ବ୍ଲକ ସ୍ତରୀୟ ଜନଶୁଣାଣୀ କାର୍ଯ୍ୟକ୍ରମ : ଅଭିଯୋଗର ହେଉନି ତଦନ୍ତ, ଅଭିଯୋଗକାରି ହତାଶ

ଦାରିଙ୍ଗବାଡି,୨୬/୭ : ଦାରିଙ୍ଗବାଡି ବ୍ଲକ କାର୍ଯ୍ୟାଳୟ ଠାରେ ବ୍ଲକ ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଗୋଷ୍ଟି ଉନ୍ନୟନ ଅଧିକାରୀ ଗଦାଧର ପାତ୍ର ଙ୍କ ଅଧ୍ୟକ୍ଷତା କ୍ରମେ ଏହି ବୈଠକ ହୋଇଥିଲା। ଅତିରିକ୍ତ କାର୍ଯ୍ୟକ୍ରମ ଅଧିକାରୀ କେଦାର ଚନ୍ଦ୍ର ପଣ୍ଡା ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ଜରିଆରେ ୧ ଅକ୍ଟୋବର ଠାରୁ ୩୧ ମାର୍ଚ୍ଚ ମଧ୍ୟରେ ହୋଇଥିବା କାର୍ଯ୍ୟର ଜଣ ଶୁଣାଣି ହୋଇଥିଲା । ଏହା ପୂର୍ବରୁ ପ୍ରତି ପଞ୍ଚାୟତରେ ପଞ୍ଚାୟତ ସ୍ତରୀୟ ଜନ ଶୁଣାଣି କାର୍ଯ୍ୟକ୍ରମ ହୋଇଥିଲା । ଏହି ଅବସରରେ ମନରେଗା ଯୋଜନାରେ ଅନେକ ଅଭିଯୋଗ ଆସିଥିବା ବେଳେ କିଛି ସମାଧାନ ହୋଇଥିବା ବେଳେ ଆଉ କିଛି ସମାଧାନ ହୋଇନଥିଲା । ପ୍ରତି ପଞ୍ଚାୟତର ଜିଆରଏସ, ପିଇଓ ମାନେ ୬ ମାସ ମଧ୍ୟରେ ହୋଇଥିବା କାର୍ଯ୍ୟର ସମ୍ପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ସିମନବାଡ଼ି ପଞ୍ଚାୟତର ୱାର୍ଡ ମେମ୍ବର ଅମରେନ୍ଦ୍ର ପ୍ରଧାନ ଅଭିଯୋଗ କରିଥିଲେ। ସିମନବାଡ଼ି ପଞ୍ଚାୟତରେ ମନରେଗା ଯୋଜନାରେ ୩ ଜଣ ଭୂତ କାମ କରି ମଜୁରୀ ପାଇଥିବା ତଦନ୍ତ ହେଉଚି କି ନାହିଁ ତାହା ପଚାରିଥିଲେ । ସିମନବାଡ଼ି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ଗ୍ରାମ୍ୟ ପାର୍କ ନିର୍ମାଣ କରିବା ପାଇଁ ପ୍ରକଳ୍ପ ଅନୁମୋଦନ ହୋଇଥିବା ବେଳେ କାର୍ଯ୍ୟ ନହୋଇ ୪୦ ହଜାର ଟଙ୍କାର ମିଥ୍ୟା ବିଲ ହୋଇଥିବା ବେଳେ ଅଲାରି ଗ୍ରାମରେ କମ ସକପିଟ୍ ହୋଇ ଅଧିକ ସକପିଟ ର ମିଥ୍ୟା ବିଲ ହୋଇଥିବା ଅଭିଯୋଗ କରିଥିଲେ । ଏଥି ସହିତ ବୁଡ଼ାଗୁଡ଼ା ଛକ ଠାରୁ ବ୍ରହ୍ମପାଙ୍ଗା ରାସ୍ତା କାର୍ଯ୍ୟରେ କାମ କରିଥିବା ଲୋକ ଟଙ୍କା ପାଇନଥିବ ବେଳେ କାମ କରିନଥିବା ଲୋକଙ୍କ ଆକାଉଣ୍ଟଙ୍କୁ ଟଙ୍କା ଛଡାଯାଇଥିବା ନେଇ ଅଭିଯୋଗ କରାଯାଇଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ତାହାର ତଦନ୍ତ ହୋଇନଥିବା ନେଇ କ୍ଷୋଭ ପ୍ରକାଶ କରିଥିଲେ । ଏପରିକି ଆଗାମୀ ଦିନରେ ଅଭିଯୋଗ ଗୁଡ଼ିକୁ ଗୁରୁତ୍ଵ ଦିଆଯିବ କି ନାହିଁ ବୋଲି ପ୍ରଶ୍ନ କରିଥିଲେ ।

ଏହାର ଉତ୍ତରରେ ବିଡ଼ିଓ ଗଦାଧର ପାତ୍ର ଖୁବ୍ ଶୀଘ୍ର ତଦନ୍ତ କରାଯିବ ବୋଲି କହିବା ସହ ଭିଆରପି ମାନେ ସଠିକ୍ ଭାବେ କାର୍ଯ୍ୟର ସମୀକ୍ଷା କରି ରିପୋର୍ଟ ଦେବାକୁ କହିଥିଲେ । କାର୍ଯ୍ୟକ୍ରମ ନେଇ ଲୋକଙ୍କୁ ସଠିକ୍ ସୂଚନା ମିଳିପାରିନଥିବା ଯୋଗୁଁ ଅଭିଯୋଗ ଶୁଣାଣିରେ ଅଭିଯୋଗକାରି ନଥିବ ବେଳେ ସରକାରୀ କର୍ମଚାରୀ ହିଁ ଉପସ୍ଥିତ ଥିଲେ । ୨୫ ଗୋଟି ପଞ୍ଚାୟତରେ ମାତ୍ର ୩ ଜଣ ଅଭିଯୋଗ କାରିଙ୍କୁ ନେଇ ଅଭିଯୋଗ ଶୁଣାଣୀ କାର୍ଯ୍ୟକ୍ରମ ହୋଇଥିଲା। ଏହି କାର୍ଯ୍ୟକ୍ରମରେ ଜିଆରଏସ, ପିଇଓ, କନିଷ୍ଠ ଯନ୍ତ୍ରୀ, ଭିଆରପି,ଜନ ପ୍ରତିନିଧି ମାନେ ଉପସ୍ଥିତ ଥିଲେ ।

nis-ad
Leave A Reply

Your email address will not be published.