ଜମି ଚାଷ କରିବାକୁ ଯାଇ ନାଳରେ ପଡ଼ି ଯୁବକ ମୃତ…

ମାଲକାନଗିରି : ମାଲକାଗିରି ଜିଲ୍ଲା ଖଇରପୁଟ ବ୍ଲକ ଅନ୍ତର୍ଗତ ରାସବେଡ଼ା ପଞ୍ଚାୟତ ମୁଡୁଲିଗୁଡ଼ା ଗ୍ରାମରେ ଏକ ଦୁଃଖଦ ଘଟଣା ଘଟିଯାଇଛି। ଘେନୁ ଚାଲାଣ ବୟସ ୪୧ରୁ ଉର୍ଦ୍ଧ ସେ ନିଜ ଚାଷ ଜମିକୁ ଧାନ ରୋପା କରିବାକୁ ଯାଇ ସନ୍ଧ୍ୟା ସମୟରେ ନିଜ ଘରକୁ ଫେରୁଥିବା ବେଳେ ବାଟରେ ପଡ଼ୁଥିବା ନାଳପାର ହେଉଥିବା ସମୟରେ ଲଗାଣ ବର୍ଷା ଯୋଗୁଁ ନାଳପାଣି ବଢୁଥିବାର ଜାଣିପାରିନଥିଲେ । ତାଙ୍କ ଗୋଡ଼ ନାଳଭିତରକୁ ଖସି ଯାଇଥିବାର ଅନୁମାନ କରାଯାଉଛି, ଫଳରେ ସେ ଭରା ନାଳରେ ବୁଡ଼ିଯାଇଥିବାର ଅନୁମାନ କରାଯାଉଛି। ସେ ଘରକୁ ନ ଫେରିବାରୁ ଘେନୁ ଚାଲାଣ ର ସ୍ତ୍ରୀ ତୁଳସା ଖୋଜାଖୋଜି କରିଥିଲେ । ସକାଳ ୬ଟା ସମୟ ପାଖାପାଖି ସେହି ଗ୍ରାମର ମହିଳା ଚନ୍ଦ୍ରାବତି ଗଲପେଦା ନାଳକୁ ସୌଚ ହେବାକୁ ଯାଇଥିବା ବେଳେ ଘେନୁ ଚାଲାଣର ଶବକୁ ଦେଖି ସେ ଗାଁ ଲୋକଙ୍କୁ ଜଣାଇଥିଲା, ଫଳରେ ଗାଁ ଲୋକେ ଯାଇ ଶବକୁ ଦେଖି ନିକଟରେ ଥିବା କୁଡୁମୁଲୁଗୁମ୍ମା ପୋଲିସ ଫାଣ୍ଡିକୁ ଜଣାଇଥିଲେ ଓ ଗୁମ୍ମା ଦମକଳ ବାହିନୀ ଙ୍କୁ ଜଣାଇଥିଲେ, ଖବର ପାଇ ଖଇରପୁଟ ଆର ଆଇ ଓ ତାଙ୍କ କର୍ମଚାରି ଘଟଣାସ୍ଥଳରେ ପହଁଚି ପାଣ୍ଡି ଅଧିକାରୀଙ୍କ ତଦନ୍ତ କ୍ରମେ ଦମକଳ ବାହିନୀ ଦ୍ବାରା ଶବ ଉଦ୍ଧାର କରାଯାଇଥିଲା। ଶବଉଦ୍ଧାର ପରେ ପୋଷ୍ଟମଟମ ନିମନ୍ତେ ପଠାଯାଇଥିଲା ପରେ ଗ୍ରାମଲୋକଙ୍କୁ ହସ୍ତାନ୍ତର କରାଯାଇଥିଲା, ଗାଁ ଲୋକଙ୍କ ସାହାଯ୍ୟରେ ମଶାଣି ରେ ଶବସତ୍କାର କରାଯାଇଥିଲା ।

nis-ad
Leave A Reply

Your email address will not be published.