ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ପାଳନ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ସୁନ୍ଦରଗଡ଼,: ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ପାଳନ ଉପଲକ୍ଷେ ଜିଲ୍ଲାପାଳ ଡ଼ା. ପରାଗ ଗଭାଲି ଙ୍କ ଅଧ୍ୟକ୍ଷତାରେ ଆଜି ସ୍ଥାନୀୟ ସଦଭାବନା ଭବନ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି ।
ବୈଠକ ର ନିଷ୍ପତି ଅନୁଯାୟୀ ଚଳିତ ବର୍ଷ ମଧ୍ୟ ଜିଲ୍ଲା ସ୍ତରୀୟ ସ୍ଵାଧୀନତା ଦିବସ ପାଳନ ସମାରୋହ ଶଙ୍କରା ସ୍ଥିତ ରିଜର୍ଭ ପୋଲିସ ପଡ଼ିଆ ଠାରେ ଅନୁଷ୍ଠିତ ହେବ। ଏହି ଦିବସ ପାଳନ ଉପଲକ୍ଷେ ବିଦ୍ୟାଳୟ ତଥା ମହାବିଦ୍ୟାଳୟ ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ମାନ ଅନୁଷ୍ଠିତ ହେବ।ରିଜର୍ଭ ପୋଲିସ ନିରୀକ୍ଷକ ଙ୍କ ତତ୍ବାବଧାନରେ ଅଗଷ୍ଟ ୧୧, ୧୨ ଓ ୧୩ ତାରିଖ ଦିନ ପ୍ୟାରେଡ୍ ଅଭ୍ୟାସ କରାଯିବ। ସେହିପରି ଛାତ୍ରଛାତ୍ରୀ ମାନଙ୍କ ଦ୍ଵାରା ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ।
ସ୍ୱାଧୀନତା ଦିବସ ଦିନ ପ୍ରାତଃ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୁନ୍ଦରଗଡ଼ ସହର ମଧ୍ୟରେ ଡ଼ାକବାଜି ଯନ୍ତ୍ର ମାଧ୍ୟମରେ ରାମଧୂନ୍ ପରିବେଷଣ କରାଯିବ ଏବଂ ପ୍ରଶାସନ ଦ୍ବାରା ସହର ମଧ୍ୟରେ ଥିବା ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କରାଯିବ । ସେହିପରି ସକାଳ ୭:୩୦ ସମୟରେ ସମସ୍ତ ସରକାରୀ, ବେସରକାରୀ ଅନୁଷ୍ଠାନ ତଥା ଶିକ୍ଷାନୁଷ୍ଠାନ ମାନଙ୍କରେ ଜାତୀୟ ପତାକା ଉତ୍ତୋଳନ କରାଯିବ ଏବଂ ସକାଳ ୯:୧୫ ସମୟରେ ରିଜର୍ଭ ପଡ଼ିଆ ଠାରେ ହେବାକୁ ଥିବା ମୁଖ୍ୟ କାର୍ଯ୍ୟକ୍ରମରେ ଦିବସ ର ମୁଖ୍ୟ ଅତିଥି ଙ୍କ ଦ୍ଵାରା ଜାତୀୟ ପତାକା ଉତ୍ତୋଳନ କରାଯିବ। ସେହିପରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ଜେଲ ତଥା ଅସ୍ଥା ଗୃହ ରେ ଫଳ ତଥା ମିଷ୍ଟାନ୍ନ ବଣ୍ଟନ କରାଯିବ। କାର୍ଯ୍ୟକ୍ରମ ପରେ ପରେ ଜିଲ୍ଲା ପ୍ରଶାସନ ଏବଂ


ଗଣମାଧ୍ୟମ ପ୍ରତିନିଧି ମାନଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ଫୁଟବଲ୍ ମ୍ୟାଚ୍ ଅନୁଷ୍ଠିତ ହେବ। ଏହି ଜାତୀୟ ଦିବସକୁ ସରସ ସୁନ୍ଦର ଭାବେ ପାଳନ କରିବାକୁ ଜିଲ୍ଲାପାଳ ଡ଼ା. ଗଭାଲି ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ଆଜିର ଏହି ପ୍ରସ୍ତୁତି ବୈଠକ ରେ ଅତିରିକ୍ତ ଜିଲ୍ଲାପାଳ(ସାଧାରଣ) ଶ୍ରୀ ରବି ନାରାୟଣ ସାହୁ , ଅତିରିକ୍ତ ଜିଲ୍ଲାପାଳ (ରାଜସ୍ବ) ଶ୍ରୀ ଅଭିମନ୍ୟୁ ବେହେରା, ସଦର ଉପଜିଲ୍ଲାପାଳ ଶ୍ରୀ ଦାଶରଥି ସରାବୁ, ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ସରୋଜ କୁମାର ମିଶ୍ର, ପି. ଏ. ଆଇ. ଟି. ଡି. ଏ. ଶ୍ରି ରାମକୃଷ୍ଣ ଗଣ୍ଡ, ଜିଲ୍ଲା ଶିକ୍ଷଧିକାରୀ ଶ୍ରୀ ଅମୂଲ୍ୟ ପ୍ରଧାନ, ଜିଲ୍ଲା ମଙ୍ଗଳ ଅଧିକାରୀ ଶ୍ରୀ ପବିତ୍ର ମୋହନ ପ୍ରଧାନ, ଡେପୁଟି କଲେକ୍ଟର (ଆପତ କାଳୀନ ) କୁନ୍ତୀ ରାଣୀ ନାୟକ , ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ନନ୍ଦିନୀ ମୁଣ୍ଡାରୀ, ସୁନ୍ଦରଗଡ଼ ପୌର ପରିଷଦ ନିର୍ବାହୀ ଅଧିକାରୀ ମଧୁସ୍ମିତା ସିଂ , ସମସ୍ତ ବିଭାଗିୟ ଅଧିକାରୀ ତଥା ବିଦ୍ୟାଳୟ ଓ ମହାବିଦ୍ୟାଳୟ ରୁ ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗ ଦେଇଥିଲେ ଏବଂ ନିଜର ମତାମତ ରଖିଥିଲେ।

nis-ad
Leave A Reply

Your email address will not be published.