ପାକିସ୍ତାନରେ ଚୀନ ଇଞ୍ଜିନିୟର୍ ଥିବା କନଭୟେ ଉପରକୁ ଆକ୍ରମଣ, 13 ମୃତ

[ad_1]

pak

ନୂଆଦିଲ୍ଲୀ : ପାକିସ୍ତାନରେ ଆତଙ୍କୀ ହମଲା। ଚୀନର କନଭୟେ ଉପରକୁ ଆତଙ୍କୀଙ୍କ ଆକ୍ରମଣ। 23 ଜଣ ଇଞ୍ଜିନିୟରଙ୍କୁ ନେଇ ଯାଉଥିବା ଚୀନ କନଭୟେ ଉପରକୁ ଆକ୍ରମଣ ହୋଇଛି। ଏଥିରେ 4 ଜଣ ଚୀନ୍ ନାଗରିକ ଓ 9 ଜଣ ପାକିସ୍ତାନ ସୈନ୍ୟଙ୍କ ମୃତ୍ୟୁ ଘଟିଛି।
ଆଜି ସକାଳେ ପାକିସ୍ତାନର ବଲୁଚିସ୍ତାନ ପ୍ରଦେଶରେ ସଶସ୍ତ୍ର ଆତଙ୍କୀ ଇଞ୍ଜିନିୟରଙ୍କୁ ନେଇ ଯାଉଥିବା ଚାଇନାର ଏକ କନଭୟେ ଉପରେ ଆକ୍ରମଣ କରିଥିଲେ। ‘ଦି ବାଲୁଚିସ୍ତାନ ପୋଷ୍ଟ’ର ରିପୋର୍ଟ ଅନୁଯାୟୀ, ପୋର୍ଟ ସିଟି ନାମରେ ପରିଚିତ ଗ୍ୱାଦରରେ ବିସ୍ଫୋରଣ ଓ ଗୁଳି ବିନିମୟ ହୋଇଥିଲା। ବଲୁଚିସ୍ତାନ ପୋଷ୍ଟ ନାମକ ଏକ ଗଣମାଧ୍ୟମ ପ୍ରେସ ବିଜ୍ଞପ୍ତିରେ ଦର୍ଶାଇ କହିଛି ଯେ, ଏହି ଆକ୍ରମଣ ସକାଳ ପ୍ରାୟ 9ଟା 30 ମିନିଟରେ ଘଟିଥିଲା ​​ଏବଂ ପ୍ରାୟ ଦୁଇ ଘଣ୍ଟା ଧରି ଗୁଳିବିନିମୟ ହୋଇଥିଲା।
ଏହି ହମଲା ପରଠାରୁ ସେଠାରେ ଟ୍ରାଫିକ ବନ୍ଦ ହୋଇଯାଇଛି। ସରକାରୀ ଅଧିକାରୀଙ୍କ କହିବାନୁସାରେ, ଚାଇନାର ଇଞ୍ଜଜିନିୟରଙ୍କ ଉପରେ ଆକ୍ରମଣ ଗ୍ୱାଦରର ଫକିର କଲୋନୀ ନିକଟରେ ହୋଇଥିଲା। ବଲୁଚିସ୍ତାନ ଲିବରେସନ୍ ଆର୍ମି(ବିଏଲ୍ଏ)ର ଏକ ଆତ୍ମଘାତୀ ଦଳ ମାଜିଦ୍ ବ୍ରିଗେଡ୍ ଏହି ହମଲା ପାଇଁ ନିଜକୁ ଦାୟୀ କରିଛି।

[ad_2]

nis-ad
Leave A Reply

Your email address will not be published.