ଛାତ୍ର ଓ ସମାଜ କଲ୍ୟାଣ ଫାଉଣ୍ଡେସନ ଦ୍ବାରା ବୃକ୍ଷରୋପଣ କାର୍ଯ୍ଯକ୍ରମ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଫୁଲବାଣୀ ସ୍ଥିତ ପବ୍ଲିକ ଇଂରାଜୀ ମାଧ୍ୟମ ବିଦ୍ୟାଳୟରେ ଛାତ୍ର ଓ ସମାଜ କଲ୍ୟାଣ ଫାଉଣ୍ଡେସନ ଦ୍ବାରା ବୃକ୍ଷରୋପଣ କାର୍ୟ୍ଯକ୍ରମ ଅନୁଷ୍ଠିତ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ବନାଞ୍ଚଳ ଅଧିକାରୀ ଶିବାନନ୍ଦ ଲେଙ୍କାଙ୍କ ସହଯୋଗରେ ବୃକ୍ଷରୋପଣ କାର୍ୟ୍ଯକ୍ରମଟି ସମ୍ଭବ ହୋଇପାରିଛି।
ଏଠାରେ ମୁଖ୍ୟ ଅତିଥି ଭାବେ ସ୍କୁଲର ପ୍ରଧାନଶିକ୍ଷକ ମନୋରଞ୍ଜନ ରଥ ଏବଂ ଛାତ୍ର ଓ ସମାଜ କଲ୍ୟାଣ ଫାଉଣ୍ଡେସନର ପ୍ରତିଷ୍ଠାତା ତଥା ରାଜ୍ଯ ସଭାପତି ଦେବାଶିଷ ସାହାଣୀ, ଉପ-ସଭାପତି ଅମରେଶ ପ୍ରସାଦ ବେହେରା, ରାଜ୍ଯ ସାଧାରଣ ସଂପାଦକ ଶୁଭମ ଜ୍ୟୋତି ପ୍ରଧାନ, ରାଜ୍ଯ ଯୁଗ୍ମ ସଂପାଦକ ସୁନୀଲ କୁମାର ବେହେରା ,
କ୍ୟାସିଅର୍/ ଫାଇନାନ୍ସ୍ ଆସିଷ୍ଟାଣ୍ଟ୍ ସନ୍ତୋଷିନୀ ମହାରଣା, ଜିଲ୍ଲା ସଭାପତି ପ୍ରଦୀପ କୁମାର ମହାନନ୍ଦ, ଦେବଦତ୍ତ ଦିଗାଲ୍ , ଶୋଭାଲକ୍ଷ୍ମୀ ମାଝୀ, ଦେବ ଜ୍ଯୋତି ବେହେରା ଓ ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଆମର ଆଶା ଓ ବିଶ୍ବାସ ଆଗାମୀ ଦିନରେ ମଧ୍ଯ ଏହି ପ୍ରୟାସ ଜାରି ରହିବ ବୋଲି ଦେବାଶିଷ କହିଛନ୍ତି l

nis-ad
Leave A Reply

Your email address will not be published.