ଘର ଆଗରୁ ଗାଡ଼ି ଚୋରି, ଥାନାରେ ଏତଲା

ଦାରିଙ୍ଗବାଡି,୨୧/୭ : ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କିରୀକୁଟି ପଞ୍ଚାୟତ ଆଦିବାସୀ ଗ୍ରାମରୁ ଘର ଆଗରୁ ବୋଲେରୋ ପିକଅପ ଗାଡ଼ି ଚୋରି କରି ନେଇଗଲେ ଦୁର୍ବୁତ୍ତ l ଆଦିବାସୀ ଗ୍ରାମର ରାଜେଶ କୁମାର ସାହୁଙ୍କ ଘର ୫୯ ନମ୍ୱର ଜାତୀୟ ରାଜପଥ କଡ଼ରେ ରହିଥିବା ବେଳେ ଗାଡ଼ି ଟି ଘର ଆଗରେ ଥିଲା । ହେଲେ ଗୁରୁବାର ଦିନ ବିଳମ୍ବିତ ରାତିରେ ଦୁର୍ବୃତ୍ତ ମାନେ ଗାଡ଼ିକୁ ଚୋରି କରି ନେଇ ଯାଇଛନ୍ତି l ଗାଡ଼ି ମାଲିକ ରାଜେଶ ଏନେଇ ଦାରିଙ୍ଗବାଡ଼ି ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଥାନାରେ ଅଭିଯୋଗ ପରେ ପୋଲିସ ମାମଲା ନମ୍ୱର ୧୩୪/୨୩ ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ଥାନା ଅଧିକାରୀ କୌଶିକ ମାଝୀ ସୂଚନା ଦେଇଛନ୍ତି l

nis-ad
Leave A Reply

Your email address will not be published.