ଫୁଲବାଣୀ : କନ୍ଧମାଳ ଜିଲ୍ଲା ଫୁଲବାଣୀସ୍ଥିତ ଡ୍ରିମଲାଣ୍ଡ ଠାରେ ଜାତିଭାଇଙ୍କ ଉପସ୍ଥିତରେ ନିଖିଳ ଉତ୍କଳ ଖଡୁରା ସମାଜର ରାଜ୍ୟ କାର୍ଯ୍ୟକାରୀ କମିଟିର ସଦସ୍ୟ ସୁବାଷ ଚନ୍ଦ୍ର ମହାପାତ୍ରଙ୍କ ପରାମର୍ଶରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା l ଏହି ବୈଠକରେ ପୂର୍ବତନ କମିଟିକୁ ଭଙ୍ଗ କରି ନୂତନ କର୍ମକର୍ତ୍ତା ଚୟନ କରାଯାଇଛି l ନୂତନ ସଭାପତି ଭାବେ ବରିଷ୍ଠ ବ୍ୟବସାୟୀ ଅର୍ଜୁନ ସେନାପତିଙ୍କୁ ସର୍ବ ସମ୍ମତି କ୍ରମେ ଚୟନ କରାଯାଇଥିବା ବେଳେ ସମ୍ପାଦକ ଭାବେ ଯୁବ ବ୍ସାୟବସାୟୀ ଉମାଶଙ୍କର ମହାପାତ୍ରଙ୍କୁ ମନୋନୀତ କରାଗଲା l ସେହିପରି ଉପସଭାପତି ଭାବେ ରମେଶ ଚନ୍ଦ୍ର ସେନାପତି ଓ ପ୍ରଦୀପ ନାୟକ,ସହ ସମ୍ପାଦକ ଭାବେ ଦିବାକର ନାୟକ ଓ ସଂଜୀବ କୁମାର ନାୟକ, କୋଷାଧ୍ଯକ୍ଷ ରବିନ୍ଦ୍ର କୁମାର ସୁବୁଦ୍ଧି ଏବଂ ଆଇନ ଉପଦେଷ୍ଟା ଭାବେ ଆଇନଜୀବୀ କୃଷ୍ଣ ଚନ୍ଦ୍ର ସେନାପତିଙ୍କୁ ଚୟନ କରାଯାଇଛି l ଅନ୍ୟ କର୍ମକର୍ତ୍ତା ଯଥା ବରିଷ୍ଠ ଉପଦେଷ୍ଟା ଭାବେ ଭିମ ରାଜ ନାୟକ, ପ୍ରଫୁଲ୍ଲ ନାୟକ, କୃଷ୍ଣ ଚନ୍ଦ୍ର ନାୟକ,ସୁବାଷ ଚନ୍ଦ୍ର ମହାପାତ୍ର,ପ୍ରକାଶ ଚନ୍ଦ୍ର ସେନାପତି,ସେହିପରି କାଯ୍ୟକାରୀ ସଦସ୍ୟ ଭାବେ ଭିକାରୀ ନାୟକ ଗଣପତି ସାହୁ, ଶଙ୍କର ନାୟକ, ଟୁନା ନାୟକ, ପୂର୍ଣ୍ଣ ଚନ୍ଦ୍ର ନାୟକ, ଦଣ୍ଡ ପାଣି ନାୟକ, ମିଟୁ ନାୟକ, ଭଗବାନ ନାୟକ, ଦିବ୍ୟ ସଂକର ନାୟକ, ସଙ୍କର୍ଷଣ ସୁବୁଦ୍ଧି, ଅନିଲ କୁମାର ନାୟକ ପ୍ରମୁଖଙ୍କୁ ମନୋନୀତ କରାଯାଇଛି l ପ୍ରାୟ ୮୦ରୁ ଉର୍ଦ୍ଧ୍ଵ ସଦସ୍ଯ ଉପସ୍ଥିତ ଥିଲେ l ନବ ନିର୍ବାଚିତ ସଭାପତି ଓ ସମ୍ପାଦକ ଖଡୁରା ସମାଜର ସମସ୍ତ ନିତି ନିୟମକୁ ମାନି ଚଳିବା ସହିତ ସମାଜର ସମସ୍ତ ସଦସ୍ୟଙ୍କ ସୁବିଧା ଅସୁବିଧାରେ ପାରୁ ପର୍ଯ୍ୟନ୍ତ ସହଯୋଗ କରିବା ପାଇଁ କାର୍ଯ୍ୟ କରିବୁ ବୋଲି କହିଥିଲେ l
Sign in
Sign in
Recover your password.
A password will be e-mailed to you.