ବ୍ରହ୍ମପୁର ରେଳଷ୍ଟେସନରୁ ଜବତ ହେଲା୨୧କିଲୋ ୬୦୦ଗ୍ରାମ ଗଞ୍ଜେଇ

୨୦ଟି ମୋବାଇଲ୍ ଜବତ କୁ ମଧ୍ୟ ଜବତ କରିଛି ଜିଆରପି ଥାନା ପୋଲିସ

ବ୍ରହ୍ମପୁର : ବ୍ରହ୍ମପୁର ରେଳ ଷ୍ଟେସନରୁ ଗଞ୍ଜେଇ ଚାଲାଣ ବେଳେ ଜଣେ ଗିରଫ କରିଛି ଜିଆରପି ଥାନା ପୋଲିସ। ଅଭିଯୁକ୍ତ ନିକଟରୁ ଜି.ଆର.ପି ପୋଲିସ ୨୧ କେଜି ୬୦୦ ଗ୍ରାମ ଗଞ୍ଜେଇ ଜବତ କରିଛି । ଗିରଫ ଅଭିଯୁକ୍ତ ଜଣଙ୍କ ହେଲେ ଗଞ୍ଜାମ ଜିଲ୍ଲା ତାରାସିଂ ଥାନା ଅନ୍ତର୍ଗତ ସୋରିଷ ପଲ୍ଲୀ ଗ୍ରାମର ନୀଳମଣି ଗୌଡ଼ । ଗତକାଲି ଅଭିଯୁକ୍ତ ଜଣଙ୍କ ପ୍ଲାଟଫର୍ମ ନମ୍ୱର୍ ୧ ରେ ଛିଡା ହୋଇଥିବା ବେଳେ ଜି.ଆର.ପି ପୋଲିସ କୁ ସନ୍ଧେହ ହୋଇଥିଲା । ପରେ ବ୍ୟାଗ୍ କୁ ଯାଞ୍ଚ ବେଳେ ଗଞ୍ଜେଇ ଥିବା ଜାଣିବାକୁ ପାଇଥିଲେ । ଏହି ସମସ୍ତ ଗଞ୍ଜେଇ ବିଶାଖାପାଟନାକୁ ଚାଲାଣ ହେଉଥିବା ଜଣା ପଡ଼ିଛି । ଏହାସହ କିଛିଦିନ ତଳେ ଷ୍ଟେସନ ପରିସର ଓ ନିକଟରୁ ଲଗାତାର ଚୋରୀ ହୋଇଥିବା ନେଇ ଜିଆରପି ଥାନାରେ ଅଭିଯୋଗ ହୋଇଥିଲା । ପରେ ଜିଆରପି ପକ୍ଷରୁ ଟିମ୍ ଗଠନ କରାଯାଇ ଚୋରୀ ହୋଇଥିବା ୨୦ ଟି ମୋବାଇଲକୁ ଜବତ କରି ପ୍ରକୃତ ମାଲିକ ଙ୍କୁ ହସ୍ତାନ୍ତର କରିଛି । ତେବେ ଏହି ସଂକ୍ରାନ୍ତ ରେ କାହାରିକୁ ଗିରଫ କରାଯାଇନଥିବା ଜି.ଆର.ପି ଏସ.ପି ବିରଞ୍ଚି ପ୍ରସାଦ ଦେଉରି ସୂଚନା ଦେଇଛନ୍ତି। ଏହି ଅବସରରେ ଡ଼ିଏସପି ଆଦିତ୍ୟ ସେଠୀ, ଜି ଆରପି ଭରପ୍ରାପ୍ତ ଥାନାଅଧିକାରୀ ବିକାଶ ପଳେଇ ପ୍ରମୁଖ ଉପସ୍ଥିତ ଥିଲେ।

nis-ad
Leave A Reply

Your email address will not be published.