ଦୁର୍ନୀତି ରେ ଉବୁଟୁବୁ କୁକୁଡାଖଣ୍ଡି ବ୍ଲକ ଯେଉଁଠି ହାତ ମାରିବ ସେଠାରେ ଦୁର୍ନୀତିର ଗନ୍ଧ…

ଧୃତରାଷ୍ଟ୍ର ସାଜିଛନ୍ତି କୁକୁଡ଼ାଖଣ୍ଡି ବିଡିଓ…!!

ସରକାର କା ମାଲ ଦରିଆ ମେ ଡାଲ ନୀତିରେ ଚାଲିଛି କୁକୁଡାଖଣ୍ଡି ବ୍ଲକ ରେ ରାସ୍ତା କାମ…

ବ୍ରହ୍ମପୁର : ସରକାର ଙ୍କ ଚାଲିଥିବା ବିଭିନ୍ନ ଯୋଜନା ରେ ଦୁର୍ନୀତି ଏବେ ଚରମ ସୀମାରେ ପହଞ୍ଚି ଲାଣି। ତାହାର ନଗ୍ନ ନମୁନା ଏବେ ଦେଖିବାକୁ ମିଳିଛି, କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଦକ୍ଷିଣପୁର ମୁଖ୍ୟ ରାସ୍ତା। ଆସନ୍ତୁ ଦେଖିବା ୨୦୨୨/୨୩ ଆର୍ଥିକ ବର୍ଷରେ ମହାତ୍ମା ଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ରେ ଚାଲିଛି ରାସ୍ତା କାମ ଏହି ରାସ୍ତା ଏତେ କଦର୍ଯ୍ୟ ହୋଇଛି ଯେ ଭୂତ ମଧ୍ୟ ଏହି ରାସ୍ତ ରେ ଯିବାକୁ ଭୟ କରିବ ଏହି ରାସ୍ତା ରେ ଦୈନିକ ଶହ ଶହ ଲୋକ ଯାତାୟାତ କରନ୍ତି। ବିଭିନ୍ନ ସରକାରୀ କାର୍ଯ୍ୟ ରେ ହେଉଥିବା ଉନ୍ନୟନ କାର୍ଯ୍ୟ ରେ ପି ସି ଏତେ ମାତ୍ରରେ ବଢ଼ି ଯାଇଛି ଯେ ପ୍ରତେକ କାର୍ଯ୍ୟ ନିମ୍ନ ମାନର ହେଉଥିବା ଘଟଣା ଦିନକୁ ଦିନ ବଢ଼ିବାରେ ଲାଗିଛି। ଏହି ଦକ୍ଷିଣପୁର ମୁଖ୍ୟ ରାସ୍ତା କାର୍ଯ୍ୟ ର ସମସ୍ୟା ସମ୍ପର୍କରେ ବ୍ଲକ ର ଅଧିକାରୀ ଓ ନିର୍ବାଚିତ ପ୍ରତିନିଧି ଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ହେଲେ ଗୁହାରି ଶୁଣୁନାହାନ୍ତି। ଲୋକେ ଭାଗ୍ୟକୁ ଆଦରି ଏହି ରାସ୍ତାରେ ଯିବାକୁ ବାଧ୍ୟ ହେଉଛନ୍ତି। ଜିଲ୍ଲା ପ୍ରଶାସନ ମଧ୍ୟ ସବୁ ଜାଣି ନିରବ ଲୋକ ଅଭିଯୋଗ କରିବେ କାହାକୁ ଯାହାକୁ ନେଇ ବୁଦ୍ଧି ଜୀବି ଓ ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ୱାଭାବିକ l ଜିଲ୍ଲା ଦୁର୍ନୀତି ନିବାରଣ ଅଧିକାରୀ ଅଭିଯୋଗ କୁ ଭିତ୍ତି କରି ଅନୁସନ୍ଧାନ କଲେ ବ୍ଲକ ରେ ଚାଲିଥିବା ଦୁର୍ନୀତି ର ଫର୍ଦ୍ଧା ଫାଶ ହେବା ସହିତ ଦୁର୍ନୀତି ଖୋର କର୍ମଚାରୀ ଙ୍କ ମୂଖା ଖୋଲିଯିବା ସହିତ ସରକାରୀ ଟଙ୍କା ଆତ୍ମସାତ କୁ ରୋକା ଯାଇ ପାରନ୍ତା ବୋଲି ଅଭିଯୋଗ ହେଉଛି l

nis-ad
Leave A Reply

Your email address will not be published.