ଚିକିତ୍ସା ପାଇଁ ଅର୍ଥ ସାଜିଛି ବାଧକ : ଚିକିତ୍ସା ହୋଇ ପାରୁନାହିଁ ଶିଶୁ କନ୍ୟାର

କାଶିପୁର : ରାୟଗଡା ଜିଲ୍ଲା କାଶିପୁର ବ୍ଲକ ଡଙ୍ଗାସିଲ ପଞ୍ଚାୟତର ଅନ୍ତର୍ଗତ ବଦଲିଝରଣ ଗ୍ରାମର କୁନ୍ତି ନାଏକ ଙ୍କ ବଡ ଝିଅ ସାକ୍ସି ନାଏକ(୫ ବର୍ଷ) ହେବ | ସେହି ଝିଅ ନା କଥା ହେଇପାରୁଛି ନା ଶୁଣି ପାରୁଛି | ଯାହା ଠାର ସାହାଯ୍ୟରେହିଁ ବୁଝିପାରୁଛି । କୁନ୍ତି କହିବା ଅନୁ ଯାଇ ତାଙ୍କ ସ୍ବାମୀ ଆଜକୁ ୪ ବର୍ଷ ହେବ ତାଙ୍କୁ ଛାଡି ଦେଇ ଅନ୍ୟ ଏକ ଜାଗାରେ ଵିଵାହ କରି ରହିଛନ୍ତି। ଯାହା ଫଳରେ କୁନ୍ତି ତାଙ୍କର ଦୁଇ ଝିଅ କୁ ନେଇ ବହୁ କଷ୍ଟରେ ନିଜ ମା ଙ୍କ ଘରେ ଚଳୁଛନ୍ତି । ସେହି ମା ପାଖରେ ଗୋଟିଏ ବିବାହିତ ଝିଅ ଥିବା ବେଳେ ଆଉ ଗୋଟିଏ ଝିଅ ଅବିବାହିତ ଝିଅ ସହ ବିଧବା ବହୁ ଓ ନାତୁଣି ରହିଛନ୍ତି । ବୁଢୀ ମା ଙ୍କୁ ୫୦୦ଟଙ୍କା ଭତା ଓ ରାସନ ଚାଉଳ ମିଳୁଛି ସେଥିରେ ନିଜ ଦୁଇ ଝିଅ ,ବିଧବା ବହୁ ଓ ତିନଟି ନାତୁଣୀ ସହ ବହୁତ କଷ୍ଟ ରେ ନିଜ ପରିବାର ଚଳୁଛୁ ବୋଲି କୁନ୍ତି ନାଏକ କହିଛନ୍ତି। । ବଡ ଝିଅ କୁ ପ୍ରାୟ ୧ବର୍ଷ ହେବ ଖେଳୁଥିବା ସମୟରେ ପଡିଯାଇ କାନରୁ ରକ୍ତ ବାହାରିବା ଫଳରେ ଶ୍ରବଣ ଶକ୍ତି ହରାଇ ବସିଥିଲେ। ପ୍ରଥମେ ଉଷାପଡା ଉତ୍କଳ ହସ୍ପିଟାଲ ପରେ ବହୁତ କଷ୍ଟରେ ତାଙ୍କ ବଡ ଝିଅ କୁ କୋରାପୁଟ ସହିଦ ଲକ୍ଷଣ ନାୟକ ମେଡିକାଲ ସହ ରାୟଗଡା ଜିଲା ମେଡିକାଲ କୁ ବହୁତ କଷ୍ଠରେ ନେଇଥିଲେ ହାତରୁ ପୋଇଷା ସରିଗଲା ପରେ ଶେଷରେ କୋଣସି ସୁଫଳ ନ ମିଳିବା ନିରାଶା ହୋଇ ନିଜ ମା ଘରେ ରହିଛନ୍ତି । ଯାହା ଫଳରେ ଆଜି ଆମ ପାଖେ ପହଞ୍ଚି କିପରି ସାହାଯ୍ୟ ମିଳିବ ବୋଲି ଗୁହାରୀ କରିଥିଲେ । ଏହା ସହ ତାଙ୍କ ମା ଯଦି ସରକାର ଯଦି କିଛି ଟା ସହାୟତା ହାତ ବଡେଇଲେ କିଛି ଟା ଉପକାର ହେବ ବୋଲି କହିଛନ୍ତି। ହେଲେ ଦେଖିବାକୁ ବାକିରହିଲା କେବେ ସରକାର କିମ୍ବା କୌଣସି ସହୃଦୟ ବ୍ୟକ୍ତି ସହାୟତା ହାତ ବଢେଇବେ ଦେଖବାକୁ ବାକି ରହିଲା |

nis-ad
Leave A Reply

Your email address will not be published.