ଜିଲ୍ଲାପାଳଙ୍କ ତାଗିଦ ପରେ ନିଜ ଭୁଲକୁ ଲୁଚାଇବାକୁ ଯାଇ ହେଉଛି ନିମ୍ନମାନର କାର୍ଯ୍ୟ

ଦାରିଙ୍ଗବାଡି,(୧୦/) : କନ୍ଧମାଳ ଜିଲ୍ଲାପାଳ ଡଃ ଆଶିଷ ଈଶ୍ୱର ପାଟିଲ ଗତ ୮ ତାରିଖ ଦିନ ଦାରିଙ୍ଗବାଡି ଗସ୍ତରେ ଆସି ୫ଟି କାର୍ଯ୍ୟର ସମୀକ୍ଷା କରିଥିଲେ । ହେଲେ ଦାରିଙ୍ଗବାଡି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ମଧ୍ୟରେ ହେଉଥିବା ୫-ଟି କାର୍ଯ୍ୟ ଦେଖି ଅସନ୍ତୋଷ ପ୍ରକାଶ କରିବା ସହ ସଠିକ୍ ପ୍ଲାନ କରି କାମ କରିବାକୁ ବ୍ଲକର ସହକାରୀ ଯନ୍ତ୍ରୀ ଓ ଏନଆରଏଚଏମ କନିଷ୍ଠ ଯନ୍ତ୍ରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ । ନିଜ ଭୁଲ କୁ ଲୁଚାଇବାକୁ ଯାଇ ଦାୟୀତ୍ୱରେ ଥିବା ଅଧିକାରୀ ନୂତନ କୋଠାରେ ପୂର୍ବରୁ ହୋଇଥିବା କାନ୍ଥ କୁ ଭାଙ୍ଗି ବିମ୍ ହୋଇନଥିବା ସ୍ଥାନର କାନ୍ଥ ନିର୍ମାଣ କରାଯାଉଛି । କାନ୍ଥ ତଳେ ମାତ୍ର ମେଟାଲ ଦେଇ କାନ୍ଥ ଉଠାଯାଉଥିବା ଦେଖିବାକୁ ମିଳିଛି । ଯାହାରି ଫଳରେ ଆଗାମୀ ଦିନରେ କାନ୍ଥ ଦବିଯିବାର ସମ୍ଭାବନା ରହିଛି । ମେଡ଼ିକାଲକୁ ରୂପାନ୍ତରିକରଣ ନେଇ ୨ କୋଟି ୩୭ ଲକ୍ଷ ଟଙ୍କା ଅନୁମୋଦନ ହୋଇଥିବା ବେଳେ କାମ ସଠିକ୍ ଭାବେ ହେଉନଥିବା ଅଞ୍ଚଳବାସୀ ଅଭିଯୋଗ କରିଛନ୍ତି । ଏପରିକି ଶସ୍ତା ସିମେଣ୍ଟରେ କାମ କରାଯାଉଥିବା ଲୋକେ ଅଭିଯୋଗ କରିଛନ୍ତି । ଏଣୁ ସଠିକ୍ ପ୍ଲାନ ସହ ଉଚ୍ଚ ମାନର କାର୍ଯ୍ୟ କରିବାକୁ ଅଞ୍ଚଳବାସୀ ଦାବୀ କରିଛନ୍ତି । ନହେଲେ ଆଗାମୀ ଦିନରେ ଉକ୍ତ କୋଠା ରୋଗୀଙ୍କ ଜୀବନ ପ୍ରତି ବିପଦ ସାଜିବ ବୋଲି ଲୋକେ ଅଭିଯୋଗ ଆଣିଛନ୍ତି ।

nis-ad
Leave A Reply

Your email address will not be published.