ଭୋଳାସିଙ୍ଗି ସରକାରୀ ପ୍ରାଥମିକ ବିଦ୍ୟାଳୟରେ ପୋଷାକ ବଣ୍ଟନ

ଚିକିଟୀ: ଗଞ୍ଜାମ ଜିଲ୍ଲା ଚିକିଟୀ ବ୍ଲକ ଭୋଳାସିଙ୍ଗି ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଗୁରୁବାର ଦିନ ୪୮ ଜଣ ଛାତ୍ର ଛାତ୍ରୀ ମାନଙ୍କୁ ୨ ହଳ ଲେଖା ପୋଷାକ ବଣ୍ଟନ କରାଯାଇଛି l ଏହି ଅବସରରେ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ସିମାଞ୍ଚଳ ପାଣିଗ୍ରାହୀଙ୍କ ସଭାପତିତ୍ବ ରେ ଏକ ସଭା ଅନୁଷ୍ଠିତ ହୋଇଥିଲା । ପ୍ରଭୁ ଶ୍ରୀ ଜଗନ୍ନାଥ ଙ୍କ ନିକଟରେ ପ୍ରଦୀପ ପ୍ରଜ୍ବଳନ ସହ ପ୍ରାରମ୍ଭିକ ସଙ୍ଗୀତ ଗାନ କରାଯାଇଥିଲା l ଏଥିରେ ଏବିଓ ତଥା ବି ଆର ସି ସି ସଂଯୁକ୍ତା ରଥ ଓ କୁସୁମ ପାଢ଼ୀ, ସି ଆର ସି ସି ସଂହିତା ମହାନ୍ତି ଓ ବିଦ୍ୟାଳୟ ପରିଚାଳନା କମିଟି ର ସଭାପତି ଖଲି ସାହୁ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଥିଲେ l ସରକାର ଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ପ୍ରଧାନ ଶିକ୍ଷକ ଓ ଅତିଥି ମାନେ ଉପସ୍ଥିତ ଅଭିଭାବକ ମାନଙ୍କୁ ଆଲୋକପାତ କରିଥିଲେ l ସହକାରୀ ଶିକ୍ଷକ ପ୍ରଫୁଲ୍ଲ ଚନ୍ଦ୍ର ପାଢ଼ୀ ଓ ଶ୍ରୀମତୀ ଚିନ୍ମୟୀ ପାତ୍ର କାର୍ଯକ୍ରମ ର ସଞ୍ଚାଳନ କରିଥିଲେ l

nis-ad
Leave A Reply

Your email address will not be published.