କୁକୁଡା ଖାଇବାକୁ ଆସିଥିବା ବିଶାଳ ଅଜଗର ଉଦ୍ଧାର

ମାଲକାନଗିରି,(୧।୮) : ମାଲକାନଗିରି ଜିଲ୍ଲା ଏମ୍ଭି ୨ ଗ୍ରାମରୁ ଆଜି ଏକ ବିଶାଳ କାୟ ଅଜଗର କୁ ସ୍ନେକ ହେଲ୍ପ ଲାଇନର ସଦସ୍ୟ ମାନେ ଉଦ୍ଧାର କରିଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ମାଲକାନଗିରି ଜିଲ୍ଲା ସଦର ବ୍ଲକର ଏମ୍ଭି ୨ ଗ୍ରାମରେ ଜଣେ ବ୍ୟକ୍ତିଙ୍କ ଘରେ ଏକ ବିଶାଳ କାୟ ଅଜଗର ଖାଦ୍ୟ ଅନ୍ବେଷଣରେ ଆସି ପଶି ଯାଇଥିଲା । ବ୍ୟକ୍ତି ଜଣଙ୍କର ଘର ନିକଟରେ କୁକୁଡା ଭାଡି ରହିଥିବା ବେଳେ ସାପଟି କୁକୁଡା ଖାଇବା ଉଦେଶ୍ୟରେ ସେହି ଘରକୁ ପସୁଥିବା ବେଳେ ଘର ଲୋକେ ସାପଟିକୁ ଦେଖି ଭୟବିତ ହୋଇଥିବା ସହ ତୁରନ୍ତ ସ୍ନେକ ହେଲ୍ପ ଲାଇନକୁ ଯୋଗାଯୋଗ କରିଥିଲେ । ତେବେ ଖବର ପାଈ ସ୍ନେକ ହେଲ୍ପ ଲାଇନ ର ସଦସ୍ୟ ମାନେ ସେଠାରେ ପହଞ୍ଚି ସାପଟିକୁ ଉଦ୍ଧାର କରିଥିଲେ । ସାପଟିର ଲମ୍ବ ପ୍ରାୟ ୧୧ ଫୁଟ ଥିବା ବେଳେ ଏହା ଏକ ଅଜଗର ସାପ ବୋଲି ଜଣା ପଡିଛି । ତେବେ ସାପଟିକୁ ଉଦ୍ଧାର ପରେ ସୁରକ୍ଷିତ ଭାବେ ଜଙ୍ଗଲରେ ଛଡାଯିବ ବୋଲି ଜଣା ପଡିଛି ।

nis-ad
Leave A Reply

Your email address will not be published.