ଗଞ୍ଜେଇ ଚୋରା ଚାଲାଣ ବେଳେ ମାଡି ବସିଲା ଅବକାରୀ ଗୁଇନ୍ଦା ବିଭାଗ

ଲଙ୍ଗଳଦେଇରୁ ୬୦୦ କିଲୋ ଗଞ୍ଜେଇ ଜବତ , ପିକଅପ ସହ ଜଣକୁ ଗିରଫ କଲା ଗୁଇନ୍ଦା ପୋଲିସ

ବ୍ରହ୍ମପୁର : ବ୍ରହ୍ମପୁର ଅବକାରୀ ଗୁଇନ୍ଦା ବିଭାଗକୁ ଗଞ୍ଜେଇ ଚୋରା ଚାଲାଣ ରୋକିବାରେ ମିଳିଛି ବଡ଼ ସଫଳତା । ମଙ୍ଗଳବାର ଦକ୍ଷିଣାଞ୍ଚଳ ଡେପୁଟି କମିଶନର ଡ଼ମ୍ବୁରୁ ଧର ଖଣ୍ଡାଙ୍କ ନିର୍ଦେଶ କ୍ରମେ ଏକ ଟିମ ଲଙ୍ଗଳଦେଇ ରୋଡ଼ରେ କିଛି ଗାଡ଼ି ଯାଞ୍ଚ କରିଥିଲା । ଯାଞ୍ଚ ସମୟରେ ଗୋଟିଏ ପିକଅପ ଗାଡ଼ିରୁ ୬୦୦ କିଲୋ ଗଞ୍ଜେଇ ଜବତ ହୋଇଛି । ଏହି ସଂକ୍ରାନ୍ତରେ ଡ୍ରାଇଭର ତଥା ଚାଲାଣକାରୀଙ୍କୁ ଗିରଫ କରଯାଇଛି। ଗିରଫ ଜଣଙ୍କ ହେଲେ ଖାଲିକୋଟ ଥାନା ଅନ୍ତର୍ଗତ କେଶପୁରର ହର୍ଷ ବାରିକ(୩୫)। ମଙ୍ଗଳବାର ଅଭିଯୁକ୍ତ ହର୍ଷ ବାରିକକୁ କୋର୍ଟ ଚାଲାଣ କରାଯାଇଛି। ସୂଚନାଯୋଗ୍ୟ ଯେ, ଅବକାରୀ ଗୁଇନ୍ଦା ଉପ ଅଧିକ୍ଷକ କୁବେର ସେଠୀଙ୍କ ନେତୃତ୍ୱରେ ମଙ୍ଗଳବାର ଗଞ୍ଜାମ ଜିଲ୍ଲା କୁକୁଡ଼ାଖଣ୍ଡି ବ୍ଲକ ଅନ୍ତର୍ଗତ ଲଙ୍ଗଳଦେଇ ଗ୍ରାମର ଛକରେ ଯାନବାହନ ଯାଞ୍ଚ କରାଯାଇଥିଲା। ସେହି ରାସ୍ତା ଦେଇ ଵ୍ରହ୍ମପୁର ଅଭିମୁଖେ ଆସୁଥିବା ପିକଅପକୁ ଅଟକାଇ ଟିମ ଯାଞ୍ଚ କରିଥିଲା। ଯାଞ୍ଚ ବେଳେ ଗାଢି ଭିତରେ ଗଞ୍ଜେଇ ଭର୍ତ୍ତି ହୋଇଥିବା ଦେଖିବାକୁ ପାଇଥିଲା ଅବକାରୀ ପୋଲିସ। ଉକ୍ତ ଗାଢ଼ିରୁ ୬୦୦ କିଲୋ ଗଞ୍ଜେଇ ଜବତ କରାଯାଇଥିଲା। ଅଭିଯୁକ୍ତଙ୍କୁ ଜେରା ବେଳେ ସେ ଉକ୍ତ ଗଞ୍ଜେଇ ଗଜପତି ଜିଲାମୋହନା ଅଞ୍ଚଳରୁ ଆଣି ଲଙ୍ଗଳଦେଇ ହୋଇ ଵ୍ରହ୍ମପୁର ଚାଲାଣ କରିଥାନ୍ତେ ବୋଲି ଟିମ ଜାଣିବାକୁ ପାଇଛି। ଜବତ ଗଞ୍ଜେଇ ଓ ପିକଅପ ଗାଡ଼ିର ମୂଲ୍ୟ ୬୫ ଲକ୍ଷ ଟଙ୍କା ହେବ ବୋଲି ଦକ୍ଷିଣାଞ୍ଚଳ ଡେପୁଟି କମିଶନର ଡ଼ମ୍ବୁରୁ ଧର ଖଣ୍ଡା ସୂଚନା ଦେଇଛନ୍ତି। ଚଢ଼ାଉରେ ଅନ୍ୟମାନଙ୍କ ମଧ୍ୟରେ ଇନ୍ସପେକ୍ଟର ହୃଦୟ ଚନ୍ଦ୍ର ସାମନ୍ତ , ଏସଆଇ ଅଜିତ କୁମାର ନାୟକ, କନେଷ୍ଟେବଳ କପିଳାଶ ଭତ୍ରା, ସନ୍ତୋଷ ନାୟକ, ବଳରାମ ଜେନା, କୁମୁଦ ଚନ୍ଦ୍ର ପ୍ରଧାନ ପ୍ରମୁଖ ସାମିଲ ଥିଲେ ।

nis-ad
Leave A Reply

Your email address will not be published.