ଛଟେଇ ଧମକକୁ ଶ୍ରମିକଙ୍କ ବିରୋଧ, ଆସନ୍ତା ୧୬ ତାରିଖରେ ପ୍ଲାଣ୍ଟ ଫାଟକ ସମ୍ମୁଖରେ ଶ୍ରମିକମାନେ ଧାରଣା ଦେବାକୁ ନିଷ୍ପତି

ଛତ୍ରପୁର : ଛତ୍ରପୁର ଉପକଣ୍ଠସ୍ଥିତ ଭାରତୀୟ ବିରଳ ମୂର୍ତ୍ତିକା (ଆଇଆର୍‌ଇଏଲ) ପ୍ଲାଣ୍ଟରେ ଥିବା ସମସ୍ତ ବିଭାଗରେ ଥିବା କଣ୍ଟା୍ରକ୍ଟର ଓ ଅଧିକାରୀମାନେ କାମ ଦେବା ବଦଳରେ ଛଟେଇ କରିବାକୁ ଧମକ ଦେଉଥିବା ଶ୍ରମିକମାନଙ୍କ ପକ୍ଷରୁ ଅଭିଯୋଗ କରାଯାଇଛି। ଏହାର ପ୍ରତିବାଦ ସହ ସମସ୍ୟାର ସମାଧାନ ଦାବିରେ ଆସନ୍ତା ୧୬ ତାରିଖରେ ପ୍ଲାଣ୍ଟ ଫାଟକ ସମ୍ମୁଖରେ ଶ୍ରମିକମାନେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେବାକୁ ନିଷ୍ପତି ନେଇଛନ୍ତି। ଏ ସମ୍ପର୍କରେ ଗଞ୍ଜାମ ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ଙ୍କୁ ଭେଟି ଶୁକ୍ରବାର ଅବଗତ କରାଯାଇଛନ୍ତି ଶ୍ରମିକ ମାନେ ।

ସୂଚନାଯୋଗ୍ୟ, ଗତ ୭ ତାରିଖରେ ଆଇଆରଇଏଲ ପ୍ଲାଣ୍ଟରେ ଥିବା ସମସ୍ତ କଣ୍ଟା୍ରକ୍ଟର ଓ ଅଧିକାରୀଙ୍କୁ ଭେଟି କାର୍ଯ୍ୟରୁ ଛଟେଇ ନ କରି କାମ ଯୋଗାଇବା ପାଇଁ ଶ୍ରମିକମାନେ ଦରଖାସ୍ତ ଦେଇଥିଲେ। ୫ ଦିନ ମଧ୍ୟରେ ସମସ୍ୟାର ସମାଧାନ କରିବାକୁ ଜଣାଇଥିଲେ। ତେବେ ୫ ଦିନ ପରେ ବି କର୍ତ୍ତୃପକ୍ଷ କୌଣସି ପଦକ୍ଷେପ ଗ୍ରହଣ କରିନାହାନ୍ତି। ଯଦ୍ୱାରା ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ୁଛି। ସେମାନଙ୍କ ଅନ୍ୟ କୌଣସି ଆୟ ପନ୍ଥା ନ ଥିବାରୁ ପରିବାର ଚଳାଇ କଷ୍ଟ ସାଧ୍ୟ ହେଉଛି । ଆଇଆରଏଲ କର୍ତ୍ତୃପକ୍ଷ କାମ ଯୋଗାଇବା ବଦଳରେ ହଇରାଣ କରୁଛନ୍ତି ଓ ଚାକିରିରୁ ଛଟେଇ କରିଦେବେ ବୋଲି ନୋଟିସ ଦେଉଛନ୍ତି । ତେଣୁ ପ୍ରତ୍ୟେକ ମୁହୂର୍ତ୍ତରେ ଆଶଙ୍କାରେ ରହୁଛୁ ବୋଲି ଶ୍ରମିକମାନେ କହିଛନ୍ତି । ତେଣୁ ଆସନ୍ତା ୧୬ରୁ ଦାବି ହାସଲ ନ ହେବା ପର୍ଯ୍ୟନ୍ତ ଆଇଆରଇଏଲ ପ୍ଲାଣ୍ଟ ଫାଟକ ସମ୍ମୁଖରେ ଶାନ୍ତିପୂର୍ଣ୍ଣ ଭାବେ ବସିବୁ। କାହାର କୌଣସି କ୍ଷତି ହେଲେ ଆଇଆରଇଏଲ କର୍ତ୍ତୃପକ୍ଷ ଓ କଣ୍ଟା୍ରକ୍ଟର ଦାୟୀ ରହିବେ ବୋଲି ଶ୍ରମିକମାନେ ଲିଖିତ ଭାବେ ଜଣାଇଛନ୍ତି । ଏନେଇ ସେମାନେ ଏକ ଲିଖିତ ଦାବୀ ପତ୍ର ଗଞ୍ଜାମ ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟ ରେ ଅତିରିକ୍ତ ଜିଲ୍ଲାପାଳ ଙ୍କୁ ପ୍ରଦାନ କରିଥିଲେ, ଏହି ଦାବୀ ପତ୍ର ପ୍ରଦାନ ବେଳେ ଆଇନଜୀବି ପି. ଧର୍ମା ରେଡ୍ଡୀ ଙ୍କ ସମେତ ବହୁ ଶ୍ରମିକ ମାନେ ଉପସ୍ଥିତ ଥିଲେ

nis-ad
Leave A Reply

Your email address will not be published.