଫିଡ ବ୍ୟାକ୍ ନିଆଯାଉଛି । କିନ୍ତୁ କେହି ନିୟମ ଉଲଂଘନ କରିବେ , ତେବେ ଫାଇନ ଦେବାକୁ ବାଧ୍ୟ ହେବେ ।

ସେପଟେ ବିଏମସିର ଏଭଳି ପଦକ୍ଷେପକୁ ନେଇ ବିଏମସି କମିଶନର କହିଛନ୍ତି ଅର୍ଥ ଆଦାୟ ଲକ୍ଷ୍ୟରେ ଏସବୁ କରାଯାଇନି ବରଂ ଲୋକଙ୍କୁ ସଚେତନ କରିବା ଆମର ମୁଖ୍ୟ ଲକ୍ଷ୍ୟ । ଡେଙ୍ଗୁ ଅଡିଟ୍ ବେଳେ ଯଦି କେହି ଧରାପଡିବେ , ତେବେ ପ୍ରତି ଘର ପାଇଁ ୧ ହଜାର ଏବଂ ଅନୁଷ୍ଠାନ ପାଇଁ ୫ ହଜାର ଟଙ୍କା ଫାଇନ ଆଦାୟ କରାଯିବ  ।

ପୂର୍ବରୁ ଡେଙ୍ଗୁ ପାଇଁ ଅଜବ ନିର୍ଦ୍ଦେଶନାମା  ଜାରି କରିଥିଲା ବିଏମସି । ଘରୁ ମଶା ବାହାରିଲେ ଘର ମାଲିକ ୧ ହଜାର ଟଙ୍କା ତଣ୍ଡ ଗଣିବେ । କିନ୍ତୁ ନୂଆ ନିୟମ ଅନୁସାରେ ଘର ସନ୍ଧି, ଖଟତଳେ ପଶି ମଶା ଖୋଜାଯିବ  । ଆଉ ମଶା ପାଇଲେ ଗୃହକର୍ତ୍ତା ୧ ହଜାର ଟଙ୍କା ଜରିମାନା ଗଣିବେ । ଖାଲି ସେତିକି ନୁହେଁ ସରକାରୀ କିମ୍ବା ବେସରକାରୀ ଅନୁଷ୍ଠାନ ଗୁଡିକରୁ ମଶା ବାହାରିଲେ ୫ ହଜାର ଟଙ୍କା ତଣ୍ଡ ଗଣିବାର ସୂଚନା ରହିଛି ।

nis-ad
Leave A Reply

Your email address will not be published.