ନିଃସ୍ବାର୍ଥପର ସେବା ହିଁ ଜାତୀୟ ସେବା ଯୋଜନାର ଆଦର୍ଶ

ଉତ୍କଳ ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନାର ପୁରସ୍କାର ବିତରଣ ଉତ୍ସବ
ଭୁବନେଶ୍ୱର: ନିଃସ୍ବାର୍ଥପର ସେବା ହିଁ ଜାତୀୟ ସେବା ଯୋଜନାର ଆଦର୍ଶ। ଶିକ୍ଷା ସହ ସେବା ମନୋବୃତ୍ତି ହିଁ ଛାତ୍ର ଜୀବନକୁ ସାର୍ଥକ କରେ ବୋଲି ଉଚ୍ଚ ଶିକ୍ଷା ଓ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ପ୍ରକାଶ କରିଛନ୍ତି । ଉତ୍କଳ ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନାର ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଚ୍ଚ ଶିକ୍ଷା ମନ୍ତ୍ରୀ ଶ୍ରୀ ନାୟକ କହିଛନ୍ତି ଯେ ଛାତ୍ର ଛାତ୍ରୀମାନେ ନିଃସ୍ବାର୍ଥପର ସେବା ମାଧ୍ୟମରେ ଜାତୀୟ ସେବା ଯୋଜନାର ଆଦର୍ଶକୁ ପରିପୂର୍ଣ୍ଣ କରି ପାରିବେ। ଛାତ୍ର ଛାତ୍ରଛାତ୍ରୀମାନେ ପାଠ ପଢା ସହ ସେବା କାର୍ଯ୍ୟରେ ମନୋନିବେଶ କରିବା ଉଚିତ ବୋଲି ପ୍ରକାଶ କରିଥିଲେ। କୁଳପତି ପ୍ରଫେସର ସବିତା ଆଚାର୍ଯ୍ୟଙ୍କ ପୌରାହିତ୍ୟରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଉଚ୍ଚ ଶିକ୍ଷା ବିଭାଗର ଉପ ଶାସନ ସଚିବ ଡ.ରମେଶ ଚନ୍ଦ୍ର ବେହେରା ଏବଂ ଜାତୀୟ ସେବା ଯୋଜନାର ଆଞ୍ଚଳିକ ନିର୍ଦେଶିକା ସୁଶ୍ରୀ ସରିତା ପଟେଲ ଓଡିଶାରେ ଜାତୀୟ ସେବା ଯୋଜନାର ଉତ୍କର୍ଷ ଓ ସଫଳତା ସମ୍ପର୍କରେ ଆଲୋଚନା କରିଥିଲେ। ଉତ୍କଳ ବିଶ୍ବବିଦ୍ୟାଳୟର କୁଳସଚିବ ଡ.କାହ୍ନୁ ଚରଣ ଧୀର ପାଠପଢ଼ା ସହିତ ଛାତ୍ରଛାତ୍ରମାନେ ସମାଜ ସେବା କାର୍ଯ୍ୟରେ ନିଜକୁ ନିୟୋଜିତ କରିବାକୁ ଆହ୍ବାନ ଦେଇଥିଲେ।
ଏହି ଅବସରରେ ୨୦୧୭-୧୮,୨୦୧୮-୧୯ ୨୦୧୯-୨୦,୨୦୨୦-୨୧ ଓ ୨୦୨୧-୨୨ ବର୍ଷ ପାଇଁ ଶ୍ରେଷ୍ଠ କାର୍ଯ୍ୟକ୍ରମ ଅଧିକାରୀ ଓ ଶ୍ରେଷ୍ଠ ସ୍ବେଛାସେବୀମାନଙ୍କୁ ଟ୍ରଫି, ପ୍ରମାଣ ପତ୍ର ଓ ଅର୍ଥ ରାଶି ପୁରସ୍କାର ପ୍ରଦାନ କରାଯାଇଥିଲା। ଜାତୀୟ ସେବା ଯୋଜନାର ସଂଯୋଜକ ଡ. ବ୍ରଜ କିଶୋର ପାତ୍ର ସ୍ୱାଗତ ଭାଷଣ ଦେଇଥିଲେ। ବିଭାଗୀୟ ଅଧିକାରୀ ରବି ନାରାୟଣ ପାତ୍ର, ପ୍ରଶାନ୍ତ ମହାରଣା, ମମତାଲତା ଦାସ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

nis-ad
Leave A Reply

Your email address will not be published.