ବାଂଜାମହା-ସଲାଗୁଡ଼ି ରାସ୍ତା ପାଲଟିଛି ମରଣଯନ୍ତା, ଯାତାୟାତ ବାଧାପ୍ରାପ୍ତ

ଦାରିଙ୍ଗବାଡି,୨୧/୭, ଆଜି ବି କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକର ଅନେକ ଉପାନ୍ତ ଅଞ୍ଚଳକୁ ପକ୍କା ରାସ୍ତା ନିର୍ମାଣ ହୋଇନାହିଁ । ଯାହାରି ଫଳରେ ଅନେକ ସମୟରେ ଯାତାୟାତରେ ବାଧା ସୃଷ୍ଟି ହେଉଛି । କେତେବେଳେ ରାସ୍ତାରେ ବଡ଼ ବଡ ପଥର ବାହାରି ରହୁଚି ତ ଆଉ କେତେବେଳେ କାଦୁଅ ହୋଇ ରହୁଚି । ଦାରିଙ୍ଗବାଡ଼ି ବ୍ଲକ ସିର୍କାବର୍ଗ ପଞ୍ଚାୟତ ଅନ୍ତର୍ଗତ ବାଞ୍ଜାମାହା ଠାରୁ ସଲାଗୁଡ଼ା ରାସ୍ତାରେ ଦେଖିବାକୁ ମିଳିଛି ଏଭଳି ସ୍ଥିତି । ବର୍ତମାନ ଲଘୁଚାପ ଜନିତ ବର୍ଷା ଜାରି ରହିଥିବା ବେଳେ ବାଞ୍ଜାମାହା ଠାରୁ ସଲାଗୁଡ଼ା ୨ କିଲୋମିଟର ରାସ୍ତା ସମ୍ପୂର୍ଣ୍ଣ କାଦୁଅ ହୋଇଯାଇଛି। ଦେଖିଲେ ଲାଗୁଚି ଧାନ ଲଗେଇବା ପାଇଁ ଜମି ପ୍ରସ୍ତୁତ ହେଲା ଭଳି। ପାଦ ପକେଇଲେ ପାଦ ବୁଡ଼ି ଯାଉଚି । ଗାଡ଼ି ଘୋଡା ଯାତାୟାତ ସମ୍ପୂର୍ଣ୍ଣ ଠପ ହୋଇଯାଇଛି । ଚାଲିକି ଯିବା ମଧ୍ୟ ସମ୍ଭବ ହେଉନାହିଁ । ଏହି ସମସ୍ୟା ଆଜି କି କାଲିର ନୁହଁ ଏହି ସମସ୍ୟା ହେଉଛି ବର୍ଷ ବର୍ଷର। ହେଲେ ଏଥି ପ୍ରତି ପ୍ରଶାସନ ଦୃଷ୍ଟି ଦେଉନଥିବା ସ୍ପଷ୍ଠ ବାରି ହେଉଛି। ଏଭଳିକି ଉକ୍ତ ଅଞ୍ଚଳ ଉପାନ୍ତ ଅଞ୍ଚଳ ହୋଇଥିବା ଯୋଗୁଁ ପ୍ରଶାସନ ଅଧିକାରୀଙ୍କ ପାଦ ପଡେ ନାହିଁ ଏଠି। ଯାହାରି ଫଳରେ ଅଞ୍ଚଳର ବିକାଶ ସାତ ସପନ ହୋଇଛି। ଉକ୍ତ ରାସ୍ତାକୁ ପକ୍କା ରାସ୍ତା କରିବା ନିମନ୍ତେ ଗ୍ରାମବାସୀ ବହୁବାର ପ୍ରଶାସନ ନିକଟରେ ଅଭିଯୋଗ କରିଥିଲେ ସୁଦ୍ଧା ଆଜି ପର୍ଯ୍ୟନ୍ତ ପକ୍କା ରାସ୍ତାଟିଏ ନିର୍ମାଣ ହୋଇପାରୁନି। ପକ୍କା ରାସ୍ତା ନଥିବ ଯୋଗୁଁ ଜରୁରୀକାଳୀନ ସମୟରେ ଆମ୍ବୁଲାନ୍ସ ହେଉ ଅବା ଅନ୍ୟ ଗାଡ଼ି ଆସିପାରୁନଥିବ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏଣୁ ଯଥା ଶୀଘ୍ର ଉକ୍ତ ସମସ୍ୟା ପ୍ରତି ବ୍ଲକ ପ୍ରଶାସନ ଦୃଷ୍ଟି ଦେଇ ପକ୍କା ରାସ୍ତା କରିବା ପାଇଁ ଅଞ୍ଚଳବାସୀ ଦାବୀ କରିଛନ୍ତି ।

nis-ad
Leave A Reply

Your email address will not be published.