[ad_1]
ଘଟଣାକୁ ନେଇ ରାଜନୈତିକ ଆରୋପ ପ୍ରତ୍ୟାରୋପ ମଧ୍ୟ ଆରମ୍ଭ ହୋଇଯାଇଛି। ଏନସିପି ମୁଖ୍ୟ ଶରଦ ପାୱାର ମୃତ ରୋଗୀଙ୍କ ପରିବାରକୁ ସମବେଦନା ଜଣାଇବା ସହ ଜିଲ୍ଲା ପ୍ରଶାସନ ସଠିକ୍ ସମୟରେ ପଦକ୍ଷେପ ଗ୍ରହଣ କରିନଥିବା ଅଭିଯୋଗ କରିଛନ୍ତି। ମାଇକ୍ରୋବ୍ଲଗିଂ ସାଇଟ୍ ଏକ୍ସରେ ପୋଷ୍ଟ କରି ଶରଦ ପାୱାର କହିଛନ୍ତି, ‘ଗତ କିଛି ଦିନ ମଧ୍ୟରେ 5 ଜଣ ରୋଗୀଙ୍କ ମୃତ୍ୟୁ ଘଟଣା ସାମ୍ନାକୁ ଆସିଥିଲା। ଏହା ପରେ ଗତକାଲି ରାତିରେ ଥାନେ ନଗର ନିଗମର କୋପାରୀ ସ୍ଥିତ ଛତ୍ରପତି ଶିବାଜୀ ମହାରାଜ ହସ୍ପିଟାଲରେ ପୁଣି 17 ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି। ଏହା ଅତ୍ୟନ୍ତ ଦୁଃଖଦ ଘଟଣା। ପ୍ରଥମେ ଏପରି ଘଟିବା ସତ୍ତ୍ୱେ ପ୍ରଶାସନ ଏଥିପ୍ରତି ସତର୍କ ନ ହେବା ଅତ୍ୟନ୍ତ ନିନ୍ଦନୀୟ।’
ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ମୃତ୍ୟୁ ଘଟିଥିବା ଅଧିକାଂଶ ରୋଗୀଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଥିଲା। ମ୍ୟୁନିସିପାଲିଟି କମିଶନର ଅଭିଜିତ ବଙ୍ଗର କହିଛନ୍ତି, ‘ଗତ 24 ଘଣ୍ଟା ମଧ୍ୟରେ 18 ଜଣ ରୋଗୀଙ୍କର ମୃତ୍ୟୁ ହୋଇଛି। ମୃତ ରୋଗୀମାନଙ୍କ ମଧ୍ୟରୁ କେତେକ ପୂର୍ବରୁ କ୍ରନିକ୍ କିଡନୀ ରୋଗ, ନିମୋନିଆ, କିରୋସିନ କାରଣରୁ ବିଷାକ୍ତତା, ସଡ଼କ ଦୁର୍ଘଟଣା ଏବଂ ଅନ୍ୟାନ୍ୟ କାରଣରୁ ଚିକିତ୍ସିତ ହେଉଥିଲେ।’
[ad_2]